ସାବାସ୍ ଶାନ୍ତି ଅପା ! ଗାଁ ଗାଁ ସାଇକେଲ ଧରି ବିକ୍ରିକରୁଛନ୍ତି ପନିପରିବା , ମହିଳାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ! ଦୟାକରି ଏହି ମହିଳା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

0

ବ୍ୟସ୍ତଭାର ଜୀବନ ରେ ପ୍ରେତ୍ୟକ ମଣିଷ ବ୍ୟସ୍ତ ରହି ଥାନ୍ତି। ବ୍ୟସ୍ତତା ସହିତ ଧନ ଉପାର୍ଜନ ମଧ୍ୟ କରିଥାନ୍ତି। ନିଜ ପରିବାର ଚଳେଇବା ପାଇଁ ମଣିଷ ସବୁବେଳେ କୌଣସି କାମ ରେ ବ୍ୟସ୍ତ ରହିଥାନ୍ତି। ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ହୁଅନ୍ତୁ କୁ ପୁରୁଷ ଉଭୟ ତତ୍ପରତା ଦେଖାଇଥାନ୍ତି। ତେବେ ଅଧିକ ପାଠ ପଢି ଥିବା ଲୋକ ଚାକିରି ଟିଏ କରିଥାନ୍ତି। ପାଠ ନା ପଢିଥିବା ଲୋକ ଦିନ ମଜୁରୀ କରି ପରିବାର ଚାଲିଥାନ୍ତି। କିଛି ଲୋକ ବ୍ୟବସାୟ କରି ମଧ୍ୟ ଦିନ ଗୁଜୁରାଣ ମେଣ୍ଟଇବା ସହିତ ପରିବାର ପୋଷିଥାନ୍ତି।

ତେବେ ଏବେ ସମାଜ ରେ ଉଭୟ ପୁରଷ ଓ ସ୍ତ୍ରୀ ସମାନ ଅଧିକାର ପାଇଥାନ୍ତି। ପୁରୁଷ ମାନେ ଘର ପୋଷିବା ପାଇଁ ସକ୍ଷମ ହୋଇଥାନ୍ତି। ଆଗରୁ ସ୍ତ୍ରୀ ମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ। କିନ୍ତୁ ବର୍ତ୍ତମାନ ର ସ୍ତ୍ରୀ ନିଜ ଗୋଡ଼ ରେ ନିଜେ ବେଶ୍ ଠିଆ ହୋଇପାରିଛନ୍ତି। ଘର ପୋଷିବା କ୍ଷେତ୍ର ରେ ପୁରୁଷ ଙ୍କ ସହିତ ସମତୁଲ ମଧ୍ୟ ହୋଇଛନ୍ତି। ତେବେ ଏହାର ଏକ ଉଦାହରଣ ସାଜିଛନ୍ତି ଜଣେ ମହିଳା। ଆଜି ଆମେ ଆପଣ ମାନଙ୍କୁ ମହିଳା ଙ୍କ ବ୍ୟବସାୟ ବିଷୟରେ କହିବୁ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେଉଁ କାମ ପୁରୁଷ କରିବା କଥା ତାହା ଜଣେ ମହିଳା କରୁଛନ୍ତି।

ରାତି ନା ପାହୁନୁ ନିଜ ସାଇକେଲ ଧରି ବାହାରି ପଡନ୍ତି ମହିଳା ଜଣକ। ଖରା ବର୍ଷା ସିତ କାକର ରେ ଗାଁ ଗାଁ ବୁଲି ପରିବା ବ୍ୟବସାୟ କରି ପରିବାର ପୋଷୁଛନ୍ତି ଶାନ୍ତି ଅପା। ତାଙ୍କ ଜୀବନ କାହାଣୀ ବଡ଼ ଦୁଃଖଦାୟକ,ନହେଲେ ମହିଳା ଟିଏ କାହିଁକି ଗୋଡ଼ ବାହାର କରିଥିଲେ ପଦାକୁ।ବାସୁଦେବପୁର ପୌରପାଳିକା ର ଭୈରବ ପୂର୍ ଗାଁ ର ଶରତ ବେହେରା ଙ୍କ ପତ୍ନୀ ଶାନ୍ତି ଲତା। ବୟସ ପାଖା ପାଖି ୩୫ ବର୍ଷ।ସ୍ବାମୀ ଶରତ ଶ୍ରବଣ ବଦ୍ଧିତ୍ ଭଲ ଭାବରେ ଶୁଣି ପାରନ୍ତି ନାହିଁ।

ପରିବାର କହିଲେ ସ୍ବାମୀ ଦୁଇ ଶାଶୁ ଶ୍ଵଶୁର ଓ ଦୁଇ ପିଲା। ସ୍ବାମୀ ଜଣେ ରିକ୍ସା ଚାଳକ,ହେଲେ ସେତିକି ରେ ପରିବାର ଚାଲିବା କଷ୍ଟକର। ଶାଶୁ ଶ୍ୱଶୁର ବୃଦ୍ଧା ଅବସ୍ଥାରେ, ତାଙ୍କ ପାଇଁ ଔଷଧ ଓ ପିଲା ମାନଙ୍କର ପାଠ ପଢ଼ା ପାଇଁ ସ୍ବାମୀ ଙ୍କ ରୋଜଗାର ଅଣ୍ଟୁ ନଥିଲା। ସେଥିପାଇଁ ନିଜେ ରୋଜଗାର ପାଇଁ ରାସ୍ତା କୁ ବାହାରି ଥିଲେ। ପରିବା ବ୍ୟବସାୟ କରୁ କରି ଗାଁ ଗାଁ ରେ ସେ ପାଲଟି ଗଲେ ଶାନ୍ତି ଅପା। ତାଙ୍କର ଏହି କାମ ପାଇଁ ଗାଁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।

ତାଙ୍କ କର୍ମ ମୟ ଜୀବନ ଆରମ୍ଭ ହୁଏ ଭୋର୍ ୪ ତ ରୁ ଘର କାମ ସାରି ସକାଳ ୮ ଟା ରେ ବାହାରି ଯାଆନ୍ତି ପାରିବ ବିକ୍ରି ପାଇଁ। ସତେଜ ପାରିବ ଆଣିଥିବାରୁ ଗାଁ ଲୋକେ ତାଙ୍କୁ ବେଶ୍ ପସନ୍ଦ କରନ୍ତି।ତାଙ୍କ ଡାକ ଶୁଣି ଘରୁ ବାହାରି ଆସନ୍ତି ଗାଁ ସ୍ତ୍ରୀ ଲୋକେ। ସାଇକେଲ ଚଢା ଓ ପରିବା ବିକା ରେ କିନ୍ତୁ ମୁଣ୍ଡ ରୁ ଓଢାନି ଖସେନି । ବର୍ଷ ବର୍ଷ ଧରି ଥିବା ପରମ୍ପରା କୁ ଭଙ୍ଗିଛନ୍ତି ଶାନ୍ତି ଅପା। ସବୁ ନାରୀ ଙ୍କ ପାଇଁ ଉଦାହରଣ ସାଜିଛନ୍ତି ଶାନ୍ତି ଅପା। ଅନ୍ୟ ମହିଳା ମାନେ ମଧ୍ୟ ଆତ୍ମ ନିର୍ଭରଶୀଳ ହେବା ନିହାତି ଆବଶ୍ୟକ। ଏହି କଥା କୁ ଶାନ୍ତି ଅପା ନା ବୁଝି ପାରିଥିଲେ ବି ଅନ୍ୟ ମହିଳା ଙ୍କ ପାଇଁ ଉଦାହରଣ ସାଜିଛି ଓ ନିଜକୁ ଗର୍ବ ଅନୁଭବ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।