ପ୍ରଥମ ଯୌନ ସମ୍ପର୍କ ରଖିବା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ ନିୟମାବଳୀ, ଆସନ୍ତୁ ଜାଣିବା କେଉଁ କେଉଁ ସତର୍କତା ଅବଲମ୍ବନ କରିବା……..

0

ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଅନେକ ଅସୁବିଧା ଆସିଥାଏ। ହୁଏତ ତାହା ପାରିବାରିକ କଳହ କୁ ନେଇ କିମ୍ବା ନିଜର ଶାରୀରିକ ସମ୍ପର୍କ କୁ ନେଇ। ପାରିବାରିକ କଳହ ର ସମାଧାନ ହେଇଯାଏ। କିନ୍ତୁ ଅନେକ ସମୟ ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିଜ ନିଜର ଶାରୀରିକ ସମ୍ପର୍କ ବା ଯୌନ ସମ୍ପର୍କ କୁ ନେଇ ଅନେକ ଅସୁବିଧା ଦେଖାଦେଇଥାଏ ବହୁତ ଜଣ ଲୋକ ଜାଣିନଥାନ୍ତି ଶାରୀରିକ ସମ୍ପର୍କ ବେଳେ କେଉଁ ସବୁ କଥା କୁ ଗୁରୁତ୍ବ ଦେବା ଉଚିତ, ସେମାନେ ସେହି ପ୍ରକାର ଭୁଲ୍ କରିଥାନ୍ତି ଯାହା ଦ୍ୱାରା କି ପରେ ସେମାନଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ।

ଜଣଙ୍କ ମନରେ ପ୍ରଥମେ ଶାରୀରିକ ସମ୍ପର୍କ କୁ ନେଇ ଅନେକ ଗୁଡିଏ ଉତ୍ତେଜନା ଠୁ ଅରମ୍ଭ କରି ଶେଷ ପର୍ଯ୍ୟନ୍ତ ଅନେକ ଗୁଡିଏ ଭାବନା ଆସିଥାଏ। ଏବଂ ଯେଉଁ ଭାବନା ଗୁଡ଼ିକ ମନରେ ଆସିବା ମଧ୍ୟ ସ୍ୱଭାବିକ। ଆମେ ଆଜି ଆପଣ ମାନଙ୍କୁ ପ୍ରଥମ ଥର ପରସ୍ପର ମଧ୍ୟରେ ଶାରୀରିକ ସମ୍ପର୍କ ରଖୁଥିବା ସମୟ ରେ କେଉଁ ସବୁ କଥା ଆଶା ରଖିବା ଉଚିତ ଏବଂ କେଉଁ କଥା ମନେ ରଖିବା ଉଚିତ ସେହି ସମ୍ପର୍କରେ କହିବୁ। ଏହି ସବୁ କଥା ଦୁଇ ଜଣ ଡକ୍ଟର ମାନେ ଦର୍ଶାଇଛନ୍ତି।


ଯୌନ ସମ୍ପର୍କ ସମୟ ରେ ଯନ୍ତ୍ରଣା କିମ୍ବା ଆଘାତ କୁ ଭୟ କରିବା ସ୍ୱଭାବିକ ଅଟେ। ସୁରକ୍ଷିତ ଶାରୀରିକ ସମ୍ପର୍କ ଉଭୟ ପାର୍ଟନର୍ ମାନଙ୍କ ପାଇଁ ଭଲ ହୋଇଥାଏ। ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଉତ୍ତମ ବୁଝାମଣା ଏବଂ ଖୋଲା ଯୋଗାଯୋଗ ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଯୌନ ସମ୍ପର୍କ ପାଇଁ ଯଦି କେହି ଜଣେ ପ୍ରସ୍ତୁତ ନାହାଁନ୍ତି, ତେବେ ତାଙ୍କ ଉପରେ ଚାପ ପକାନ୍ତୁ ନାହିଁ। ସ୍ତ୍ରୀ ରୋଗ ବିଶେଷଜ୍ଞ ମାନେ ସ୍ତ୍ରୀ ମାନଙ୍କୁ 2 ଟି କାମ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି। ସେ ଦୁଇଟି ହେଉଛି ଅବାଞ୍ଛିତ ଗର୍ଭଧାରଣ ଏବଂ ଯୌନ ସଂକ୍ରମଣ ରୁ ସୁରକ୍ଷା।

ପରସ୍ପର ର ଉର୍ବର ଦିନ ମାନଙ୍କରେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭଧାରଣ ହୋଇଥାଏ। ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ପୂର୍ବରୁ ଜନ୍ମ ନିୟନ୍ତ୍ରଣ କିମ୍ବା ଗର୍ଭନିରୋଧକ ପଦ୍ଧତି ସମ୍ପର୍କରେ ଜ୍ଞାନ ରଖିବା ଉଚିତ। କଣ୍ଡୋମ ଏବଂ ଡାଇଫ୍ରାଇଗମ୍ ଉଭୟ ଗର୍ଭଧାରଣ ଏବଂ ଏସ୍ଟିଆଇ କିମ୍ବା ଯୌନ ସଂକ୍ରମଣ ରୁ ରକ୍ଷା କରିଥାଏ। ମିଳିତ ହର୍ମୋନାଲ୍ ବଟିକା ଭଳି ଅନ୍ୟ ବିକଳ୍ପ ଗୁଡିକ ଡିମ୍ବାଣୁରୁ ଅଣ୍ଡାର ମୁକ୍ତି କୁ ରୋକିଥାଏ, କେବଳ ଗର୍ଭଧାରଣ ରୁ ସୁରକ୍ଷା ଦେଇଥାଏ ସଂକ୍ରମଣ କିମ୍ବା ରୋଗ ରୁ ନୁହେଁ।

କେତେକ ସାଧାରଣ ଏସ୍ଟିଆଇ ଯାହା ସୁରକ୍ଷିତ ଯୌନ ଅନୁପସ୍ଥିତି ରେ କ୍ଲାମିଡିଆ, ଗୋନୋରିଆ, ଜେନିଟାଲ୍ ହର୍ପସ୍,ସିଫିଲିସ୍ କେତେକ ପ୍ରକାର ର ହେପାଟାଇଟିସ୍ କିମ୍ବା ଏଚ୍ଆଇଭି ହୋଇପାରେ। ଏହି ସମୟ ରେ ମଦ୍ୟପାନ କରନ୍ତୁ ନାହିଁ। ଶାରୀରିକ ସମ୍ପର୍କ ପୂର୍ବରୁ କୌଣସି ମନୋରଞ୍ଜନକାରୀ ଔଷଧ ବ୍ୟବହାର କରନ୍ତୁ ନାହିଁ। ନିଜ ନିଜକୁ ସଚେତନ ହୋଇ ରୁହନ୍ତୁ ଜରୁରୀକାଳୀନ ଗର୍ଭନିରୋଧକ ପ୍ରତି। ଆବଶ୍ୟକ ସମୟରେ ସାହାଯ୍ୟ ମାଗିବାକୁ ଜମାବି ଡରନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।