Top10 – ଓଡ଼ିଆ ସେଲିବ୍ରିଟି ବିବାହ ପରେ ଓଲିଉଡ ଛାଡି ଏବେ କଣ କରୁଛନ୍ତି ଜାଣନ୍ତୁ ସମ୍ପୂର୍ଣ ଖବର …

0

ତେବେ ଓଡ଼ିଆ ସିରୀୟଲ୍ ର ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ଦେଇ ନିଜର ବ୍ୟକ୍ତି ଗତ କାମ ରେ ଅଧିକ ଧ୍ୟାନ ଦେଉଛନ୍ତି। ତେବେ ଏହି ଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ କୁ ବିବାହ ପରେ ଏବେ କିଛି ସମୟ ପାଇଁ ଅଭିନୟ ଠୁ ବହୁତ୍ ଦୂରରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସବୁ ରେ କିଏ କିଏ ଅଛନ୍ତି।

1.କେ ଶୈଳଜା ରାଓ:-

ପ୍ରଥମେ କେ ଶୈଳଜା ରାଓ ଯିଏ କି ଆମ ଘର ଲକ୍ଷ୍ମୀ ରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିଲେ ଏବଂ ତାଙ୍କ ଜବରଦସ୍ତ ଅଭିନୟ ରେ ଦର୍ଶକ ମାନେ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ହେଲେ ତାଙ୍କ ବିବାହ ପରେ ସେ ସେହି ସିରୀଏଲ୍ ଟି କୁ ଛାଡ଼ି ଦେଇ ଥିଲେ ।ତେବେ ସେ ଏବେ ତାଙ୍କ ସ୍ବାମୀ ଙ୍କୁ ତାଙ୍କ ବ୍ୟବସାୟ ରେ ସାହାଯ୍ୟ କରୁଛନ୍ତି ।

2.ରାନୁ କର:-

ତେବେ ଦ୍ଵିତୀୟ ରେ ଆସୁଛନ୍ତି ରାନୁ କର , ତେବେ ଆପଣ ମାନେ ତାଙ୍କୁ ସିନ୍ଦୂର ବିନ୍ଦୁ ସିରୀୟଲ୍ ରେ ଦେଖିଥିବେ, ହେଲେ ତାଙ୍କ ବିବାହ ପରେ ସେ ଏଥିରୁ ଦୂରେଇ ଗଲେ ଏବଂ ତାଙ୍କ ସ୍ବାମୀ ଦୁବାଇ ରେ ଜଣେ ଇଞ୍ଜନିୟର ଅଟନ୍ତି ,ସେଥିପାଇଁ ସେ ବିବାହ ପରେ ଦୁବାଇ କୁ ଚାଲି ଯାଇଥିଲେ ।

3.ସୁଭସ୍ମିତା ପଣ୍ଡା:-

ଏହା ପରେ ତୃତୀୟ ରେ ଆସୁଛନ୍ତି ସୁଭସ୍ମିତା ପଣ୍ଡା ,ତେବେ ଆପଣ ମାନେ ତାଙ୍କୁ ବହୁତ୍ ସିରୀୟଲ୍, ଫିଲ୍ମ୍ ଏବଂ ଆଡ୍ ରେ ଦେଖିବାକୁ ପାଇଥିବେ ,ହେଲେ ଗତ କିଛି ମାସ ହବ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ଅଭିନୟ ଛାଡ଼ି ନିଜ ଘର ଏବଂ ସ୍ବାମୀ ଙ୍କ ସହ ସମୟ ବିତାଉଛନ୍ତି ।

3.ମାହୀ ମିଶ୍ର:-

ଏହା ପରେ ଚତୁର୍ଥ ରେ ଆସୁଛନ୍ତି ମାହୀ ମୀଶ୍ର, ତେବେ ଆପଣ ମାନେ ତାଙ୍କୁ ମୁଁ ବି ଅର୍ଦ୍ଧାଙ୍ଗିନୀ ସିରିୟଲ ରେ ମୁଖ୍ୟ ଚରିତ୍ର ରେ ଦେଖିଥିବେ। ତେବେ ସୁଟିଂ ସେଟ୍ ରୁ ହିଁ ସେ ତୁଷାର ଙ୍କ ସହ ପ୍ରେମ ବନ୍ଧନ ରେ ବାନ୍ଧି ହୋଇଥିଲେ, ଏବଂ ସେ ଦୁଇ ଜଣ ଙ୍କ ର ବିବାହ ମଧ୍ୟ ହୋଇଥିଲା ଏବଂ ବିବାହ ପରେ ସେ ଓଲିଉଡ଼ ଠାରୁ ବହୁତ୍ ଦୂରରେ ଅଛନ୍ତି।

4.ବନଜା ପଣ୍ଡା:-

ପଞ୍ଚମ ରେ ଆସୁଛନ୍ତି ବନଜା ପଣ୍ଡା, ତେବେ ଆପଣ ମାନେ ବନଜା ପଣ୍ଡା ଙ୍କୁ ସିନ୍ଦୂର ବିନ୍ଦୁ ସିରିୟଲ ରେ ମୁଖ୍ୟ ନାୟିକା ଭାବେ ଦେଖିଥିବେ। ତେବେ ସେ ସେହି ସିରୀୟଲ୍ ରେ ପୋଲିସ୍ ର ଚରିତ୍ର କରୁଥିଲେ ଏବଂ ବହୁତ୍ ପ୍ରଶଂସା ସାଉଁଟି ଥିଲେ ଏବଂ ତାଙ୍କ ବିବାହ ପରେ ସେ ମଧ୍ୟ ଓଲିଉଡ଼ ଠାରୁ ବହୁତ୍ ଦୂର ରେ ଅଛନ୍ତି।

5.ଅର୍ପିତା କର:-

ତେବେ ଷଷ୍ଠ ରେ ଆସୁଛନ୍ତି ଅର୍ପିତା କର ,ଆପଣ ମାନେ ତାଙ୍କୁ ଖୁବ୍ ଦମଦାର ଅଭିନୟ କରି ଥିବାର ଦେଖିଥିବେ। ସେ ଯେତେବେଳେ ମାଆ ହେବେ ବୋଲି ଜାଣିଥିଲେ ସେ ସିରୀୟଲ୍ କୁ ଛାଡ଼ି ଦେଇଥିଲେ ,ଆଉ ମାଆ ହେବା ପରେ ସେ ପୁଣି ଥରେ ମଧ୍ୟ ସେହି ସିରୀୟଲ୍ କୁ ଫେରି ଆସିଥିଲେ ହିଁ ସେ ସିରିୟାଲ ର ଟି ଆର୍ ପି କମିଯାଇଥିଲା ଏବଂ ବାଧ୍ୟ ହୋଇ ଏହି ଶିରିୟଲ କୁ ବନ୍ଦ୍ କରିବାକୁ ପଡ଼ିଥିଲା ।

6.ସୁଇଟି ପଟ୍ଟନାୟକ:-

ତେବେ ସପ୍ତମ ରେ ଆସୁଛନ୍ତି ସୁଇଟି ପଟ୍ଟନାୟକ ,ଆପଣ ମାନେ ତାଙ୍କୁ ମାନିନି ଶିରିୟଲ ରେ ମୁଖ୍ୟ ନାୟିକା ଭାବେ ଦେଖିବାକୁ ପଇଥିବେ ଏବଂ ସେ ଏହି ଚରିତ୍ର ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। ତେବେ ସେ ମଧ୍ୟ ଯେତେବେଳେ ମାଆ ହବାକୁ ଯାଇଥିଲେ ସେତେବେଳେ ସେ ଅଭିନୟ ଛାଡ଼ି ଦେଇଥିଲେ ।

7.ପ୍ରିୟଙ୍କା ପାଣିଗ୍ରାହୀ:-

ତେବେ ଅଷ୍ଟମ ରେ ଆସୁଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ ,ତେବେ ଆପଣ ମାନେ ସମସ୍ତେ ତାଙ୍କୁ ଅନେକ ଶିରିୟଲ ରେ ଅଭିନୟ କରି ଥିବାର ଦେଖିଥିବେ। ତେବେ ବର୍ତ୍ତମାନ ସମୟରେ ସେ ବିବାହ କରିଛନ୍ତି ଏବଂ ସିରୀୟଲ୍ ଠୁ ଦୂରରେ ରହି ନିଜ ସ୍ବାମୀ ଏବଂ ପରିବାର ଙ୍କ ସହ ସମୟ ବିତାଉଛନ୍ତି ।

9.ଅରୁନ୍ଧତୀ ଦେବିକା:-

ତେବେ ନବମରେ ଆସୁଛନ୍ତି ଅରୁନ୍ଧତୀ ଦେବିକା , ତେବେ ଗତ କିଛି ଦିନ ହେଲା ତାଙ୍କ ର ନିର୍ବନ୍ଧ ହୋଇଥିଲା ହେଲେ କିଛି କାରଣ ବଶତଃ ତାଙ୍କ ନିର୍ବନ୍ଧ ଟି ଭାଙ୍ଗି ଯାଇଥିଲା, ଆଉ ସେ ଏବେ ଓଲିଉଡ଼ ଠାରୁ କିଛି ଦୂରରେ ରହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।