ଦେଖନ୍ତୁ Live ଭିଡିଓ – ହଠାତ୍ ସୋସିଆଲ ମିଡିଆରେ କାନ୍ଦି ପକାଇଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କର ବେଦନାର କାରଣ ଜାଣିଲେ , ଆପଣବି ଦୁଃଖିତ ହୋଇଯିବେ

0

ଆପଣ ମାନେ ସମସ୍ତେ ତ ଯାତ୍ରା ଜଗତର ପପ୍ୟୁଲର ଡ୍ୟାନ୍ସ ର ରାନୀ ପଣ୍ଡା ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏ କି କିଛି ଦିନ ତଳେ ଏକ ନିଜର ଡ୍ୟାନ୍ସ କୁ ନେଇ ଚର୍ଚ୍ଚା କୁ ଆସିଥିଲେ। ଯାତ୍ରା ରେ ଅଶ୍ଳୀଳ ଭାବରେ ଡ୍ୟାନ୍ସ କରିବା କୁ ନେଇ ସେ ବହୁ ଚର୍ଚ୍ଚା କୁ ଆସିଥିଲେ। ତେବେ ସେ ଆଜି ଏକ ବହୁ ବଡ ସୂଚନା ଟେ ଦେଇଛନ୍ତି। ଓଡିଶା ଲୋକ ଙ୍କ ପ୍ରତି ତାଙ୍କର କେତେ ଆଦର ଏବଂ ଭଲ ପାଇବା ଅଛି ତାହା ଏକ ଭିଡିଓ ଦ୍ବାରା ସେ କହିଛନ୍ତି।

ନିକଟରେ ଫେସବୁକ ରେ ଭାଇରାଲ ହୋଇଥିବା କନକ ନ୍ୟୁଜ୍ ଚ୍ୟାନେଲ ରେ ଦେଖିବା ପାଇଁ ପାଇଛନ୍ତି ଯେ ଗୋଟିଏ ଝିଅ ର ପାଠ ପଢିବା ପାଇଁ ବହୁ ଇଛା ଥିଲେ ମଧ୍ଯ ତାହାର ସାର୍ଟିଫିକେଟ ବନ୍ଧା ପଡିଥିବା ହେତୁ ସେ ପାଠ ପଢି ପାରୁନାହିଁ। ସାର୍ଟିଫିକେଟ କୁ ମୁକୁଳେଇବା ପାଇଁ ସେ ମାଟି କାମ କରୁଛନ୍ତି।

ପିପିଲି ର ଡେଲାଙ୍ଗ ଅଞ୍ଚଳ ରେ ଏକ ଝିଅ ନିଜର ସାର୍ଟିଫିକେଟ ବନ୍ଧା ପଡିଥିବା ହେତୁ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ଯ ସେ ପାଠ ପଢି ପାରୁନାହିଁ। ଏବଂ ନିଜର ସାର୍ଟିଫିକେଟ କୁ ମୁକୁଳେଇବା ପାଇଁ ସେ ମାଟି କାମ କରି ପଇସା ସଂଗ୍ରହ କରୁଛି। ତେବେ ରାନୀ ପଣ୍ଡା ବର୍ତ୍ତମାନ ଓଡ଼ିଶା ବାହାରେ ଅଛନ୍ତି। ଏବଂ କନକ ନ୍ୟୁଜ୍ ରେ ଏଭଳି ଖବର ଦେଖି ତାଙ୍କୁ ବହୁତ କଷ୍ଟ ଲାଗିଲା।

କାରଣ ତାଙ୍କ ରାଜ୍ଯ ର ଏକ ଝିଅ ଟଙ୍କା ଅଭାବରୁ ନିଜର ସାର୍ଟିଫିକେଟ କୁ ମୁକୁଳେଇବା ପାଇଁ ମୂଲ ଲାଗିଛନ୍ତି। ଆଜି ସକାଳେ ଏହି ନ୍ୟୁଜ୍ ଦେଖି ତାଙ୍କୁ ବହୁତ କଷ୍ଟ ଏବଂ ଦୁଃଖ ଲାଗିଲା। ଏବଂ ସେ ଭାବିଲେ ଏଭଳି ସମୟ ରେ ସେ ଯଦି ସେହି ଦୁଖି ଝିଅ ପାଖ ରେ ଛିଡା ନ ହୋଇ ପାରିଲେ ତାହା ହେଲେ ଏ ଜୀବନ ରଖି କିଛି ଲାଭ ନାହିଁ।

ଏହା ସହିତ ସେ କହିଛନ୍ତି ଯେ ଆମ ଓଡ଼ିଶା ରେ ଅନେକ ଭଲ ଭଲ ଛାତ୍ର ଛାତ୍ରୀ ରହିଛନ୍ତି। ଏବଂ ସେମାନେ ଯଦି ଏହିଭଳି ଭାବରେ ଭଲ ପାଠ ପଢିବେ ତାହା ହେଲେ ଆମ ଓଡିଶା ର ନାମ ହେବ। ଏହା ବ୍ୟତୀତ ଆମ ଦେଶ ର ମଧ୍ଯ ନାମ ରହିବ। ଏବଂ ସେ ଝିଅ ଟି ବର୍ତ୍ତମାନ ଗରିବ ଅବସ୍ଥା ରେ ଅଛି, ଭଲ ପାଠ ପଢିଲେ ତାହା ର ଭଲ ଅବସ୍ଥା ଫେରି ଆସିବ। ସେ ହସ ଖୁସି ଏବଂ ଆନନ୍ଦ ରେ ଚଳି ପାରିବ। ଏବଂ ରାନୀ ପଣ୍ଡା ସେ ଝିଅ କୁ କଥା ଦେଇଛନ୍ତି ସେ ଝିଅ ପାଠ ପଢିବା ପାଇଁ ଯାହା ସେ ଚାହୁଁଛି ସେ ସେହି ଝିଅ କୁ ନିଶ୍ଚିତ ଭାବରେ ସହଯୋଗ କରିବେ।

ତାଙ୍କର ସାର୍ଟିଫିକେଟ ଯେତିକି ଟଙ୍କା ରେ ବନ୍ଧା ପଡିଛି ତାକୁ ସେ ମୁକୁଳେଇବେ ବୋଲି କହିଛନ୍ତି। ସେ ସେହି ଝିଅ ସହିତ କନ୍ଟାକ୍ଟ କରିବା ପାଇଁ ଚାହୁଁଛନ୍ତି। ସେ ଝିଅ ର ଆକାଉଣ୍ଟ ନମ୍ବର ସେ ମାଗିଛନ୍ତି। ସେ କହିଛନ୍ତି ତମେ ମୋ ସାନ ଭଉଣୀ ଭଳି ମୁ ତୁମକୁ ସାହାଯ୍ୟ କରିବି। ଏବଂ ଏହା ସହିତ କହିଛନ୍ତି ଯେ ମୋ ଓଡିଆ ଭାଇ ଭଉଣୀ କୈଣସି ଅସୁବିଧା ରେ ପଡିଲେ ମୁଁ ସବୁବେଳ ତାଙ୍କ ସାଥିରେ ରହିବି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।