ଦେଖନ୍ତୁ ଭିଡିଓ – ବିନା ଦୋଷରେ କନେଷ୍ଟବଳ , ଲୋକ ଙ୍କୁ ଦେଖାଇଲେ ନିଜର ଦାଦା ଗିରି ଏଭଳି ପୋଲିସ କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ

0

ଆମେ ଅନେକ ସ୍ଥାନ ରେ ପୋଲିସ୍ ବାବୁ ମାନଙ୍କୁ ଲୋକ ମାନଙ୍କ ର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ର ଦେଖିଥାଉ ଏବଂ ଆମ ସମାଜ ରେ ସେମାନଙ୍କୁ ମଧ୍ୟ ସାଧାରଣ ଲୋକ ମାନେ ବହୁତ୍ ସମ୍ମାନ ଦେଇ ଥାନ୍ତି ,କାରଣ ସାଧାରଣ ଲୋକ ମାନେ କିଛି ବିପଦ ରେ ପଡିଲେ ପୋଲିସ୍ ର ଦ୍ଵାରମୁଖ ହୋଇଥାନ୍ତି ଏବଂ ଏହି ଆଶା ନେଇ ଯାଇଥାନ୍ତି କି ତାଙ୍କ ଅସୁବିଧା ଗୁଡ଼ିକ ଠିକ୍ ହେଇଯିବ ।ତେବେ ଆଜି ଆମେ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯେ ଆପଣ ମାନେ ଶୁଣି ପୋଲିସ୍ ବାବୁ ମାନଙ୍କ ପାଇଁ ମନରେ ଭୟ ଆଣିବେ।

ତେବେ ଗଞ୍ଜାମ ଜିଲ୍ଲା ଖଲିକୁଟ୍ ଥାନା ଅନ୍ତର୍ଗତ ଥିବା ଭେଜି ପୁର ଫାଣ୍ଡି ତରଫ ରୁ ହୋଇଥିବା ଗାଡ଼ି ଚେକିଂ ବେଳେ ଦେଖିବାକୁ ମିଳି ଥିଲା ଏହି ଭଳି ଏକ ଅଭାବନୀୟ ଘଟଣା । ତେବେ କନେଷ୍ଟବଳ ସୁଦର୍ଶନ ଜେନା ଅସଭ୍ୟ ଭାଷା ରେ ଜଣେ ଯୁବକ ଙ୍କୁ ଗାଳି ଗୁଲଜ୍ କରିବା ସହିତ ଚାପୁଡ଼ା ପରେ ଚାପୁଡ଼ା ମଧ୍ୟ ମାରି ଚାଲିଥିଲେ । ଯାହା ଫଳରେ ଯୁବକ ଜଣକ ଙ୍କ ର ମୁହଁ ଫାଟି ରକ୍ତ ବାହାରି ଥିବାର ଦେଖିବାକୁ ମିଳି ଥିଲା ।

ତେବେ ସେହି ଘଟଣା ସ୍ଥଳରେ ଫାଣ୍ଡି ଅଧିକାରୀ ଉପସ୍ଥିତ ଥାଇ ମଧ୍ୟ ସେଠାରେ ଏହି ଭଳି ଗୁଣ୍ଡା ଗର୍ଦି କରିଥିବାର ସେହି ସମ୍ପୃକ୍ତ କନେଷ୍ଟବଳଙ୍କୁ ଦେଖୁଥିଲେ ,ଆଉ ଏହା କେବଳ ସେହି ଗୋଟିଏ ଦିନ ର ଘଟଣା ନୁହେଁ ,ଏହା ବିଚ୍ ବଜାର ରେ ସେହି କନେଷ୍ଟବଳ ଜଣକ ମଦ୍ୟ ପାନ କରି ଏହି ଭଳି ଘଟଣା ଘଟାଉ ଥିବାର ଅଭିଯୋଗ ହୋଇଛି ।

ତେବେ ସେହି କନେଷ୍ଟବଳ ଙ୍କ ଗୋଟିଏ ଭିଡିଓ ଭାଇ ରାଲ ହୋଇଥିଲା ଯେଉଁଥିରେ ସେ ମଦ୍ୟ ପାନ କରୁଥିବାର ଦେଖିବାକୁ ମିଳିଛି । କନେଷ୍ଟବଳ ଜଣକ ମଦ୍ୟ ପାନ କରୁଥିବା ସମୟରେ ତାଙ୍କ ଚାରି ପାଖରେ କିଛି ଲୋକ ମଧ୍ୟ ଥିଲେ ଏବଂ ତାଙ୍କୁ ସେବା ଯୋଗାଇ ଦେଉଥିଲେ ।

ତେବେ ପୋଲିସ୍ ପକ୍ଷ ରୁ ସବୁ ଆଡେ ପାଳନ କରାଯାଉଛି ସଡ଼କ ସୁରକ୍ଷା ସପ୍ତାହ ଓ ଲୋକ ମାନଙ୍କୁ ସଚେତନ ବି କରା ଯାଉଛି,କିନ୍ତୁ ହେଲମେଟ ପିନ୍ଧିଥିବା ଲୋକ ଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରୁଥିବା ବେଳେ ଅମାନିଆ ଙ୍କୁ ସଚେତନ କରା ଯାଉଛି,ହେଲେ ଏଠାରେ ଏହି କନେଷ୍ଟବଳ ଙ୍କ ର ଏହି ଭଳି ଆଚରଣ ପୋଲିସ୍ କୁ ପୁଣି ଥରେ କାଠ ଗଡା ରେ ଆଣି ଛିଡା କରି ଦେଇଛି,ଯାହା ସବୁ ଆଡେ ଚର୍ଚ୍ଚା ର ବିଷୟ ହୋଇ ଯାଇଛି। ବିଶେଷ କରି ଏହି ଘଟଣା ଟି ଗଞ୍ଜାମ ଜିଲ୍ଲା ରେ ଅଧିକ ଚର୍ଚ୍ଚା ର ବିଷୟ ହୋଇ ଯାଇଛି ।

ତେବେ ପୋଲିସ୍ ମାନେ ଯଦି ଏହି ଭଳି ବ୍ୟବହାର ସାଧାରଣ ଲୋକଙ୍କ ସହିତ କରିବେ ତାହେଲେ ଲୋକ ମାନଙ୍କ ର ସମାଜ ରେ ଥିବା ଆଇନ୍ ବ୍ୟବସ୍ଥା ପ୍ରତି ବିଶ୍ଵାସ ଉଠି ଯିବ । ସାଧାରଣ ଲୋକ ଅସହାୟ ହୋଇ ପୋଲିସ୍ ବାବୁ ମାନଙ୍କ ପାଖକୁ ଯାଇଥାନ୍ତି ସାହାଯ୍ୟ ପାଇଁ। ତେବେ ଏହି କନେଷ୍ଟବଳ ଙ୍କ ର ଏହି ଭଳି ବ୍ୟବହାର କୁ ଆମେ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।