ଭଦ୍ରକ ର ଏହି ଝିଅଟି ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଦେଶୀ କୁକୁଡା ପାଳନ କରୁଛନ୍ତି , ସମାଜର ଏହିଭଳି ଓଡିଆ ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

0

ଆଜି ର ସମାଜ ଅନେକ ଯୁବକ ଏବଂ ଯୁବତୀ ପାଠ ପଢି ଶିକ୍ଷିତ ହୋଇ ମଧ୍ଯ ବେକାର ହୋଇ ବୁଲୁଛନ୍ତି। ସରକାର ଙ୍କ ତରଫରୁ ସେମାନଙ୍କ ପାଇଁ କୈଣସି ପ୍ରକାର ର ସୁବିଧା ସୁଯୋଗ ମିଳିପାରୁ ନାହିଁ, ଯାହା ଦ୍ବାରା ସେମାନେ ଅନେକ ଅସୁବିଧା ଏବଂ ଅନେକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ସେଥିପାଇଁ ଅନେକ ପଢୁଆ ଯୁବପିଢି ପରିବା ବ୍ୟବସାୟ କରୁଛନ୍ତି ତ କିଏ କୁକୁଡା ବ୍ୟବସାୟ ତ ଆଉ କିଏ ଭିନ୍ନ ଧନ୍ଦା କରି ନିଜର ପରିବାର ଚଳଉଛନ୍ତି।

ପ୍ରତ୍ୟେକ ବାପା, ମାଆ ତାଙ୍କର ପିଲାମାନଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ସେମାନେ ଭାବିଥାନ୍ତି ଯେ ସେମାନ ଙ୍କ ପିଲା ପାଠ ପଢି ବଡ ମଣିଷ ଟେ ହେବ ଏବଂ ବୃଦ୍ଧ କାଳେ ସେମାନ ଙ୍କ ଯତ୍ନ ନେବ।ପୁଅ ବଡ ହୋଇ ରୋଜଗାର କରି ସେମାନ ଙ୍କ ଦୁଃଖ ଦଦୂର କରିବ ଏହି ଆଶା ନେଇ ବାପା, ମାଆ ନିଜ ପିଲା ଙ୍କୁ ପାଠ ପଢେଇଥାନ୍ତି।

ଆମ ସରକାର ସେମାନଙ୍କୁ କଣ ସେମାନଙ୍କ ର ଯୋଗ୍ୟତା ଅନୁସାରେ ଚାକିରୀ ଦେଇଥାନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଯାହା ଭଦ୍ରକ ଜିଲ୍ଲା ରେ ଘଟିଛି। ଶ୍ରାବଣୀ କର ନାମକ ଜଣେ କଲେଜ ପଢୁଆ ଯୁବତୀ ନିଜର ପାଠପଢା ସାରି ଆରମ୍ଭ କରିଛନ୍ତି ପଲ୍ଟ୍ରି ଫାର୍ମ। ଆଜି ଆମେ ସୋନାଲୀ କେଉଁ କୁକୁଡା ପାଳନ କରିଛନ୍ତି ସେହି ବିଷୟ ରେ ଜାଣିବା।

ତେବେ ଭଦ୍ରକ ଜିଲ୍ଲା ଟୋଟାପଡା ଗ୍ରାମ ର ସୋନାଲୀ କର ବି ବି ଏଲ୍ ବି କରିବା ସହ ମାଷ୍ଟର ଡିଗ୍ରୀ ମଧ୍ଯ ହାସଲ କରିଛନ୍ତି ଏବଂ ଏହା ସହିତ ଏନିମାଲ୍ ଲୋ ର ଏକ କୋର୍ଷ ମଧ୍ଯ କରିଛନ୍ତି। ସୋନାଲୀ ଙ୍କ ପିଲା ଦିନୁ ଇଛା ଥିଲା ଯେ ସେ ବିଜିନେସ୍ କରିବେ। ଯେତେବେଳେ ତାଙ୍କର ପାଠ ପଢା ସରିଲା ସେତେବେଳକୁ କରୋନା ଲକ୍ ଡାଉନ୍ ଆରମ୍ଭ ହୋଇଯାଇଥିଲା।

ତେଣୁ ସେ କୁକୁଡା ଚାଷ ପାଇଁ ମନ ବଳେଇଥିଲେ ଏବଂ ଯେହେତୁ କୁକୁଡା ର ଚାହିଦା ମାର୍କେଟ ରେ ଅଧିକ ରହିଛି ତେଣୁ ସେ କୁକୁଡା ଚାଷ କରିଥିଲେ। ବର୍ତ୍ତମାନ ସୋନାଲୀ ଙ୍କ ପାଖରେ ତିନି ହଜାର କୁକୁଡା ରହିଛି। ଏଥିରୁ ସୋନାଲୀ ବ୍ରୀଡ ର କୁକୁଡା ୨୫୦ ରଖିବା ସହ ଆରାକାର, ଦେଶୀ ଏବଂ ଡକ୍ ମଧ୍ଯ ରଖିଛନ୍ତି। ମାର୍କେଟ ରେ କୁକୁଡାର ମୂଲ୍ଯ ପର୍ କେଜି ୩୫୦ ହୋଇଥାଏ ଏବଂ ଏହାର ଚାହିଦା ମଧ୍ଯ ଅନେକ ଥାଏ ଏବଂ ଏହାର ଫାଇଦା ହେଉଛି

ଏହି କୁକୁଡା ତିନି ମାସ ରେ ବଡ ହୋଇ ଏକ କେଜି ହୋଇଯାଏ। ତେବେ ଏହି କୁକୁଡା କୁ ସୋନାଲୀ ୟୁକେନ୍ ଫାର୍ମ ରୁ ଆଣିଥିଲେ, ଯାହାକି ମୟୂରଭଞ୍ଜ ଜିଲ୍ଲା ର ବାରିପଦା ରେ ଅବସ୍ଥିତ। ଏହିଭଳି ଭାବରେ କୁକୁଡା ଚାଷ କରି ଶ୍ରାବଣୀ ବହୁତ ଖୁସି ରେ ଅଛନ୍ତି। ଜଣେ ଝିଅ ପିଲା ହୋଇ ଏତେ ପାଠ ପଢି ମଧ୍ଯ ସେ କୁକୁଡା ଚାଷ କରିବାକୁ ନିଜର ଲକ୍ଷ୍ଯ ବୋଲି ମାନି ନେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।