ଆସିଲା ସର୍ଭେ ରିପୋର୍ଟ୍ ପୁଣିଥରେ ନବୀନ ପଟ୍ଟନାୟକ ହେଲେ ଦେଶର ନମ୍ୱର୍ ୱାନ ମୁଖ୍ୟମନ୍ତ୍ରୀ, ସର୍ଭେ ରିପୋର୍ଟ୍ କୁ ନେଇ ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ….

0

ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କ ଠାରୁ ପୁଣି ଥରେ ଅଗ୍ରଣୀ ରାଜ୍ୟ ଭାବେ ଉଭାସିତ ହୋଇ ଉଠିଛି। ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପରିଚାଳିତ ଶାସନ ବ୍ୟବସ୍ଥାକୁ ଖୁବ୍ ଲୋକେ ପସନ୍ଦ କରୁଥିବାର ଦେଖା ଯାଇଛି। ଖାଲି ସେତିକି ନୁହେଁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ବାବୁ ପୁଣି ଥରେ ଜାତୀୟ ସର୍ଭେ ରିପୋର୍ଟ ରେ ନମ୍ବର-୧ ହୋଇଛନ୍ତି। ଏହି ସର୍ଭେ ଭାରତୀୟ ରାଜ୍ୟ ମାନଙ୍କ ରେ ଥିବା ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଆକଳନ ହୋଇଥିଲା।

ଏଥିରେ ପ୍ରାୟ ୩୧ ଟି ମୁଖ୍ୟମନ୍ତ୍ରୀ ସାମିଲ ଥିଲେ। ତେବେ ଓଡ଼ିଆ ମାନଙ୍କ ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଏହି ସର୍ଭେ ରିପୋର୍ଟ ରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି।  ତେବେ ଏହି ସର୍ଭେ ରିପୋର୍ଟ ଟି ପ୍ରସିଦ୍ଧ ମିଡ଼ିଆ ନେଟୱର୍କ ଯାହାର ନାମ ହେଉଛି ଏବିଭିପି ଯାହାକି ଜାତୀୟ ସ୍ତରରେ ନାମୀ ନ୍ୟୁଜ ଚେନେଲ। ଏହି ଚେନେଲ ଦ୍ବାରା ଏକ ଜନମତ କୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା।

ଯାହା କି ଦେଶର ଥିବା ରାଜ୍ୟ ମାନଙ୍କ ର କେଉଁ ମୁଖ୍ୟମନ୍ତ୍ରୀ କେତେ ପପୁଲାର ତାହାକୁ ନେଇ ପ୍ରକାଶ ହୋଇଛି ୨୦୨୧ ବର୍ଷ ପାଇଁ। ତେବେ ଏହି ଲିଷ୍ଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ର ତଥା ଦେଶର ସବୁଠାରୁ ଲୋପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପସନ୍ଦ ଆସିଛନ୍ତି ସାଧାରଣ ଜନତାଙ୍କୁ।

ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଅରବିନ୍ଦ କେ୍ରିୱାଲ ଯିଏକି ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ନମ୍ୱର ରେ ଅଛନ୍ତି ଆନ୍ଧ୍ପ୍ରଦେଶର ର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ। ଯିଏକି ଅଳ୍ପ ସମୟ ମଧ୍ୟରେ ନିଜ ରାଜ୍ୟର ଅନେକ ଲୋକ ମଙ୍ଗଳ କର କାର୍ଯ୍ଯ ସମ୍ପାଦନା କରିଛନ୍ତି। ତେଣୁ ତାଙ୍କୁ ରାଜ୍ୟ ବାସୀ ତାଙ୍କୁ ଅନେକ ମାତ୍ରାରେ ଭଲ ପାଇବା ସହିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ପାର୍ଥୀ ପଦ ପାଇଁ ଦେଖିବାକୁ ଚାହାଁନ୍ତି।

ସେହିପରି ଦେଶର ପ୍ରଧାମନ୍ତ୍ରୀଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ମଧ୍ୟ ଅନେକ ଲୋକ ପସନ୍ଦ କରିଛନ୍ତି। ଦେଶର ହୋଇଥିବା ଏହି ସର୍ଭେ ରିପୋର୍ଟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ସବୁଠାରୁ ଅଧିକ ଲୋକ ପ୍ରିୟ ନେତା ଭାବରେ ଦେଖା ଯାଇଛନ୍ତି। ତାଙ୍କର ବିଶେଷ ଯୁବପିଢି ମାନଙ୍କ ପାଇଁ ଥିବା ଲୋକ ମଙ୍ଗଳ କର ଯୋଜନା ଲୋକ ମାନଙ୍କୁ ବିଶେଷ ରୂପେ ପସନ୍ଦ ଆସିଛି। ଦେଶରେ ଅନେକ କିଛି ପରିସ୍ଥିତି ବିଗିଡି ଥିଲେ ମଧ୍ୟ ତାଙ୍କର ଅବଦାନ ଯାହାକି ଆତ୍ମିର୍ଭରଶୀଳ ଭାରତ ର ସ୍ବପ୍ନ ଲୋକ ମାନଙ୍କ ମନରେ ବିଶେଷ ଭାବରେ ପ୍ରଭାବ ପକାଇଛି।

ତେଣୁ ଏହି ସର୍ଭେ ରିପୋର୍ଟ ରେ ସେହିପରି ପଛକୁ ଅଞ୍ଚନ୍ତି ମମତା ବାନାର୍ଜୀ ଯିଏକି ପୁର୍ବରୁ ଆଗ ସ୍ଥାନରେ ରହି ଆସୁଥିଲେ। ସେହିପରି ୨୦୨୦ ରେ ଆସିଥିବା କରୋନା ପରିସ୍ଥିତି ର କଡ଼ା ମୁକାବିଲା ପାଇଁ ନବୀନ ପଟ୍ଟନାୟକ ଙ୍କ ଅତୁଳନୀୟ ଅବଦାନ ଯାହା ତାଙ୍କୁ ଏକ ନମ୍ୱର କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।