ଶନିବାର ଦିନ ଏହି 7 ଟି କାର୍ଯ୍ୟ କର, ଆପଣଙ୍କର ଅଧା ରହିଯାଇଥିବା କାର୍ଯ୍ୟ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ

0

ଯଦିଓ ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛୁ ତଥାପି ଆମେ ସବୁବେଳେ ଭଗବାନଙ୍କ ଉପରେ ଭରସା ଓ ବିଶ୍ୱାସ ରଖିଥାଉ । କାରଣ ଭଗବାନଙ୍କ ର ବିନା ଇଚ୍ଛା ରେ ଏ ପୃଥିବୀର ଗୋଟିଏ ପତ୍ର ବି ହଲି ନଥାଏ । ତେବେ ପୁରାଣଶାସ୍ତ୍ର ଅନୁସାରେ ଆମେ ବିଶ୍ୱାସ କରୁ କି ଆମ ସମାଜରେ ୩୩ କୋଟି ଦେବତା ରହିଛନ୍ତି ଏବଂ ତାଙ୍କ ମଧ୍ୟରେ ରହିଛି ଶ୍ରୀରାମ ଭକ୍ତ ହନୁମାନ । ହନୁମାନ ଙ୍କୁ ସାଧାରଣତ୍ୱ ଆମେ ସଙ୍କଟ ମୋଚନ ବୋଲି ସମ୍ବନ୍ଧନ କରିଥାଓ କାରଣ ସେ ବହୁତ ଶୀଘ୍ର ତାଙ୍କ ଭକ୍ତ ମାନଙ୍କର ପ୍ରାର୍ଥନା ଶୁଣନ୍ତି ଏବଂ ସେମାନଙ୍କ ଦୁଃଖ କଷ୍ଟ ଦୂର କରିଥାନ୍ତି । ଆମେ ଆଜି ଆପଣଙ୍କୁ ଭଗବାନ ହନୁମାନ ଙ୍କୁ ପ୍ରସନ୍ନ କରିବାର ୭ ଟି ଉପାୟ ଜଣେଇବାକୁ ଯାଉଛୁ ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।


୧. ସପ୍ତାହ ର ଶନିବାର ଟୀକୁ ହନୁସାନ ଙ୍କର ବାର ବୋଲି ଗ୍ରହଣ କରାଯାଏ । ତେବେ ପ୍ରତି ଶନିବାର ଦିନ ଆପଣଙ୍କ ନିକଟରେ ଥିବା ହନୁମାନ ମନ୍ଦିରକୁ ଯାଆନ୍ତୁ । ଏବଂ ସେଠାରେ ଏକ ଦୀପ ଲଗେଇ ସାତ ଥର ହନୁସାନ ଚାଳିସା ନାମ ଜପ କରନ୍ତୁ ।


୨.ପ୍ରତି ଶନିବାର ଦିନ ଆପଣ ପିମ୍ପୁଡ଼ି ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ତେବେ ଆପଣ ପ୍ରତି ଶନିବାର ରେ ଅଟାରେ କିଛି ଚିନି ମିଶେଇ ଏକ ମିଶ୍ରଣ ପ୍ରସ୍ତୁତ କରି ପିମ୍ପୁଡ଼ି ବା କାଇ ମାନଙ୍କୁ ଖାଇବାକୁ ଦିଅନ୍ତୁ ।


୩ .ଶନିବାର ଦିନ ଗାଧେଇବା ପାଣିରେ ଟିକିଏ ଗଙ୍ଗାଜଳ ମିଶେଇ ଗାଧାନ୍ତୁ । ଏବଂ ପରେ ଏକ ପାତ୍ରରେ କିଛି ସୋରିଷ ତେଲ ରଖି ସେଥିରେ ନିଜର ଚେହେରା ଦେଖନ୍ତୁ , ପରେ ସେହି ତେଲ କୁ ଗରିବ ମାନଙ୍କୁ ବାଣ୍ଟିଦିଅନ୍ତୁ ।

୪.ଶନିବାର ଦିନ ଏକ ରୋଟି ପ୍ରସ୍ତୁତ କରି ସେଥିରେ କିଛି ସୋରିଷ ତେଲ ଲଗେଇ କୁକୁର କୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଫଳରେ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ।


୫.ପ୍ରତି ଶନିବାର ଦିନ ଭଗବାନ ରାମଙ୍କ ମୃତ୍ତି ପାଖରେ ଦୁଇଟି ଦୀପ ଜଳାନ୍ତୁ ଏବଂ ସେହି ସ୍ଥାନରେ ବସି ହାତ ଯୋଡି ହନୁମାନ ଙ୍କୁ ଧ୍ୟାନ କରନ୍ତୁ ।ଏପରି କରିବା ଦ୍ଵାରା ଆପଣଙ୍କ ର ସମସ୍ତ ମାନସ୍କାମ ପୂରଣ ହୋଇଯିବ ।

୬.ଯଦି ଆପଣଙ୍କର କୌଣସି କାର୍ଯ୍ୟ ବହୁତ ଦିନରୁ ଅଧା ହୋଇରହିଛି ଏବଂ ଏହାକୁ ଆପଣ ପୁରା କରିପାରୁନାହାନ୍ତି । ତାହେଲେ ପ୍ରତି ଶନିବାର ଦିନ ହନୁମାନ ମନ୍ଦିର ରେ ଯାଇ ୧୦୮ ବେଲ ପତ୍ରରେ ସିନ୍ଧୁର ଲଗେଇ ଏକ ମାଳା ପ୍ରସ୍ତୁତ କରନ୍ତୁ ଏବଂ ଏହି ମାଳା ଟୀକୁ ହନୁମାନଙ୍କୁ ଅର୍ପଣ କରନ୍ତୁ ।

୭.ଆପଣଙ୍କର ସମସ୍ତ ମନସ୍କାମନା କୁ ପୁରା କରିବା ପାଇଁ ଏବଂ ପ୍ରଭୁ ହନୁମାନ ଙ୍କର ଆଶ୍ରିର୍ବାଦ ପାଇବା ପାଇଁ ଆପଣ ପ୍ରତି ଶନିବାର ଦିନ ଭଗବାନ ହନୁମାନ ଙ୍କ ପାଖରେ ନଡ଼ିଆ ର ଭୋଗ ଲଗାନ୍ତୁ ।


ଉପରକ୍ତ ସମସ୍ତ କାର୍ଯ୍ୟ ନିୟମିତ କରିବା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ । ଏବଂ ଅଧାରେ ଅଟକିଥିବା ଆପଣଙ୍କ ର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।