ନିଆରା ବାହାଘର ! ଉଭୟ ହେଉଛନ୍ତି ଦିବ୍ୟାଙ୍ଗ କିନ୍ତୁ ମନ୍ଦିରରେ ହେଲା ମହାମିଳନ , ଦୟାକରି ଏହି ସୁନ୍ଦର ଯୋଡି ଙ୍କୁ ନିଶ୍ଚିତ ଆର୍ଶିବାଦ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ….

0

ଆମେ ଅନେକ ଘଟଣା ଶୁଣିବାକୁ ପାଇଛୁ ଯାହା ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଅଟେ। ଯଦି ଜଣେ ମଣିଷ ର କିଛି ଅଙ୍ଗ ପ୍ରତ୍ୟଙ୍ଗ ଅଭାବ ଥାଏ ବା କିଛି ଅଙ୍ଗ ପ୍ରତ୍ୟଙ୍ଗ ବେଶୀ ଥାଏ ଆମେ ସେ ମାନଙ୍କୁ ବିକଳାଙ୍ଗ ବୋଲି କହି ଥାଉ ବା ବିବେଚନା କରିଥାଉ । ତେବେ ସେମାନଙ୍କ ର ଭବିଷ୍ୟତ ବହୁତ୍ କଷ୍ଟ ଦାୟକ ହୋଇଥାଏ। ବୈଦିକ ରୀତି ନୀତି ରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଦିବ୍ୟାଙ୍ଗ ଚଉଦାର ଥାନା କଁଳ ପଡ଼ା ଗାଆଁ ର ମୁନା ନାୟକ ଏବଂ ସିମିଲି ହଣ୍ଡ ଗାଆଁ ର ରୀନୁ ପରସ୍ପର ଙ୍କୁ ବିବାହ କରିଛନ୍ତି।

ତେବେ ସେ ଜନ୍ମ ର ପାଞ୍ଚ ବର୍ଷ ପରେ ନିଜର ଦୃଷ୍ଟି ଶକ୍ତି ହରାଇ ଥିଲେ ମୁନା,ବାପା ମାଆ ଙ୍କ ମୃତ୍ୟୁ ପରେ ସେ ମାମୁ ଘରେ ରହି ପାଠ ପଢୁଥିଲେ । ତେବେ ସେ ଛୋଟ ବେଳ ରୁ ଗୀତ ଗାଇ ଲୋକ ମାନଙ୍କୁ ଆକୃଷ୍ଟ କରାଉ ଥିଲେ । ତେବେ ଅପର ପକ୍ଷେ ରିନୁ ନାୟକ ମଧ୍ୟ ଜନ୍ମ ରୁ ଦୃଷ୍ଟି ହିନ ଅଟନ୍ତି ଏବଂ ସେ ବାରଂଗ ସ୍ତିତ ଏକ ଦୃଷ୍ଟି ହିନ ବିଦ୍ୟାଳୟ ରେ ଦଶମ ପର୍ଯ୍ୟନ୍ତ ପାଠ ମଧ୍ୟ ପଢ଼ିଛନ୍ତି ଏବଂ ସେ ଛୋଟ ବେଳୁ ନିଜ କାମ ନିଜେ କରିବା ସହ ଘର ର ସବୁ କାମ ମଧ୍ୟ କରନ୍ତି ।

ତେବେ ସେ ଦୁଇ ଜଣଙ୍କ ର ସ୍ଥାନୀୟ ରାଧା ମାଧବ ମନ୍ଦିର ରେ ବୈଦିକ ରୀତିରେ ବିବାହ ହୋଇଥିଲା ଏବଂ ଏହି ବିବାହ ଉତ୍ସବ ରେ ସ୍ଥାନୀୟ ବିଧାୟକ ଙ୍କ ସମେତ ସମାଜ ସେବୀ ,ଗ୍ରାମ ବାସୀ ମାନେ ସାମିଲ ହୋଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ । ତେବେ ସେ ଦୁଇ ଜଣ କାହା ଉପରେ ନିର୍ଭର ଶିଳ ନ ହେଇ ପିଲା ବେଳୁ ସ୍ଵାଭିମାନୀ ହୋଇ ବଞ୍ଚି ଆସୁଛନ୍ତି ,ଯାହା ଆଜି ସେମାନଙ୍କୁ ନୂଆ ଜୀବନ ଗଢିବାରେ ଏକ ନୂଆ ରାସ୍ତା ଦେଖେଇ ଦେଇଛି । ରିନୁ ଜନ୍ମ ରୁ ଦୃଷ୍ଟି ହିନ ହୋଇ ଥିବା ବେଳେ ମୁନା ଜନ୍ମ ର ପାଞ୍ଚ ବର୍ଷ ପରେ ତାଙ୍କ ର ଦୃଷ୍ଟି ଶକ୍ତି ହରାଇ ଥିଲେ।

ତେବେ ମୁନା ପାଞ୍ଚ ବର୍ଷ ର ସୁଯୋଗ ପାଇଛନ୍ତି ଦୁନିଆ କୁ ଦେଖିବା ପାଇଁ, ହେଲେ ଦୁର୍ଭାଗ୍ୟବଶତଃ ରିନୁ ଏହି ବିଚିତ୍ର ଦୁନିଆ କୁ ଦେଖିବାର ସୁଯୋଗ ପାଇ ପାରି ନାହାନ୍ତି । ତେବେ ସେ ଦୁଇ ଜଣଙ୍କ ଗାଆଁ ଲୋକ ମାନେ ମଧ୍ୟ ସେହି ବାହାଘର ରେ ସାମିଲ ହୋଇଥିଲେ ଏବଂ ସେମାନଙ୍କୁ ତାଙ୍କର ମୂଲ୍ୟବାନ ଆଶୀର୍ବାଦ ମଧ୍ୟ ଦେଇଥିଲେ। ସେଠାକାର ବିଧାୟକ ସେ ଦୁଇ ଜଣ ଦିବ୍ୟଙ୍ଗ ଙ୍କ ବାହାଘର ରେ ସାମିଲ ହୋଇ ଏକ ସୁନ୍ଦର୍ ପରିଚୟ ସୃଷ୍ଟି କରିଥିଲେ।

ତେବେ ମଣିଷ ଜୀବନର ଏକ ସୁନ୍ଦର ସମୟ ଆସେ ତାହା ହେଉଛି ବିବାହ ଭଳି ଏକ ପବିତ୍ର ବନ୍ଧନ,ଯାହା ଗୋଟିଏ ଝିଅ ଏବଂ ପୁଅ ପାଇଁ ବହୁତ୍ ଦିନ ଆଗରୁ ଦେଖି ଆସିଥିବା ଏକ ସୁନ୍ଦର ସ୍ଵପ୍ନ। ଯାହା କୁ ଏହି ଭଳି କିଛି ଦିବ୍ୟାଙ୍ଗ ଙ୍କ ମାନଙ୍କ ପାଇଁ ସ୍ବପ୍ନ ହେଇ ରହି ଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।