ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ , କୁନି ଦେହରେ କ୍ୟାନସର ,ଦୟାକରି ଏହି କୁନି ଝିଅ ପାଇଁ ଗୋଟିଏ ସାହାର୍ଯ୍ୟ ନିଶ୍ଚିତ କରନ୍ତୁ…….

0

ମଣିଷ ହେଉଛି ଦୁନିଆର ଶ୍ରେଷ୍ଠ ପ୍ରାଣୀ। ଭଗବାନ ଙ୍କ ସୃଷ୍ଟି ରେ ମଣିଷ ହେଉଛି ସବୁଠାରୁ ଅଧିକ ବୁଦ୍ଧିମାନ। ମାତ୍ର ପ୍ରତେକ ମଣିଷ ସମାନ ହୋଇ ନଥାନ୍ତି। କାହାକୁ ଭଗବାନ ଅଧିକ ସୁଖ ଦେଇ ଥାନ୍ତି ତ ଆଉ କାହାକୁ ଅଧିକ ଦୁଃଖ ଦେଇଥାନ୍ତି। ଏମିତି କି କୁହାଯାଏ ମଣିଷ ନିଜ ଭାଗ୍ୟ ପାଇଁ ଦୁଖ କିମ୍ୱା ସୁଖ ଭୋଗ କରିଥାଏ। ମାତ୍ର ଆଜିର ଏହି ଦୃଶ୍ୟ ଦେଖିଲେ ଜାଣି ପାରିବେ ଭାଗ୍ୟ ର ବିଡମ୍ବନା କେମିତି ନିଷ୍ପାପ ଶିଶୁ କୁ ଏତେ ବଡ ଦଣ୍ଡ ଦେଇଛି।

ସୂଚନାଯୋଗ୍ୟ ଯେ,ଓଡ଼ିଶା ର ମାଲକାନଗିରି ଜିଲ୍ଲାରେ ଏକ ଏମିତି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।ଆପଣ ଙ୍କର ଲୋମ ତାଙ୍କୁରି ଉଠିବ ଓ ଛାତି ଥରି ଉଠିବ। ଭଗବାନ ଏ ସଂସାର କୁ କାହିଁକି ଏପରି ଗଢିଛନ୍ତି କେଜାଣି ଯାହାର ଶିକାର ହୋଇଛି ଏହି କୁନି ପିଲା ଟିଏ ।

ତେବେ ଏହି ଘଟଣା ଟି ହେଉଛି ଯେ ମାଲକାନଗିରି ର ବିକାଶ କୁମାର ଦଣ୍ଡସେନା ଙ୍କର ୭ ବର୍ଷ ର କୁନି ଝିଅ ଟି ବର୍ତ୍ତମାନ କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ର ଶିକାର ହୋଇ ବଂଚିବା ପାଇଁ ନିଜ ଜୀବନ ସହ ଲଢେ଼ଇ କରୁଛି ଭେଲର ହସ୍ପିଟାଲ ରେ ଆଉ ବାପା ମା ଙ୍କର ଚିନ୍ତା ର କାରଣ ସାଜିଛି ଅର୍ଥ ଅଭାବ। ଜାଣିପାରୁନାହାନ୍ତି କିପରି ବଞ୍ଚେଇବେ ନିଜ କୁନି ପରି ବୀରା ର ଜୀବନ ।

ତେବେ ବିକାଶ ଙ୍କର କହିବା ଅନୁସାରେ ଛୋଟ ପିଲା ମାନଙ୍କ ର ପେଟ କାଟିବା ସାଧାରଣ କଥା ଅଟେ ।କିନ୍ତୁ ଗତ ଡିସେମ୍ବର ୨୭ ତାରିଖରେ ଯେତେବେଳେ ବିରା ର ପେଟ କାଟିବା ଆରମ୍ଭ ହୋଇଥିଲା ଯେତେ ଚେଷ୍ଟା କଲେ ବି ତାହା କମିବାର ନାମ ନେଲା ନାହିଁ ।

ଫଳରେ ବିକାଶ ତାଙ୍କୁ ପ୍ରଥମେ ମାଲକାନଗିରି ହସ୍ପିଟାଲ କୁ ନେଇଥିଲେ କିନ୍ତୁ ସେଜି ହସ୍ପିଟାଲ ର ଡାକ୍ତର ତାଙ୍କୁ ଆନ୍ଦ୍ରପ୍ରଦେଶ ର ଏକ ହସ୍ପିଟାଲ କୁ ଯିବା କୁ କହିଲେ ।ଆଉ ସେହି ସ୍ଥାନରେ ବୀରା ଙ୍କର ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର କହିଥିଲେ କି ତାଙ୍କ ଝିଅ କୁ ଲିଭର କ୍ୟାନ୍ସର ହୋଇଛି।ଆଉ ଏହାର ଅପରେସନ ପାଇଁ ୭ ଲକ୍ଷ ଟଙ୍କା ଦରକାର ।

ଡାକ୍ତର ଙ୍କର ଏହି କଥା ଶୁଣି ବିକାଶ ଓ ପରିବାର ଲୋକଙ୍କ ମୁଣ୍ଡ ରେ ଚଡକ ପଡିଯାଇଥିଲା ।ତେବେ ସେ ଏକ ଏନଜିଓ ରେ କାମ କରନ୍ତି ତେଣୁ ତାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ଝିଅ ର ଚିକିତ୍ସା ରେ ବାଧା ସୃଷ୍ଟି ହୋଇଛି ।ତେଣୁ ସେ ଲୋକମାନ ଙ୍କୁ କିଛି ସାହାଯ୍ୟ ମାଗୁଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ୧.୫ ଲକ୍ଷ ଟଙ୍କା ସାହାଯ୍ୟ ମିଳିଥିବାର ସୂଚନା ରହିଛି ।ଆଉ ଝିଅ ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି ।ତେବେ ଆପଣ ଯଦି ଏହି ପିଲା ଟୀକୁ ସୁସ୍ଥ କରିବା ପାଇଁ କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତ ନିମ୍ନ ଲିଖିତ ଆକାଉଣ୍ଟ ରେ ନିଜ ସମର୍ଥନ ଅନୁସାରେ ଦାନ କରିପାରିବେ ।

NAME – Bikasha Kumar dandsena
state bank of India
A/C No-37149952708
CIF NO – 89961114753

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।