ଦେଖନ୍ତୁ ତାରା ତାରିଣୀ ସିରିୟଲ୍ ର ଅଭିନେତ୍ରୀ ତନୁଜା ତାଙ୍କ ମାଆ ଙ୍କ ଜନ୍ମ ଦିନ ପାଳନ କଲେ ଖୁବ୍ ଧୁମ୍ ଧାମ୍ ରେ , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ତାଙ୍କ ବିଷୟରେ।

0

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମାନେ ଆମ ଓଡ଼ିଆ ସିରିୟଲ ରେ ଅନେକ କଳାକାର ଅଛନ୍ତି ଯେଉଁ ମାନେ ବହୁତ୍ କମ୍ ସମୟରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଆଉ କିଛି ମଧ୍ୟ ତାଙ୍କର ବହୁତ୍ ପରିଶ୍ରମ ପରେ ବି ସଫଳତା ପାଇ ପାରିନାହାନ୍ତି। ତେବେ ଯଦି ସୁନ୍ଦର୍ ହୋଇଥିବ ଏବଂ ଅଭିନୟ ମଧ୍ୟ ଭଲ କରୁଥିବ ତାହା ହେଲେ ଲୋକ ମାନଙ୍କ ପାଖରେ ବହୁତ୍ ଜଲ୍ଦୀ ଲୋକ ପ୍ରିୟ ହୋଇ ପାରନ୍ତି ଏବଂ ସଫଳତା ମଧ୍ୟ ହାସଲ କରନ୍ତି ।

ଆଜି ଆମେ ଆପଣଙ୍କୁ ଏହି ପରି ଏକ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜର ଅଭିନୟ ର ପ୍ରଥମ ପାହାଚ ରୁ ହିଁ ସଫଳତା ପାଇ ପାରିଛନ୍ତି । ତେବେ ସେ ହେଉଛନ୍ତି ତରଙ୍ଗ ଟିଭିରେ ପ୍ରସାରିତ ସିରିୟାଲ୍ ତାରା ତାରିଣୀ ର ତନୁଜା ।

ତେବେ ତାଙ୍କର ଚରିତ୍ର ଖୁବ୍ ପ୍ରଶଂସା ଯୋଗ୍ୟ ଏବଂ ତାଙ୍କର ଅଭିନୟ ମଧ୍ୟ, ସେ ସାର୍ଥକ ଟିଭି ର ଏକ ରିଏଲିଟି ଶୋ ରୁ ଏହି ଅଭିନୟ ଦୁନିଆ ରେ ପାଦ ଥାପିଥିଲେ ଏବଂ ଏହି eତାରା ତାରିଣୀ ସିରୀୟଲ ତାଙ୍କୁ ବହୁତ ସଫଳତା ଦେଇଛି ଓ ଲୋକ ପ୍ରିୟ ମଧ୍ୟ ହୋଇଛନ୍ତି । ତେବେ ତାଙ୍କର ପ୍ରକୃତ ରେ ହେଉଛି ରଞ୍ଜିତା ଏବଂ ସେ ଭଦ୍ରକ ଜିଲ୍ଲା ର ମଧୁସୂଦନ ପୁର ବେତଡା ଗାଆଁ ର ଝିଅ ଅଟନ୍ତି ।

ତାଙ୍କ ପରିବାର ରେ ତାଙ୍କ ବାପା ମାଆ ଅଛନ୍ତି ଏବଂ ତାଙ୍କୁ ଲଗାଇ ତାଙ୍କର ଚାରି ଭଉଣୀ ମଧ୍ୟ ଅଛନ୍ତି ଏବଂ ସେ ୨୦୧୮ ରେ ମାସ୍ ମିଡ଼ିଆ କମ୍ୟୁନିକେସନ ରେ ପାସ ଆଉଟ୍ ମଧ୍ୟ ହୋଇଛନ୍ତି। ସେ ଏହି ଅଭିନୟ ପ୍ରତି ଇଛୁକ ଥିବାର କାରଣ ହେଉଛି ତାଙ୍କ ମାଆ। ଯିଏ କି ଗାହଣ,ପାଲା ରେ ନିଜର କଳା ଦେଖାଇଥିଲେ। ସେ ତାଙ୍କ ଠୁ ହିଁ ଅନୁପ୍ରେରିତ ହୋଇଥିଲେ ଏବଂ ୨୦୦୯ ରେ ମଧ୍ୟ ସେ ନିଜର କଳା ପାଇଁ ଗଭର୍ଣ୍ଣର ପୁରସ୍କାର ପାଇଥିଲେ ।

ତେବେ ସେ ୨୦୧୬ ରେ ସାର୍ଥକ ଟିଭି ରେ ପ୍ରସାରଣ ଶୋ ରଜ କୁଇନ୍ ରେ ଭାଗ ନେଇଥିଲେ ଏବଂ ନିଜର ନିଷ୍ଠା ଓ ପରିଶ୍ରମ ପାଇଁ ମଧ୍ୟ ସେ ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଏହା ସବୁ ଛଡ଼ା ସେ ଅନେକ ଗୀତ ଭିଡିଓ, ଫିଲ୍ମ୍ ର ଗେଷ୍ଟ୍ ଚରିତ୍ର ଏବଂ କିଛି ଆଡ ବି କରିଛନ୍ତି। ତେବେ ଏବେ ସିଏ ଗତ ବର୍ଷେ ହେଲା ତାରା ତାରିଣୀ ଶିରୀୟଲ ରେ ଅଭିନୟ କରି ଆସୁଛନ୍ତି ।

ସେ ସୋସିଆଲ ମିଡିଆରେ ରେ କିଛି ଫୋଟୋ ସେୟାର୍ କରିଛନ୍ତି ଯଉଥିରେ ସେ ତାଙ୍କ ମାଆ ଙ୍କ ସହ ନଜର ଆସୁଛନ୍ତି। ସେ ତାଙ୍କ ମାଆ ଙ୍କର ଜନ୍ମ ଦିନ ର ଫୋଟୋ ଏବଂ ଭିଡିଓ ସେୟାର କରିଛନ୍ତି ସୋସିଆଲ ମିଡିଆରେ। ତନୁଜା ତାଙ୍କ ପରିବାର ଙ୍କ ସହ ଏବଂ ତାଙ୍କ ମାଆ ଙ୍କ ର ଜନ୍ମ ଦିନ କେକ୍ ର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି,ଯାହା ଦେଖିବାକୁ ମିଳିଛି। ଭଗବାନ ଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ସେ ଆହୁରି ଅନେକ ବର୍ଷ ତାଙ୍କ ମାଆ ଙ୍କ ର ଜନ୍ମ ଦିନ ପାଳନ କରନ୍ତୁ। ଏବଂ ସେ ମଧ୍ୟ ନିଜର ଅଭିନୟ ଦ୍ୱାରା ଖୁବ୍ ଲୋକପ୍ରିୟତା ହାସଲ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।