ଆସନ୍ତୁ ଜାଣିବା ସବୁଠାରୁ ବଡ ଖବର। ମାଳିକା ରୁ ମିଳିଲା ସବୁଠାରୁ ଆଶ୍ଚର୍ଯ୍ୟ ଜନକ ରହସ୍ୟ ଋଷିଆ ରେ ଜୀବିତ ଅଛନ୍ତି ନେତାଜୀ ସୁବାଷ…..

0

ଆସନ୍ତୁ ଜାଣିବା ବର୍ତ୍ତମାନ ର ଏକ ବଡ ଖବର। ଖବର ଟି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ବିଷୟ ରେ। କଣ କହୁଛି ମାଳିକା ଏହି ମହାନ୍ ପୁରୁଷ ସୁବାଷ ଚନ୍ଦ୍ର ବୋଷ ଙ୍କ ବିଷୟରେ ?ଯେଉଁ ମାଳିକା କେବଳ ଭାରତ ପାଇଁ ନୁହଁ ବରଂ ସାରା ବିଶ୍ୱ ପାଇଁ ଲେଖା ହୋଇଛି। ତେବେ ଆସନ୍ତୁ ଜାଣିବା ନେତାଜୀ ଙ୍କ ବିଷୟ ରେ ଏମିତି କିଛି କଥା ଯାହା ବିଷୟ ରେ ମହା ପୁରୁଷ ମାନେ ଛଅ ଶହ ବର୍ଷ ଆଗରୁ ମତ ଦେଇଥିଲେ।

ଜାନୁଆରୀ ୨୩ ତାରିଖ ଶୁଣିଲେ ମନ ଭିତରକୁ ଆସିଯାଏ ଏମିତି ଏକ ବୀର ଙ୍କ କଥା, ଯାହା ଙ୍କ ନାମ ହେଉଛି ସୁବାଷ ଚନ୍ଦ୍ର ବୋଷ,ଯାହାଙ୍କର ସ୍ମରଣ ମାତ୍ରକେ ହୃଦୟ ଭିତରେ ଜାଗ୍ରତ ହୋଇଯାଏ ଆନ୍ଦୋଳିତ ଚିନ୍ତା ଧାରା ବା ଦେଶ ପାଇଁ ସମର୍ପିତ ହୋଇଯାଏ ଭାବଧାରା, ସେ ହେଉଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷ।

ମନ ରେ ଆପେ ଆପେ ଆସିଯାଏ କ୍ରାନ୍ତିକାରୀ ଚିନ୍ତା ଧାରା। ଯାହାଙ୍କର ଡାକରା ଥିଲା ଦିଲ୍ଲୀ ଚଲୋ,ସେହି ବୀର ପୁରୁଷ ଙ୍କ ବିଷୟ ରେ ଲେଖା ହୋଇଛି ଯେ ସୁବାଷ ଏବେବି ଋଷିଆ ରେ ରହିଛନ୍ତି। ତେବେ ଆପଣ ମାନେ ଭାବୁଥିବେ ଏତେଦିନ ବିତି ଗଲାଣି, ତେବେ ସୁବାଷ କଣ ବନିଛନ୍ତି। ମହା ପୁରୁଷ କହିଛନ୍ତି ଯେ ସୁବାଷ ହେଉଛନ୍ତି ଏକ ଅମର ସୈନ୍ଯ, ଯାହାଙ୍କର କେବେ ମୃତ୍ୟୁ ନାହିଁ ଅର୍ଥାତ୍ ସେ ଚିରଞ୍ଜିବୀ।

ମହାପୁରୁଷ କହିଛନ୍ତି ରୁଷିଆ ଦେଶରେ ରହିଛି ସୁବାଷ ଆଣିବ ଗୋରା ସୈନ୍ଯ ଏବଂ ମୋଗଲ ହାତରୁ ଦେଶକୁ ଛଡାଇ କରିବ ରାଜ୍ଯ ଶାସନ, ପୁଣି ମହା ପୁରୁଷ କହିଛନ୍ତି ସୁବାଷ ରହିଛି ରୁଷିଆ ଦେଶରେ ଅସୁରୀ ମାୟା କୁ ସାଧି।କୁହାଯାଏ କି ଏ ସଂସାର ରେ ସମସ୍ତେ ନେତା କିନ୍ତୁ ସେ ଥିଲେ ନେତାଜୀ। ଆଜିକାର କଳିଯୁଗର ନେତା ଏବଂ ନେତାଜୀ ସୁବାଷ ଙ୍କ ଭିତରେ ତଫାତ୍ ଏତିକି।

ନେତାଜୀ ସୁବାଷ ଚନ୍ଦ୍ର ବୋଷ କହିଥିଲେ ତୁମେ ମୋତେ ରକ୍ତ ଦିଅ ଏବଂ ମୁଁ ତୁମକୁ ସ୍ୱାଧୀନତା ଦେବୀ, କିନ୍ତୁ ବର୍ତ୍ତମାନ ର ନେତା ମାନେ କହୁଛନ୍ତି କି ତୁମେ ମୋତେ ସ୍ୱାଧୀନତା ଦିଅ ମୁଁ ଆପେ ଆପେ ତୁମର ରକ୍ତ ପିଇ ନେବି। ଏମିତି ସମୟ ବଦଳି ଯାଇଛି ଏବଂ ତତ୍ସହିତ ନେତାଜୀ ଆମ ହୃଦୟ ରେ ଚିରନ୍ଜିବୀ ହୋଇ ରହିଛନ୍ତି ବା ଅମର ହୋଇ ରହିଛନ୍ତି ଏବଂ ମାଳିକା ଅନୁସାରେ ସେ ଋଷିଆ ରେ ଜୀବିତ ଅଛନ୍ତି ଏବଂ ସେ ଚିର ଅମର ଅଟନ୍ତି।

ଦିନେ ନା ଦିନେ ମୋଗଲ ହାତରୁ ସେ ଦେଶକୁ ଛଡେଇ ଆଣି ସେ ଦେଶକୁ ଶାସନ କରିବେ। ସେ ଦିନ ଯିଏ ନୀଳକଣ୍ଠ ଦାସ କୁ ହାତୀ ଉପରେ ବସେଇ ସାରା କଟକ ବୁଲେଇ ଥିଲେ ସେ ହେଉଛନ୍ତି ସୁବାଷ ଚନ୍ଦ୍ର ବୋଷ। ଦିଲ୍ଲୀ ଚଲୋ ଯାହାଙ୍କର ଡାକରା ଥିଲା ସେ ହେଉଛନ୍ତି ସୁବାଷ। ଏତେ ସବୁ ନାମରେ ଥିଲା ସୁବାଷ ଏବଂ କାମରେ ମଧ୍ଯ ସୁବାଷ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।