ଏହି ଛଅ ଟି ରାଶିର ଭାଗ୍ୟ ଫିଟିବ ଶନି ଦେବେଙ୍କ ର କୃପା ଦୃଷ୍ଟି ଏହି ଛଅ ଟି ରାଶି ଉପରେ ପଡିବ ଜାଣନ୍ତୁ ଏହି ରାଶି ଗୁଡିକ କଣ କଣ।

0

ଶନି ଦେବ ହେଉଛନ୍ତି ନ୍ୟାୟ ର ପ୍ରତୀକ। ତାଙ୍କର କୃପା ଦୃଷ୍ଟି ପଡିଲେ ସେହି ରାଶିର ବ୍ୟକ୍ତି ବିଶେଷ ମାନେ ସବୁଦିନ ପାଇଁ ଖୁସି ରେ ଦିନ କଟାଇ ଥାନ୍ତି। କିନ୍ତୁ ଶନି ଦେବ ସାଧାରଣତଃ ନ୍ୟାୟ ପରାୟଣ। ତେଣୁ କେହି ବ୍ୟକ୍ତି ଯଦି ପାପ କିମ୍ବା ଭୁଲ କାମ କରିଥାନ୍ତି ତାର ଉପରେ ସେ ନିଜର କୁ ଦୃଷ୍ଟି ପକାଇ ଥାନ୍ତି। ସେହି ଲୋକ କୁ କୌଣସି କାର୍ଯ୍ୟରେ ସୁଫଳ ମିଳେ ନାହିଁ। ଯେତେ ଉପାର୍ଜନ କଲେ ମଧ୍ୟ ଅଭାବ ରହିଥାଏ। ତେଣୁ ରାଶିର ମାନଙ୍କର ଘରେ ଶନି ଦେବଙ୍କ ଚଳନ ହେତୁ ଏହି ଛଅ ଟି ରାଶିର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବ ଙ୍କର କୃପା ଦୃଷ୍ଟି ବର୍ଷା ହେବ।
ତେବେ ଏହି ଛଅ ଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ର କଣ କଣ ସବୁ ଘଟିବାର ସମ୍ଭାବନା ରହିଛି ଆସନ୍ତୁ ଜାଣିବା ଏହି ଛଅ ଟି ରାଶି କଣ କଣ।


ପ୍ରଥମ ରାଶି ଟି ହେଲା ମେଷ ରାଶି;-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କ ର କୃପା ଦୃଷ୍ଟି ଲାଗି ରହିବ। ସେଥିପାଇଁ ଏହି ରାଶିର ବ୍ୟକ୍ତି ମାନେ ଆଗାମୀ ଦିନରେ କୌଣସି ଭୁଲ କାମ କରିବେ ନାହିଁ ନଚେତ ଶନି ଦେବ ଆପଣଙ୍କ ଉପରେ ରାଗି ଯାଇ ପାରନ୍ତି। ଏହି ରାଶିର ଲୋକେ ମାନେ ପରିଶ୍ରମୀ ହେବା ସହିତ ନିଜ ପରିବାରଙ୍କ ସହ ଖୁସିରେ ସମୟ ବିତାଇବେ।


ଦ୍ୱିତୀୟ ରାଶି ଟି ହେଲା ସିଂହ ରାଶି;-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଅନେକ ମାତ୍ରା ରେ କୃତ କାର୍ଯ୍ୟ ହେବେ। ପୂର୍ବରୁ ସ୍ଥିର ହୋଇ ରହିଥିବା କାର୍ଯ୍ୟ ର ସମାପ୍ତି ଘଟିବ। ଦେହ ଏବଂ ମନ ସୁସ୍ଥ ରହିବ। ନିଜ ପରିବାର ର ସଦସ୍ୟ ମାନଙ୍କ ସହିତ ଭଲ ପଡିବ। ଆପଣଙ୍କ ଜୀବନ ସାଥି ଆପଣଙ୍କ ସହିତ ଅଧିକ ସମୟ ବିତାଇବେ। ଶିକ୍ଷା କ୍ଷେତ୍ରରେ ସୁଫଳ ମିଳିବ।


ତୃତୀୟ ରାଶି ଟି ହେଲା କନ୍ୟା ରାଶି;-
ଏହି ରାଶିର ଉପରେ ଶନି ଦେବଙ୍କ ଆଶୀର୍ବାଦ ରହିବ। ବିବାହିତ ଦମ୍ପତି ମାନେ ଅନ୍ୟ ଜଣକ ସହିତ ବୁଝାବଣା ଠିକ ରଖିବେ। ଚାକିରୀ କ୍ଷେତ୍ର ରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ।

ଚତୁର୍ଥ ରାଶି ଟି ହେଲା ତୁଳା ରାଶି;-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଆଗାମୀ ଦିନ ଖୁସିରେ କଟିବ। ଆପଣ କାହାରି ସହିତ ଝଗଡ଼ା କରିବେ ନାହିଁ। ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ପୂର୍ବରୁ ଲାଗି ରହିଥିବା ବିବାଦ ର ଅନ୍ତ ଘଟିବ। କୋର୍ଟ ରେ ଚାଲିଥିବା କେସ ର ମଧ୍ୟ ଭଲ ଫଳ ଆସିବ। ବିଦ୍ୟାର୍ଥୀ ମାନେ ମନ ମୁତାବକ ଫଳ ପାଇବେ।


ପଞ୍ଚମ ରାଶି ଟି ହେଲା କର୍କଟ ରାଶି ;-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ କର୍ମ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ର ଅଭାବ ରହିଛି ତେବେ ଆପଣ ପରିଶ୍ରମୀ ହେଲେ ଏହି ସମସ୍ୟା ସମାଧାନ ହୋଇଯିବ। ତାହା ସହିତ ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏହି ସମୟ ଟି ଭଲରେ କଟିବ। ଧନ ସମ୍ପତ୍ତି ରେ ଆର୍ଥିକ ସ୍ଥିତି ଠିକ ହୋଇଯିବ। ତେଣୁ ଶନିବାର ଦିନ ଶନି ଦେବ ଙ୍କୁ ପୂଜା କରନ୍ତୁ।

ଷଷ୍ଠ ରାଶି ଟି ହେଲା କୁମ୍ଭ ରାଶି;-
ଏହି ରାଶିର ବ୍ୟକ୍ତି ମାନେ ସୁଖ ପ୍ରାପ୍ତି କରିବେ। ଚାକିରୀ ରେ ମଧ୍ୟ ପ୍ରମସନ ଦେଖାଦେବ। ବିଦ୍ୟାର୍ଥୀ ମାନେ ଅଧିକ ଆଗ୍ରହୀ ଦେଖା ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।