ସିନ୍ଦୁର ଧାରଣାର ଭୟଙ୍କର ପ୍ରଭାବ ସ୍ତ୍ରୀ ର ଏହି ଭୁଲ ସ୍ୱାମୀ ଜୀବନକୁ ନର୍କ କରିଦିଏ (ପ୍ରତେକ ଝିଅ ଜାଣିବା କଥା…)

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।


ବିବାହ ପୂର୍ବରୁ ଗୋଟିଏ ଝିଅ ପାଇଁ ତାର ବାପା-ମା ଚଳନ୍ତି ଠାକୁର ହୋଇଥାନ୍ତି ମାତ୍ର ବିବାହ ପରେ ସେମାନଙ୍କ ସହ ଅନ୍ୟ ତିନି ଜଣ ଯୋଡି ହୋଇଯାଇଥାନ୍ତି ସେମାନେ ହେଉଛି ତାର ସ୍ୱାମୀ ଏବଂ ଶାଶୂ-ଶଶୁର ହୋଇଥାନ୍ତ। ଆଉ ଗୋଟିଏ ନାରୀ ର ବେଶ ପୋଷାକରେ ତାର ସ୍ୱାମୀ ର ଉନ୍ନତି ଓ ଅବନତି ନିର୍ଭର କରିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଜଣେ ବିବାହିତ ନାରୀ ବିବାହ କରେ କେମିତି ଭାବରେ ସିନ୍ଦୁର ଲଗେଇବା ଦରକାର ଏବଂ କେମିତି ନୁହେଁ ।

ତେବେ ବହୁତ ସମୟରେ ନାରୀ ମାନେ ଭୁଲ ଧରଣରେ ମଥାରେ ସିନ୍ଦୁର ଲଗେଇ ନିଜର ସ୍ୱାମୀ ର ଜୀବନକୁ ବିପଦରେ ପକେଇଥାନ୍ତି ।ଆମର ଶାସ୍ତ୍ର ଅନୁସାରେ , ଜଣେ ବିବାହିତ ନାରୀର ସଙ୍କେତ ହୋଇଥାଏ ସିନ୍ଦୁର ।ଯେତେବେଳେ ଜଣେ ନାରୀ ନିଜ ମୁଣ୍ଡରେ ସିନ୍ଦୁର ଲଗେଇଥାଏ ସେତେବେଳେ ସେ ତାର ସ୍ଵାମୀ ର ଶୁଭ କାମନା କରିଥାଏ । ସିନ୍ଦୁର ଏକ ପ୍ରକାରର ବିଷ ହୋଇଥାଏ । କିନ୍ତୁ ଜଣେ ନାରୀ ଏହି ବିଷ କୁ ନିଜ ମୁଣ୍ଡରେ ଲଗେଇଥାଏ ଆଉ ନିଜର ଆୟୁଷ କମେଇଥାଏ ତା ସହ ନିଜ ସ୍ଵାମୀ ର ଆୟୁଷ କୁ ବୃଦ୍ଧି କରାଇଥାଏ । ଯାହା ଫଳରେ ସେ ସ୍ୱାମୀଙ୍କ ଆଗରୁ ଶଧବା ବେଶରେ ସ୍ୱର୍ଗ ବାସୀ ହୋଇଥାଏ ।


୧.ଶାସ୍ତ୍ର ଅନୁସାରେ ଜଣେ ନାରୀକୁ ସବୁବେଳେ ସିନ୍ଦୁର ନିଜର ସିତା ରେ ଲଗେଇବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ର ଆଧୁନିକ ଯୁଗର ମହିଳା ମାନେ ନିଜର ସୁନ୍ଦରତା ପାଇଁ ଅନ୍ୟ ଜାଗରେ ସିଥି ବାହାର କରି ଖାଲି ମୁଣ୍ଡରେ ସିନ୍ଦୁର ଲଗେଉଛନ୍ତି ।ଏପରି କରିବା ଦ୍ୱାରା ସ୍ୱାମୀ ପ୍ରତି ବହୁତ ସମସ୍ୟା ଆସିଥାଏ।

୨.ଜଣେ ନାରୀ ପିନ୍ଧୁଥିବା ସିନ୍ଦୁର ର ରଙ୍ଗ ଲାଲ ହେବା ଦରକାର । ଲାଲ ଛାଡ ଭିନ୍ନ ଭିନ୍ନ ରଙ୍ଗର ସିନ୍ଦୁର ଲଗେଇବା ଦ୍ବାରା ସ୍ଵାମୀ ର ଓ ପରିବାର ର ଅର୍ଥନୈତିକ ସମସ୍ୟା ଦେଖା ଦେଇଥାଏ ।

୩. ନାରୀ ମାନେ ଯେଉଁ ସିନ୍ଦୁର ପରିଧାନ କରୁଛନ୍ତି ତାହା ନିଜର କିମ୍ବା ନିଜର ସ୍ୱାମୀ ଆଣିବା ଆବଶ୍ୟକ । ବର୍ତ୍ତମାନ ପ୍ରାୟ ବହୁତ ନାରୀ ଅନ୍ୟ ର ସିନ୍ଦୁର ଆଣି ମୁଣ୍ଡ ରେ ଲଗେଇଥାନ୍ତି । ଏପରି କରିବା ଦ୍ବାରା ସ୍ୱାମୀ ଉପରେ ଏହାର କୁପ୍ରଭାଵ ପଡିଥାଏ ।

୪.ହାତରେ ଖସିଯାଇଥିବା ସିନ୍ଦୁର କେବେ ହେଲେ ମୁଣ୍ଡରେ ଲଗାନ୍ତୁ ନାହିଁ । ଏହା ସ୍ୱାମୀ ପାଇଁ ଅଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।