Breaking news- ପୁଣି ଆଜି ବଲିଉଡ୍ ରୁ ଆସିଲା ଶୋକରଛାୟା ଏହି ପ୍ରସିଦ୍ଧ କଳାକାର ଙ୍କ ହେଲା ଅଚାନକ ଦେହାନ୍ତ ! ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ….

0

ଅଢେଇ ଦିନ ପାଇଁ ଏଇ ଧରାରେ ବାସ କରୁଛି ମାନବ ସମାଜ,ଗୋଟିଏ ଦିନ ଜନ୍ମ ଗୋଟିଏ ଦିନ ମୃତ୍ୟୁ ,ବାକି ରହିଲା ଅଧା ଦିନ ଏଥିରେ ମଣିଷ କର୍ମ କରି ଜୀବନ କୁ ସାର୍ଥକ କରିଥାଏ। ତେବେ ମୃତ୍ୟୁ କୁ କିଏ ବା ନା ଡରେ। କେତେବେଳେ ହଠାତ୍ ମୃତ୍ୟୁ ଆସି ପହଞ୍ଚିଜିବ କେହି ଜାଣି ପାରିବେ ନାହିଁ। ଆଜି ଆମେ ଆପଣଙ୍କୁ ଆଉ ଏକ ବ୍ୟକ୍ତି ଙ୍କ ମୃତ୍ୟୁ ଖବର ବିଷୟରେ କହିବୁ,ସେ ଭଜନ ସଙ୍ଗୀତ ଦୁନିଆର ବେଶ୍ ପରିଚିତ ଅଟନ୍ତି ହେଲେ ସେ ଆଉ ଏ ଦୁନିଆ ରେ ନାହାନ୍ତି।ସେ ହେଉଛନ୍ତି ବଲିଉଡ ଜଗତ ର ଭଜନ ଗାୟକ ନରେନ୍ଦ୍ର ଚଞ୍ଚଳ।

ଗତ ଶୁକ୍ରବାର ଦିନ ତାଙ୍କ ଦେହାନ୍ତ ହୋଇଥିଲା। ବିହାର ରେ ଥିବା ବାସ ଭବନ ରେ ତାଙ୍କର ମୃତ୍ୟୁ ଘଟିଥିଲା।ଗତ କିଛି ଦିନ ରୁ ସେ ବହୁତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର ମୃତ୍ୟୁ ହିନ୍ଦୀ ଭଜନ ଜଗତ ରେ ଦୁଃଖ ର ଛାୟା ଖେଳି ଯାଇଛି।

ନରେନ୍ଦ୍ର ଚଞ୍ଚଳ ଙ୍କ ଜନ୍ମ ପଞ୍ଜାବ ର ଅମୃତସର ନାମକ ମଣ୍ଡି ରେ ୧୯୪୦ ମସିହା ଅକ୍ଟୋବର ୧୬ ତାରିଖ ରେ ହୋଇଥିଲା। ମୃତ୍ୟୁ ବେଳକୁ ମାତ୍ର ୮୦ ବର୍ଷ ହୋଇଥିଲା,ତେବେ ତାଙ୍କର ମୃତ୍ୟୁ ରେ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ କରି ନିଜ ଦୁଃଖ ପ୍ରକାଶ କରି କହିଛନ୍ତି ଯେ “ନରେନ୍ଦ୍ର ଚଞ୍ଚଳ ଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଃଖ ଲାଗିଲା। ହିନ୍ଦୀ ରେ ଭଜନ ଗାଈ ନିଜର ସୁନ୍ଦର ସ୍ୱର ଦ୍ଵାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଥିଲେ। ଶୋକ ର ଏହି ମୁହୂର୍ତ୍ତ ରେ ମୋର ସମବେଦନା ତାଙ୍କର ପରିଜନ ଓ ପ୍ରଶଂସକ ମାନଙ୍କ ସହିତ ରହିଛି। ଓମ୍ ଶାନ୍ତି।”

ନରେନ୍ଦ୍ର ପିଲାଟି ଦିନ ରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ। ଧାର୍ମିକ ଭାବନା ପିଲାଟି ଦିନ ରୁ ଜନ୍ମିତ, ତେଣୁ ସେ ଭଜନ ଗାଇବାକୁ ଖୁବ୍ ପସନ୍ଦ କରୁଥିଲେ। ନିଜ ଜୀବନ ରେ ଏକାକୀ ବହୁତ୍ ସଂଘର୍ଷ କରି ଆଜି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ଯାହା ଦ୍ଵାରା ଲୋକ ମାନେ ତାଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି। ତେବେ ବହୁତ ସଙ୍ଘର୍ଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ରଖି ଥିଲେ। ତାଙ୍କର ପ୍ରଥମ ଭଜନ ଟି ହେଉଛି “ଚଲୋ ବୁଲୱା ଆୟା ହେ ମାତା ନେ ବୁଲୟା ହେ।”ଏହି ଭଜନ ପରେ ସେ ବହୁତ ଉପରକୁ ଉଠି ଥିଲେ ଓ ପ୍ରସିଦ୍ଧି ଲାଭ କରି ଥିଲେ।

ବଳିଓଡ଼ ରେ ତାଙ୍କର ପ୍ରଥମ ଭଜନ ଥିଲା ବେଶକ୍ ମନ୍ଦିର ମସଜିଦ ତୋଡୋ,, ଗୀତ ଟି ରାଜ କପୁର୍ ଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ୍ ବିବର୍ ର। ଏହି ଗୀତ ପାଇଁ ମଧ୍ୟ ସେ ବେଷ୍ଟ୍ ମେଲ୍ ପ୍ଲେବେକ୍ ସିଙ୍ଗର ଫିଲ୍ମ୍ ଫେୟାର ଆୱାଡ ଦିଆ ଯାଇଥିଲା,ପରେ ସେ ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଗୀତ ଇଣ୍ଡଷ୍ଟ୍ରି କୁ ଦେଇ ଚାଲିଲେ। ତାଙ୍କୁ ୟୁ ଏ ସ ର ଜର୍ଜିଆ ରାଜ୍ୟ ର ନାଗରିକତା ମଧ୍ୟ ମିଳି ଥିଲା,

लोकप्रिय भजन गायक नरेंद्र चंचल जी के निधन के समाचार से अत्यंत दुख हुआ है। उन्होंने भजन गायन की दुनिया में अपनी ओजपूर्ण आवाज से विशिष्ट पहचान बनाई। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम् शांति!

— Narendra Modi (@narendramodi) January 22, 2021

ହେଲେ ସେ ଏବେ ଆମ ଗହଣ ରେ ନାହାନ୍ତି, ହେଲେ ତାଙ୍କ ର ସଙ୍ଗୀତ ସ୍ମୃତି ହେଇ ଦର୍ଶକ ଙ୍କ ମନରେ ରହିଛି। ସେଥି ପାଇଁ ତାଙ୍କୁ ଆଜୀବନ ସମସ୍ତେ ମନେ ରଖି ଥିବେ। ତାଙ୍କର ଶେଷ ଗୀତ କୋରୋନା ଭାଇରସ କୁ ନେଇ ଥିଲା କିଥୋ ଆୟା କେ଼ାରୋନା ଥା। ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି,ହେଲେ ତାଙ୍କର ଗୀତ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।