ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଦୁର୍ଘଟଣାରେ ସନ୍ତାଙ୍କ ହେଲେ କ୍ଷତି ପୂରଣ ପାଇବାକୁ ବାପା ମାଁ ହକଦାର୍ ? ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ….

0

ଆପଣ ମାନେ ସବୁ ଜାଣିଥିବେ ବେଶ୍ ଭଲ ଭାବରେ ଯେ ସଡ଼କ ଦୁର୍ଘଟଣା ବହୁତ୍ ସାଧାରଣ ହୋଇ ଗଲାଣି । ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକ ମୃତ୍ୟୁ ମୁଖ୍ୟ କୁ ଯାଉଛନ୍ତି । ଏବଂ ପ୍ରାଣ ହରାଉ ଛନ୍ତି। ତେବେ ସେହି ସବୁ କାରଣରୁ ନୂଆ ନିୟମ ଜାରି ହୋଇଛି , ସଡ଼କ ଦୁର୍ଘଟଣା ରେ ସନ୍ତାନ ଙ୍କ ମୃତ୍ୟୁ ହେଲେ କ୍ଷତି ପୁରଣ ପାଇବାକୁ ସେଥିପାଇଁ ବାପା ମାଆ ହକଦାର ।

ତେବେ ଦିଲ୍ଲୀ ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଯେ ଯେଉଁ ସନ୍ତାନ ମାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି ସେମାନଙ୍କର ବାପା ମାଆ କ୍ଷତି ପୁରଣ ପାଇବାକୁ ହକଦାର। ତେବେ ଯଦି ସଡ଼କ ଦୁର୍ଘଟଣାରେ ନିଜ ବାପା ମାଆ ତାଙ୍କର ପୁତ୍ର ସନ୍ତାନ ଙ୍କୁ ହରାଇ ବସନ୍ତି ତେବେ ପୀଡ଼ିତ ବାପା ମାଆ ଙ୍କୁ କ୍ଷତି ପୂରଣ ଦିଆ ଯିବ । ତେବେ ଏହି ଅଧିକାର କୁ ଅଭିବାବକ ଙ୍କ ଠୁ କେହି ବି ଛଡ଼ାଇ ପାରିବେ ନାହି ।

ତେବେ ଗୋଟିଏ ମାମଲା ର ଶୁଣାଣି ବେଳେ ଏହି ନିଷ୍ପତି ଟି ହାଇକୋର୍ଟ ନେଇଥିବାର ଜଣା ପଡ଼ିଛି । ତେବେ ୨୦୦୮ ମସିହା ରେ ଏକ ସଡ଼କ ଦୁର୍ଘଟଣା ରେ ମାମଲା କୁ ନେଇ ବିଚାର କରି ଦିଲ୍ଲୀ ର ଉଚ୍ଚତମ ନ୍ୟାୟାଳୟ ର ବିଚାରପତି ଜେ ଆର୍ ନିଧା କହିଛନ୍ତି ଯେ ଗୋଟିଏ ଶିଶୁ ଯେତେବେଳେ ଜନ୍ମ ନେଇଥାଏ ତାର ଲାଳନ ପାଳନ ର ଦାୟିତ୍ଵ ବାପା ମାଆ ଙ୍କ ଉପରେ ନ୍ୟସ୍ତ ହୋଇ ଥାଏ।

ତେବେ ପିଲା ବେଳେ ଯେମିତି ଗୋଟିଏ ଶିଶୁ ତାର ବାପା ମାଆ ଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ଶିଳ ,ଠିକ୍ ସେମିତି ବୟସ ର ଅପରାହ୍ନ ରେ ବାପା ମାଆ ମଧ୍ୟ ପିଲା ମାନଙ୍କ ଉପରେ ସେତିକି ନିର୍ଭର ଶିଳ ହୋଇଥାନ୍ତି ।

ତେବେ ସଡ଼କ ଦୁର୍ଘଟଣାରେ ନିଜ ସନ୍ତାନ ମାନଙ୍କୁ ହରାଇ ଦେଇ ଥିବା ବାପା ମାଆ ଙ୍କୁ କ୍ଷତି ପୂରଣ ଦେବା କୁ ମନା କରିବା ନ୍ୟାୟ ବିରୋଧୀ ଅଟେ । ତେବେ ଜଷ୍ଟିସ ଯେ ଆର୍ ନୀଧା ଏହା ମଧ୍ୟ କହିଛନ୍ତି ଯେ ବାପା ମାଆ ଯେତେ ବି ସକ୍ଷମ ହୋଇ ଥାନ୍ତୁ ନା କାହିଁକି ହେଲେ କୌଣସି ବି ସମୟରେ ସେ ନିଜ ସନ୍ତାନ ଙ୍କ ଉପରେ ନିର୍ଭର ଶିଳ ହେବେ । ତେବେ ଏହି ଭଳି ପରିସ୍ଥିତି ରେ ଯଦି ବାପା ମାଆ ତାଙ୍କ ସନ୍ତାନ ଙ୍କୁ ସଡ଼କ ଦୁର୍ଘଟଣାରେ ହରାଇ ଦେଉଛନ୍ତି ତାହେଲେ ତାଙ୍କୁ କ୍ଷତି ପୁରଣ ଦେବା ସମ୍ପୂର୍ଣ୍ଣ ନ୍ୟାୟ ଅଟେ ।

ଯଦି କୌଣସି ବ୍ୟକ୍ତି ଏହାକୁ ଦେବାକୁ ମନା କରନ୍ତି ତାହେଲେ ଏହା ଅନ୍ୟାୟ ବୋଲି ବିବେଚନା କରାଯିବ । ତେବେ ଆମେ ଏହି ଠାରେ କହି ରଖୁଛୁ ଯେ ଦିଲ୍ଲୀ ର ହାଇକୋର୍ଟ ଙ୍କ ଏହି ଭଳି ନିଷ୍ପତ୍ତି ୨୦୦୮ ମସିହା ରେ ଏକ ସଡ଼କ ଦୁର୍ଘଟଣାରେ ନିଜର ୨୩ ବର୍ଷୀୟ ପୁଅ ଙ୍କୁ ହରାଇ ଥିବା ମହିଳା ଙ୍କୁ କ୍ଷତି ପୁରଣ ଦବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମଧ୍ୟ ପୀଡ଼ିତା ଙ୍କୁ କ୍ଷତି ପୁରଣ ବାବଦ କୁ ୬ ଲକ୍ଷ୍ୟ ୮୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।।

ତେବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି ଏବେ ବହୁତ୍ ସାଧାରଣ, ଯଦି ଆପଣ ମାନେ ଟ୍ରାଫିକ ନିୟମ କୁ ମନି ଗାଡ଼ି ଚଳାଇବା ସହିତ ନିଜର ସମ୍ପୂର୍ଣ୍ଣ ଧ୍ୟାନ ନିଜ ଉପରେ ରଖନ୍ତେ ତାହେଲେ ସଡ଼କ ଦୁର୍ଘଟଣା କୁ କିଛି ମାତ୍ରା ରେ କମିଯିବ। ଜୀବନ ମାତ୍ର ଥରେ ଆସେ ବାରମ୍ବାର ନୁହଁ,ତେଣୁ ନିଜର ସୁରକ୍ଷା ନିଜ ହାତରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।