ଠାକୁର ମାଆ ଙ୍କ ରହସ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ। କଳିଯୁଗ ର ଏହି ରହସ୍ୟମୟ ଘଟଣା ବିଷୟରେ ନିଶ୍ଚିତ ଜାଣନ୍ତୁ

0

କଳିଯୁଗ ରେ ମଧ୍ୟ ଅନେକ ଏପରି ଅଦ୍ଭୁତ ସ୍ଥାନ ରହିଛି ଯାହାର ରହସ୍ୟ ଜାଣିଲେ ଆପଣଙ୍କ ଭିତରେ ଅନେକ ଭାବନା ଜାଗି ଉଠିବ। ଆଜି ଆମେ ସେପରି ଏକ ରହସ୍ୟମୟ ସ୍ଥାନ ବିଷୟରେ ଜାଣିବା। ଯେଉଁଠି ପୂଜା ପାଉଛନ୍ତି ଠାକୁରାଣୀ ମାଆ। ଏହି ମନ୍ଦିର ର ଏକ କାହାଣୀ ରହିଛି। ଏହି ମନ୍ଦିର ରେ ଅନେକ ଏମିତି କିଛି ରହସ୍ୟ ଲୁଚି ରହିଛି ଯାହାକୁ ଶୁଣିଲେ ଆପଣଙ୍କ ର ଏହି ମନ୍ଦିରରେ ଥିବା ଠାକୁରାଣୀ ମାଆ ଙ୍କ ପ୍ରତି ଭକ୍ତି ଭାବ ଜାଗି ଉଠିବ।

ଏହି ମନ୍ଦିର ରେ ଯେତେବେଳେ ଆପଣ ପ୍ରଥମେ ପ୍ରବେଶ କରିବେ ଏକ ଦେବୀଙ୍କ ମନ୍ଦିର ଡାହାଣ ପାର୍ଶ୍ୱ ରେ ଦେଖିବାକୁ ପାଇବେ। ଯାହାକୁ ସେଠାକାର ଲୋକେ ଠାକୁରାଣୀ ମାଆ ବୋଲି ସମ୍ବୋଧନ କରନ୍ତି। ଏହି ଠାକୁରାଣୀ ମାଆ ଙ୍କ ପୂଜା ପାଇଁ ଜଣେ ବୃଦ୍ଧା ମହିଳା ନିୟୋଜିତ ହୋଇଛନ୍ତି। ଯାହାକି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। କାରଣ ଆପଣ ଜାଣିଥିବେ କୌଣସି ମନ୍ଦିର ରେ ସାଧାରଣ ଭାବେ ବ୍ରାହ୍ମଣ ମାନେ ହିଁ ପୂଜା ଅର୍ଚ୍ଚନା କରନ୍ତି। କିନ୍ତୁ ଏହି ଠାକୁରାଣୀ ମାଆ ଙ୍କ ମନ୍ଦିର ରେ ଏକ ନିଆରା ଘଟଣା ହେଲା ଏଠାରେ ଏହି ଠାକୁରାଣୀ ମାଙ୍କୁ ଜଣେ ମହିଳା ପୂଜା କରନ୍ତି। ଆଉ ତାଙ୍କୁ ମଧ୍ୟ ସମସ୍ତେ ଠାକୁର ମାଆ ବୋଲି ଡାକନ୍ତି।

ଦ୍ୱିତୀୟ କଥା ଟି ହେଲା ଏହି ଠାକୁରାଣୀ ମାଙ୍କ ମନ୍ଦିର କୁ ଲାଗି ଶିବ ମନ୍ଦିର ମଧ୍ୟ ରହିଛି। ଟେବେ ଅନେକ ଲୋକ ଏହି ମନ୍ଦିର ର ଥିବା ଦେବା ଦେବୀ ଠାରୁ ଠାକୁର ମାଙ୍କୁ ଭକ୍ତି କରିଥାନ୍ତି। ତାଙ୍କୁ ସବୁ ଲୋକ ଦେବୀ ରୂପରେ ସ୍ୱୀକାର କରି ନେଇଛନ୍ତି। ଶୁଣିବାକୁ ମିଳେ ଏହି ଠାକୁର ମା କାଳେ କୋଡିଏ ବର୍ଷ ପୂର୍ବେ ନିଜ ସ୍ୱାମୀ ଏବଂ ସବୁ ପରିବାର ଙ୍କୁ ଛାଡି ଦେଇ ଆସି ଏହି ମନ୍ଦିର ରହିବାକୁ ଲାଗିଲେ। ଆଉ ଏହି ମନ୍ଦିରରେ ଥିବା ଦେବା ଦେବୀଙ୍କୁ ପୂଜା କରିବାକୁ ଲାଗିଲେ। ଏହି ମନ୍ଦିର ର ଗୋଟିଏ ପଟରେ ଠାକୁର ମାଆ ଙ୍କ ରହିବା ଘର ରହିଛି। ଯେଉଁଠି ସେ ଏକାକୀ ରୁହନ୍ତି। କୌଣସି ଦ୍ୱାରା ନାହିଁ।

ଏହି ଠାକୁର ମାଆଙ୍କ ର ଲୋଭ ମାୟା ଏବେ କିଛି। ନାହିଁ ତାଙ୍କୁ ଦେଖିଲେ ଲାଗେ ସେ ସତରେ ଯେମିତି ଜଣେ ଠାକୁରାଣୀ ଙ୍କ ସ୍ୱରୂପ। ତାଙ୍କର ସନ୍ତାନ ମାନେ ଏବେ ଭଲ ପ୍ରତିଷ୍ଠିତ ମାତ୍ର ତାଙ୍କର ସାଂସାରିକ ମୋହ ମାୟାରେ କୌଣସି ଲୋଭ ନାହିଁ। ସେ ସମ୍ପୂର୍ଣ୍ଣ ରୂପେ ଏହି ମନ୍ଦିର ର ଭାର ନିଜ ଉପରେ ନେଇଛନ୍ତି। ତାଙ୍କର ଏକ ମାତ୍ର ଲକ୍ଷ୍ୟ ହେଉଛି ଏହି ମନ୍ଦିର ସେବା କରିବା। ସେ ଅନେକ ଗାଁ ବୁଲି ଭିକ୍ଷା ମାଗି ଆଣି ଏହି ଠାକୁରାଣୀ ଙ୍କ ପୂଜା କରିଥାନ୍ତି। ଠାକୁର ମାଆ ଙ୍କ କହିବା କଥା ସେ ତାଙ୍କ ଘର ଛାଡିବାର କାରଣ ଥିଲା ଠାକୁରାଣୀ ମାଆ ଙ୍କ ସ୍ୱପ୍ନାଦେଶ। ତେଣୁ ସେହି ଠାକୁରାଣୀ ମାଆ ଙ୍କ ନିର୍ଦେଶ ଅନୁସାରେ ସେ ସମସ୍ତ କାର୍ଯ୍ୟ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।