ଦେଖନ୍ତୁ ପୁରା Live ଭିଡିଓ – ସୁଟିଂ ସେଟରେ କିଭଳି ରବି ମିଶ୍ର ମିଛରେ ଅଭିନୟ କରୁ କରୁ ସତରେ ଜୀବନ ଚାଲିଗଲା ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ

0

ମଣିଷ ର ଜୀବନ ଭାରି ବିଚିତ୍ର। କେଇଟା ମହୂର୍ତ୍ତ ରେ ଜୀବନ ଆଉ ମରଣ। ଆଖି ପିଛୁଳାକେ କେତେବେଳେ କାହାର ଜୀବନ ଚାଲିଯିବ ତାହା କେହି କହି ପାରିବେ ନାହିଁ। କେତେବେଳେ କାହାକୁ କଣ ହୋଇ ଯିବ ଆଉ ମୃତ୍ୟୁ ଆସି କେତେବେଳେ ତା ପାଖରେ ପହଞ୍ଚି ଯିବ ତାର କୈଣସି ଗ୍ୟାରେଣ୍ଟି ନାହିଁ। ତେବେ ଆପଣ ମାନେ ଜାଣିଥିବେ କାରୋନା ମହାମାରୀ ସମୟରେ ୨୦୨୦ ମସିହା ରେ ଅନେକ ବିଶିଷ୍ଟ କଳାକାର ମାନଙ୍କ ଦେହାନ୍ତ ହୋଇଥିଲା।

ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ପରିଚିତ ଅଭିନେତା ଙ୍କ ଦେହନ୍ତ ହୋଇ ଥିଲା। ତେବେ ପୁଣି ଆଜି ଜଣେ କଳାକାର ଙ୍କ ଦେହାନ୍ତ ଘଟିଛି ନିକଟ ରେ। ଯାହା ବିଷୟ ରେ ଆଜି ଆମେ ଆପଣ ଙ୍କୁ ତାହା ଜଣାଇବୁ।ସିରିୟଲ୍ ଏବଂ ସିନେମା ଜଗତ ର ଜଣେ ଜଣାଶୁଣା ଅଭିନେତା ଯିଏ କି ଗୋପାଳ ଭାଣ୍ଡ ନାମରେ ଘରେ ଘରେ ପରିଚିତ ରବି ମିଶ୍ର ଙ୍କ ର ହୋଇଛି ପରଲୋକ।

କେବଳ ଗୋପାଳ ଭାଣ୍ଡ ନୁହଁ ବରଂ ଅନେକ ଓଡିଆ ସୁପରହିଟ୍ ଫିଲ୍ମ ଯଥା ଭାଇ ହେଲା ଭଗାରି। ସକଳ ତୀର୍ଥ ତ ଚରଣେ। ସୈଭାଗ୍ୟ ବତୀ ଏବଂ ମାଆ ପରି କିଏ ହେବ , ରାକ୍ଷୀ ଭିଜିଲା ଆଖି ଲୁହରେ ଏବଂ ମନ ରହିଗଲା ତୁମରି ଠାରେ ଆଦି ଚଳଚ୍ଚିତ୍ର ରେ ନିଜ ର ଜୀବନ୍ତ ଅଭିନୟ ଦେଖାଇ ରବି ମିଶ୍ର ଆଜି ନିଜର ଆଖି ବୁଜି ଦେଇଛନ୍ତି।

ତାଙ୍କର କଥା କୁହା ଠାଣି ଏବଂ ଅଙ୍ଗ ଭଙ୍ଗୀ ଅଭିନୟ ଆଜି ବି ଦର୍ଶକ ଙ୍କ ମନରେ ତାଜା ରହିଛି। ତେବେ ତାଙ୍କର ବିୟୋଗରେ ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି,ହେଲେ ସେହି ରବି ଯେ ଆଜି ଅସ୍ତ ହୋଇଯାଇଛନ୍ତି ତାହା କେହି ବି ମାନିବା ପାଇଁ ନାରାଜ।

ଗତ କାଲି ମିଛି ମିଛ କା ହୃଦ୍ ଘାତ ର ଅଭିନୟ କରୁଥିବା ସମୟରେ ରବି ମିଶ୍ର ଙ୍କ ହୋଇଥିଲା ସତ ସତିକ ହୃଦ୍ ଘାତ, ଏବଂ ଆଖି ପିଛୁ ଳାକେ ସବୁ କିଛି ହୋଇ ଯାଇ ଥିଲା ଶେଷ । ସୁଟିଂ ସେଟ୍ ରୁ ସିଧା ହସ୍ପିଟାଲ୍ ପହଞ୍ଚି ଯାଇଥିଲେ ଅଭିନେତା ରବି ମିଶ୍ର ,ଆଉ ସେହି ଠାରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ଅଭିନେତା ରବି ମିଶ୍ର।ତେବେ ତାଙ୍କୁ ହାସ୍ୟ କଳାକାର ହିସାବରେ ଲୋକ ମାନେ ବହୁତ ଭଲ ପାଇବା ଦେଇଛନ୍ତି।

ଗୋପାଳ ରହସ୍ୟ ସିରିଏଲ ର ମୁଖ୍ୟ ଚିରିତ୍ର ରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଇ ଲୋକ ଙ୍କୁ ବେଶ ଯୋଡି ପାରିଥିଲେ। ଶେଷ ରେ ବର୍ଷୀୟାନ ଅଭିନେତା ରବି ମିଶ୍ର ନୀରବ ହୋଇ ଗଲେ, ମାତ୍ର ୬୪ ବର୍ଷ ବୟସରେ ଏକ ହୃଦ୍ ଘାତ ରେ ତାଙ୍କ ର ପ୍ରାଣ ଚାଲି ଯାଇଛି। ଭୁବନେଶ୍ୱର ର ଏକ ଘୋରାଇ ମେଡିକାଲ୍ ରେ ନିଜର ଆଖି ବୁଜି ଥିବା ର ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।