ଭୁଲରେ ମଧ୍ୟ ଟୋକେଇରେ ଏକାସାଙ୍ଗରେ ରଖନ୍ତୁ ନାହିଁ ଆଳୁ ପିଆଜ, ୯୦ ପ୍ରତିଶତ ଲୋକ କରନ୍ତି ଏହି ଭୁଲ। ,ନହେଲେ ଆପଣ ବହୁତ ଅସୁବିଧାର ପଡିପାରନ୍ତି

0

ମଣିଷ ଶରୀର କୁ ସୁସ୍ଥ ସବଳ ରଖିବା ପାଇଁ ଉଚିତ ଖାଦ୍ୟର ଆବଶ୍ୟକ ହୋଇଥାଏ । ଆଉ ଉଚିତ ଖାଦ୍ୟ ମଧ୍ୟରେ ସବୁଜ ପନିପରିବା ର ସେବନ ଆବଶ୍ୟକ ହୋଇଥାଏ । ତେବେ ସାଧାରଣ ଭାବରେ ଆମେ ଘରେ ରୋଷେଇ କରିବାରେ ସବୁଠାରୁ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟରୁ ଆଳୁ ଆଉ ପିଆଜ ଅନ୍ୟତମ ଅଟେ । ଏହି ଆଳୁ ଓ ପିଆଜକୁ ଆପଣ ଚାହିଁଲେ ବହୁତ ଦିନ ସଂରକ୍ଷଣ କରିପାରିବେ ।କିନ୍ତୁ ଏହାକୁ ସଂରକ୍ଷଣ କରିବାର ବା ରଖିବା ର ଏକ ନିର୍ଦ୍ଦିଷ୍ଟ ଉପାୟ ରହିଛି। ତେବେ ଆସନ୍ତୁ ଜାଣିବା ଉପାୟ ଗୁଡ଼ିକ କଣ ରହିଛି ।


୧.ଆଳୁ ଏବଂ ପିଆଜ କୁ କେବେ ହେଲେ ଫ୍ରିଜ ରେ ରଖନ୍ତୁ ନାହିଁ। ପିଆଜ ଫ୍ରିଜ ମଧ୍ୟରେ ରଖିକେ ଏହା ଗନ୍ଧେଇ ଯାଇଥାଏ ଏବଂ ଏହା ସହ ଥିବା ଅନ୍ୟ ପରିବା ମଧ୍ୟ ଖରପ ହୋଇଯାଇଥାଏ ।ସେହିପରି ଆଲୁ କୁ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ କାରଣ ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଅଧିକ ରହିଥାଏ ଫଳରେ ଏହା ଫ୍ରିଜରେ ରଖିଲେ ଖରାପ ହୋଇଯାଇଥାଏ।ଆଉ ଖାସ କରି ଆଳୁ ଓ ପିଆଜ କୁ କେବେ ବୁ ଫ୍ରିଜ ରେ ଏକା ସାଙ୍ଗରେ ରଖନ୍ତୁ ନାହିଁ ।

୨.ଆଳୁ ଓ ପିଆଜକୁ କେବେ ହେଲେ ଗୋଟିଏ ସ୍ଥାନରେ ରଖନ୍ତୁ ନାହିଁ । ସାଧାରଣତ୍ୱ ଆମେ ଆଳୁ ଓ ପିଆଜକୁ ଗୋଟିଏ ଟୋକେଇ ରେ ରଖିଥାଉ ମାତ୍ର ଏପରି କରିବା ଭୂଲ ଅଟେ ।ଏହା କରିବା ଦ୍ବାରା ଆଳୁ ଅଙ୍କୁରିତ ହେବାରେ ଲାଗିଥାଏ ଏବଂ ଏହାର ସ୍ୱାଦ ଖରାପ ହୋଇଯାଇଥାଏ ।ସେଥି ଲାଗି ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ର ଆଳୁ ଓ ପିଆଜ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହୁ ବୋଲି ତ ଆପଣ ସବୁବେଳେ ଏହି ଦୁଇ ବ୍ୟବହୃତ ପରିବା କୁ ଏକାଠି ରଖନ୍ତୁ ନାହିଁ ।


୩.ଆଳୁ ରେ କ୍ୟାଲସିୟମ, ପ୍ରୋଟିନ, ଆଇରନ , ଭିଟାମିନ B6, ଭିଟାମିନ C, ଫସଫୋରସ, ମାଙ୍ଗନିଜ, ମ୍ୟାଗନେସିୟମ, ପୋଟାସିୟମ, କପର, ଫାଇବର, ଥାୟମିନ ପରି ପୋଷକତତ୍ତ୍ୱ ଗୁଡିକରେ ଭରପୂର ରହିଥାଏ ।ତେଣୁ ଏହାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ଅନ୍ଧାର ଥିବ ଏବଂ ପବନ ମଧ୍ୟ ଲାଗିଥାଏ ।

୪.ସେହିପରି ପିଆଜକୁ ଅଧିକ ଦିନ ସଂରକ୍ଷଣ କରି ରଖିବାକୁ ଚାହୁଁଥିଲି ଆପଣ ଏହାକୁ ପ୍ରଥମେ ଖରାରେ ଟିକେ ସୁଖେଇ ନିଅନ୍ତୁ ,ଆପଣଙ୍କୁ କହିରଖୁଚୁ ଯେ ଖରାରେ ଶୁଖିବା ଦ୍ବାରା ଏହା ଶୀଘ୍ର ପଚିଯାଏ ନାହିଁ । ଏବଂ ପରେ ଏହାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ତାପମାତ୍ରା ୪ ରୁ ୧୦ ଡିଗ୍ରୀ ସେଲସିୟସ ରହିଥିବ।


୫.ସେହି ପରି ପିଆଜ କୁ ଅଧିକ ଦିନ ଷ୍ଟୋର କରିବାକୁ ଚାହୁଁଥିଲେ ଏହାକୁ ଏକ ଶୁଖିଲା ଏବଂ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । ଆଉ ମଝିରେ ମଝିରେ ଏହାକୁ ଓଲଟ ପାଲଟ ମଧ୍ୟ କରନ୍ତୁ ।କାରଣ ଅଧିକ ଚାପ ରେ ରହିଲେ ବା ପିଆଜ ମଧ୍ୟରେ ପବନ ପ୍ରବେଶ ନକଲେ ଏହା କମ ଦିନରେ ନଷ୍ଟ ହୋଇଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।