ଜାଣନ୍ତୁ ଲିଙ୍ଗରାଜ ମନ୍ଦିର ର କିଛି ରହସ୍ୟ ମୟ ତଥ୍ୟ ଶିବ ଓ ହରି ହର ଏକ ରୂପେ ପୂଜା ପାଆନ୍ତି ଭଗବାନ, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର……..

0

ଓଡ଼ିଶା ଏକ ଧର୍ମ ପୀଠ,ରାଜ୍ୟ ର ସବୁ ଜାଗା ରେ ତୀର୍ଥ ଭୂମି ରହିଛି। ତେବେ ଭୁବନେଶ୍ୱର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ଯାହାକି ଆମ ଓଡ଼ିଶା ର ରାଜଧାନୀ ଅଟେ।ଏହାର ଚତୁର୍ପର୍ଶ୍ୱ ରେ ଘେରି ରହିଛି ଧର୍ମ ପୀଠ,ବହୁ ପୁରାତନ ରୁ ଶିବଙ୍କ ଏକ ମନ୍ଦିର ରହିଛି ଯାହାକୁ ସମସ୍ତେ ଲିଙ୍ଗରାଜ ବୋଲି ଜାଣିଥାନ୍ତି। ଏହା ସହର ର ସବୁ ଠାରୁ ବଡ ମନ୍ଦିର ଅଟେ।

ଏହା ବହୁ ପୁରାତନ ମନ୍ଦିର ଓ ଭାରତ ର ବଛା ବଛା ଭୈବ ମନ୍ଦିର ଭିତରେ ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଲିଙ୍ଗ ରାଜ ଙ୍କ ଦର୍ଶନ ଆସିଥାନ୍ତି। ଏହାର ମୁଖ୍ୟ ପୂଜା ଶିବ ରାତ୍ରି ଦିନ ଲକ୍ଷ ଲକ୍ଷ ଭକ୍ତ ଜାଗର କରିଥାନ୍ତି। ତେବେ ଲିଙ୍ଗ ରାଜ ର ଅର୍ଥ ଲିଙ୍ଗମ୍ ର ରାଜା ଯାହା ଶିବ ଙ୍କୁ କୁହା ଯାଇଥାଏ। ଆଜି ଆମେ ଆପଣ ଙ୍କୁ ମନ୍ଦିର ର ରହସ୍ୟ ବିଷୟ ରେ ଜଣାଇବୁ।

ଭଗବାନ ଶିବଙ୍କ ପୂଜା ଏଠାରେ କରା ଯାଇ ଥାଏ। ବାସ୍ତବ ରେ ପ୍ରଥମେ ଏଠାରେ ଶିବ ଙ୍କୁ କ୍ରିତି ଦାସ ରୂପୀ ପୂଜା କରୁଥିଲେ,ପରେ ତାଙ୍କୁ ହରିହର ନାମ ରେ ପୂଜା କରା ଯାଇଥିଲା। ଭୁବନେଶ୍ୱର ରେ ତାଙ୍କୁ ତ୍ରି ଭୁବନେଶ୍ୱର ଓ ଭୁବେଶ୍ଵର ବୋଳି କୁହା ଯାଇଥାଏ। ତ୍ରୀ ଭୁବନେଶ୍ୱର ର ଅର୍ଥ ତିନି ଲୋକ ର ଈଶ୍ୱର ।

ତିନି ଲୋକ ଅର୍ଥାତ୍ ପାତାଳ, ସ୍ବର୍ଗ, ପୃଥିବୀ,ଭଗବାନ ଶିବ ଙ୍କ ସ୍ତ୍ରୀ ଙ୍କୁ ଭୁବନେଶ୍ଵରୀ ବୋଲି କୁହାଯାଏ। ଲିଙ୍ଗରାଜ ମନ୍ଦିର ଭଗବନ ହରିହର ଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ। ଯାହା ଭଗବାନ ଶିବ ଓ ବିଷ୍ଣୁ ଙ୍କ ଏକ ରୂପ ଅଟେ। ମୁଖ୍ୟ ଆକରଷଣ ର ସ୍ଥଳ ଅଟେ ଏହି ମନ୍ଦିର। ମନ୍ଦିର ର କାରୁ କାର୍ଯ୍ୟ ପାଇଁ ମନ୍ଦିର ବେଶ୍ ପ୍ରସିଦ୍ଧ। ବାହାର ରାଜ୍ୟ ରୁ ଆସୁଥିବ ଲୋକ ଙ୍କ ପାଇଁ ଏହା ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଟେ।

ବିଶାଳ କାୟ ଲିଙ୍ଗରାଜ ମନ୍ଦିର ର ମାହାତ୍ମ୍ୟ ଅନନ୍ୟ। କୁହାଯାଏ କି ମଧ୍ୟ ଯୁଗରେ ଭୁବନେଶ୍ୱର ରେ ୭୦୦୦ ରୁ ଅଧିକ ମନ୍ଦିର ଓ ପୂଜା ସ୍ଥଳ ରହିଥିଲା। ଆଜିର ଦିନ ରେ ୫୦୦ ମନ୍ଦିର ବଞ୍ଚିଛି, ଷଷ୍ଠ ଶତାବ୍ଦୀରେ ରେ ଏହାର ଉତ୍ପତ୍ତି। ଲଲାଟ ହିନ୍ଦୁ କେଶରୀ ୬୧୫-୬୫୫ ଶତାବ୍ଦୀ ରେ ବନେଇଥିଲେ,ମନ୍ଦିର ର ଉଚ୍ଚତା ୫୫ ମି ଅଟେ। ତେବେ ଅଣ ହିନ୍ଦୁ ମାନଙ୍କୁ ମନ୍ଦିର କୁ ପ୍ରବେଶ କରିବାକୁ ଦିଆ ଯାଇ ନଥାଏ। କୁହାଯାଏ ମନ୍ଦିର ଦେଇ ଏକ ନଦୀ ଯାଇଛି ସେହି ନଦୀ ଜଳ ବ୍ରେ ବିନ୍ଦୁ ସାଗର ର ଟେଙ୍କ ପୁରା କରା ଯାଇ ଥାଏ। ଏହି ପାଣି ରେ ଶାରୀରିକ ଓ ମାନସିକ ଭାର ଦୂର କରା ଯାଇ ଥାଏ।

ଲୋକେ ଏହି ପାଣି କୁ ଅମୃତ ଭାବି ପିଇ ଗାଧେଇ ଥାନ୍ତି। ଏହାର ନିୟମାବଳୀ ଅନୁଯାୟୀ ପ୍ରଥମେ ବିନ୍ଦୁ ସରୋବର ରେ ପରେ ଅନନ୍ତ ପତି ବାସୁଦେବ ଙ୍କ ଦର୍ଶନ ପରେ ଗଣେଶ ଙ୍କୁ ଦର୍ଶନ କରିଥାନ୍ତି, ପରେ ଗୋପଳିନି ଦେବୀ ଓ ନନ୍ଦୀ ର ପୂଜା ପରେ ମୁଖ୍ୟ ମନ୍ଦିର ରେ ପ୍ରବେଶ କରା ଯାଏ। ପ୍ରତି ବର୍ଷ ଅଶୋକ ଅଷ୍ଟମୀ ରେ ରଥ ଯାତ୍ରା ବାହାରି ଥାଏ,ଯେଉଁଥିରେ ଭଗବାନ ଙ୍କୁ ବସାଇ ରାମେଶ୍ବର ର ଦେଉଳି ମନ୍ଦିର କୁ ନିଆ ଯାଇ ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।