Bastu Tips – ମହିଳା ମାନେ ଭୁଲରେ ଏହି ଦିନ ଲଗାନ୍ତୁ ନାହିଁ ତେଲ ନଚେତ ସ୍ୱାମୀଙ୍କ ଆୟୁଷ ହାନି ହୋଇପାରେ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ ।

ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ । ଖାଲି ଏତିକି ନୁହେଁ ବରଂ ଜଣେ ବିବାହିତ ନାରୀ ବା ମହିଳା ଙ୍କର ନୀତି ଦିନିଆ ଛୋଟ କାର୍ଯ୍ୟ ରେ ମଧ୍ୟ ତାର ପରିବାର ର ସୁଖ ଶାନ୍ତି ଓ ଧନ ସମ୍ପତ୍ତି ର ଭାବ ଅଭାବ ନିର୍ଭର କରିଥାଏ।

ଏପରି କି ଜଣେ ବିବାହିତ ପୁରୁଷ ଙ୍କର ବଞ୍ଚିବା ର ଆୟୁଷ ମଧ୍ୟ ତାର ସ୍ତ୍ରୀ ଉପରେ ନିର୍ଭର କରିଥାଏ। ତେବେ ଆମେ ଆଜି ଆପଣଂକୁ ମହିଳା ମାନଙ୍କ ବିଷୟରେ ଏକ ଏପରି କଥା କହିବାକୁ ଯାଉଛୁ ଯାହାକି ଆପଣ ଙ୍କ ଘର ର ସୁଖ ଶାନ୍ତି କୁ ବଜାଇ ରଖିବା ରେ ସାହାଯ୍ୟ କରିବ।

ତେବେ ଆମେ ସମସ୍ତେ ପ୍ରତିଦିନ ଦେହ ଓ ମୁଣ୍ଡ ରେ ତେଲ ଲଗାଇ ଥାଉ କିନ୍ତୁ ଆମ ପୁରାଣ ଶାସ୍ତ୍ର ଅନୁସାରେ ମହିଳା ମାନେ ପ୍ରତିଦିନ ତେଲ ଲଗାଇବା ଉଚିତ ନୁହେଁ। ଗୋଟିଏ ସପ୍ତାହ ରେ କେବଳ ତିନି ଦିନ ବା ତିନୋଟି ବାର ରେ ତେଲ ଲଗେଇବା ଉଚିତ ହୋଇଥାଏ ଓ ଘରେ ଧନ ସମ୍ପତ୍ତି ର ଆଗମନ ହୋଇଥାଏ ।କେତେକ ମହିଳା ଗାଧେଇବା ପୂର୍ବରୁ ତେଲ ଲଗାଇଥାନ୍ତି ମାତ୍ର ଏହା ଉଚିତ ହୋଇନଥାଏ ।ତେବେ ଆସନ୍ତୁ ଜାଣିବା କେବେ ତେଲ ଲଗାଇବା ଉଚିତ ଓ କେବେ ଅନୁଚିତ:-

୧.ଆମର ଶାସ୍ତ୍ର ଅନୁସାରେ ମଙ୍ଗଳବାର ,ଗୁରୁବାର, ଶନିବାର ଓ ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ ହୋଇନଥାଏ। ଏହି ଦିନ ମାନଙ୍କରେ ତଳେ ଲଗେଇବା ଦ୍ବାରା ଘରେ ଅଶାନ୍ତି ଦେଖାଦେଇଥାଏ ଏବଂ ସ୍ଵାମୀ ଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ।

୨.ଶନିବାର ଦିନ ମହିଳା ମାନେ ମୁଣ୍ଡ ରେ ତେଲ ଲଗାଇବା ଫଳରେ ଘରେ ଶନି ଙ୍କର ଆଗମନ ହୋଇଥାଏ ଓ ସବୁବେଳେ କଳିଝଗଡା ଓ ଆସନ୍ତି ଦେଖାଦେଇଥାଏ ।

୩.ସେହିପରି ମଙ୍ଗଳବାର ଦିନ ତେଲ ଲଗାଇବା ଦ୍ବାରା ଧନ ହାନି ଓ ମାନ ହାନି ହେବା ସହ ସ୍ୱାମୀ ଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ। ତେଣୁ ମହିଳା ମାନେ ଭୁଲ ରେ ବି ଏହି ବାରରେ ତେଲ ଲଗାନ୍ତୁ ନାହିଁ।

୪.ଯଦି ଘରର ମହିଳା ମାନେ ଗୁରୁବାର ଦିନ ତେଲ ଲଗାନ୍ତି ତ ମାତା ଲକ୍ଷ୍ମୀ ସେହି ଘର ଛାଡି ଦିଅନ୍ତି । ଏବଂ ଘରକୁ ଦାରିଦ୍ର୍ୟତା ର ଆଗମନ ହୋଇଥାଏ।

୫.ଶୁକ୍ରବାର ଦିନ ମହିଳା ମାନେ ମୁଣ୍ଡ ରେ ତେଲ ଲଗାଇବା ଦ୍ବାରା ଘର କୁ ଦୁର୍ଭାଗ୍ୟ ଆସିଥାଏ। ତେଣୁ ଏହିଦିନ ତେଲ ଲଗାନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।