foot astrology – ପାଦର ଅଙ୍ଗୁଳିର ଅକୃତିରୁ ଜାଣନ୍ତୁ – ଆପଣ କେତେ ଭାଗ୍ୟଶାଳୀ

0

ଭଗବାନ ଏହି ଧାରା ପୃଷ୍ଠାରେ ମଣିଷ ଜାତି କୁ ଜନ୍ମ ଦେବା ସମୟରେ ତାକୁ କିଛି ରହସ୍ୟମୟ କାହାଣୀ ଓ ଶରୀରର ଗଠନ ଦେଇଥିଲେ ।ମଣିଷ ଏକ ଏମିତି ପ୍ରାଣୀ ଯାହାର ପ୍ରତ୍ୟେକ ଅଙ୍ଗ ତାର ନିର୍ଦ୍ଦିଷ୍ଟ ସ୍ଵଭାଵ ଓ ଗୁଣ କୁ ପ୍ରକାଶ କରିଥାଏ।ତେବେ ଆମ ପୁରାଣ ଶାସ୍ତ୍ର ର ଏକ ପନା ରେ ମଣିଷ ମାନଙ୍କ ବିଷୟରେ ଏକ ବିଚକ୍ଷଣ ତଥ୍ୟ ଲିଖିତ ରହିଛି ।ତେବେ ସେହି ଗାଥା ରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ର ପାଦ ର ଆକାର ଓ ତାର ଗଠନ ଦେଖି ଆମେ ତାର ସ୍ଵଭାବ ବିଷୟ ରେ କିପରି ଜାଣିପାରିବା ।

ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ , ବ୍ୟକ୍ତି ଙ୍କର ଆକୃତି ଅନୁସାରେ ସେମାନଙ୍କ ର ସ୍ଵଭାଵ କିପରି ହୋଇଥାଏ ଓ ସେମାନ ଙ୍କର ଭବିଷ୍ୟତ ବିଷୟରେ ଜାଣନ୍ତୁ । ଆମର ଶାସ୍ତ୍ର ଅନୁସାରେ ମଣିଷ ର ପାଦ ର ଆକୃତି ୫ ପ୍ରକାରର ହୋଇଥାଏ ।ସେଗୁଡିକ ହେଉଛି:-

୧.ସେଲଟିକ ଆକୃତି

ଯେଉଁ ବ୍ୟକ୍ତି ମାନଙ୍କ ର ପାଦ ର ଦ୍ୱିତୀୟ ଆଙ୍ଗୁଠି ଅନ୍ୟ ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ଏବଂ ଶେଷ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ ତାହାକୁ ସେଲଟିକ ଆକୃତି କୁହାଯାଏ ।ଏହି ଆକୃତି ର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଜୀବନ ରେ ସଫଳତା ହାସଲ କରିଥାନ୍ତି କିନ୍ତୁ ତା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ।

୨.ଜର୍ମାନୀକ ଆକୃତି

ଯେଉଁ ବ୍ୟକ୍ତି ମାନଙ୍କ ର ପାଦ ର ବୁଢା ଆଙ୍ଗୁଠି ବଡ଼ ହୋଇଥାଏ ଏବଂ ଅନ୍ୟ ସମସ୍ତ ଆଙ୍ଗୁଠି ସମାନ ହୋଇଥାନ୍ତି ତା ସହ ବୁଢା ଆଙ୍ଗୁଠି ଠାରୁ ସାନ ହୋଇଥାନ୍ତି ସେମାନ ଙ୍କୁ ଜର୍ମାନୀକ ଆକୃତି ର କୁହାଯାଏ ।ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।ସମସ୍ତ କାର୍ଯ୍ୟ କୁ ପୁରା ଧ୍ୟାନ ଦେଇ କରିଥାନ୍ତି। ଓ ସଫଳତା ହାସଲ କରିଥାନ୍ତି ।ଏମାନେ କୌଣସି ବି ପରିସ୍ଥିତି ରେ ନିଜକୁ ମ୍ୟାନେଜ କରିପାରନ୍ତି ।

୩.ଗ୍ରୀକ ଆକୃତୀ

ଯେଉଁ ବ୍ୟକ୍ତି ମାନଙ୍କ ର ପାଦର ଦ୍ଵିତୀୟ ଆଙ୍ଗୁଠି ଅନ୍ୟ ସବୁ ଆଙ୍ଗୁଠି ଠାରୁ ବଡ଼ ଓ ଶେଷ ଆଙ୍ଗୁଠି ପରସ୍ପର ଠାରୁ ବଡ଼ ସାନ ହୋଇଥାନ୍ତି ସେମାନ ଙ୍କୁ ଗ୍ରୀକ ଆକୃତି କୁହାଯାଏ ।ଏମାନେ ବହୁତ ଚାଲାକ ଓ ବୁଦ୍ଧିମାନ ହୋଇଥାନ୍ତି ।କୌଣସି ବି କାର୍ଯ୍ୟ କୁ ଏମାନେ ନିଜ ବୁଦ୍ଧି ବଳରେ ହାସଲ କରିଥାନ୍ତି ।ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।

୪.ୟୁଜିପସେନ ଆକୃତି

ଏହି ଆକୃତି ର ବ୍ୟକ୍ତି ମାନଙ୍କ ର ପାଦ ର ସମସ୍ତ ଆଙ୍ଗୁଠି ବଡ଼ ରୁ ସାନ କ୍ରମ ରେ ରହିଥାଏ ।ଏମାନେ ସବୁବେଳେ ସାମାଜିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥାନ୍ତି ।ଅନ୍ୟକୁ ଖୁସି ରେ ରଖିବାକୁ ଏମାନଙ୍କୁ ବହୁତ ଭଲ ଲାଗେ ।ଏମାନେ ସମସ୍ତ ଙ୍କର ପ୍ରିୟ ହୋଇଥାନ୍ତି।

୫.ରୋମାନ ଆକୃତି

ଏହି ଆକୃତି ର ବ୍ୟକ୍ତି ମାନଙ୍କ ର ପାଦ ର ବୁଢା ଆଙ୍ଗୁଠି ସହ ପାଖରେ ଥିବା ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ ।ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।କୌଣସି ବି କାର୍ଯ୍ୟ କୁ କଁମ ପରିଶ୍ରମ ରେ ହାସଲ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।