ଯେତେବେଳେ ନେହା କକର ଗର୍ଭରେ ଥିଲେ , ତାଙ୍କ ମା ସନ୍ତାନ ଚାହୁଁନଥିଲେ , ଆଜି ସେହି ଝିଅ ଜଗତକୁ ଆଲୋକିତ କରୁଛି

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ନିଜର ଲକ୍ଷ ସାଧନ କରିବାକୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୋଲିଉଡ଼ ର ଆଗଧାଡିର ଗାୟିକା ଙ୍କ ଜୀବନୀ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବୋଲିଉଡ଼ ର ଆଗଧାଡିର ଗାୟିକା ନେହା କକର ନିଜର ବିବାହ କୁ ଖୁବ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ନେହା ଅକ୍ଟୋବର ୨୪ ତାରିଖରେ ରୋହନପ୍ରିତ ଙ୍କୁ ବିବାହ କରିଛନ୍ତି । ତେବେ ସେ ହେଉଛନ୍ତି ବର୍ତ୍ତମାନ ବୋଲିଉଡ଼ ଜଗତର ଜଣେ ସୁନାମ ଅର୍ଜନ କରିଥିବା ଗାୟକ ଅଟନ୍ତି । କିନ୍ତୁ ତାଙ୍କର ପିଲା ଦିନର କାହାଣୀ ଥିଲା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ତଥା ଆବେଦନଶୀଳ ଯାହାକି ଆପଣଙ୍କୁ ସ୍ତବ୍ଧ କରିଦେବ । ତେବେ ଏ ନେଇ ନେହା କକର ଙ୍କର ଏକ ଆଟିକିଲ “ଷ୍ଟୋରୀ ଅଫ କକର” ମାଧ୍ୟମରେ ନେହା ଉଲ୍ଲେଖ କରିଛନ୍ତି । ଏବଂ ତାଙ୍କର ଭାଇ ଟୋନି କକର ଏହାକୁ ନିଜର ୟୁ ଟ୍ୟୁବ ଚେନାଲ ରେ ଲୋକମାନଙ୍କୁ ଜଣେଇଛନ୍ତି ।


ଉଲେଖଯୋଗ୍ୟ ଯେ , ନେହା କକର ୬ ଜୁନ ୧୯୮୮ ମସିହାରେ ଉତ୍ତରାଖଣ୍ଡ ର ରୁଷିକେଶ ଠାରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ନେହା ଯେତେବେଳେ ତାଙ୍କ ମାଙ୍କ ଗର୍ଭରେ ଥିଲେ ସେତେବେଳେ ତାଙ୍କର ମା ଓ ବାପା ତାଙ୍କୁ ଜନ୍ମ ଦେବାକୁ ଚାହୁନଥିଲେ । ଏଥିପାଇଁ ସେ ହସ୍ପିଟାଲ ମଧ୍ୟ ଯାଇଥିଲେ ମାତ୍ର ଗର୍ଭ ୮ ସପ୍ତାହ ରୁ ଅଧିକ ହୋଇଯାଇଥିବାରୁ ତାଙ୍କର ଗର୍ଭପାତ ହୋଇପାରିନଥିଲା । ସେହି ଆଟିକିଲ ରେ କୁହାଯାଇଛି ଯେ ନେହା ଙ୍କ ପୂର୍ବରୁ ତାଙ୍କ ମା ଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିଲା ଓ ତାଙ୍କର ପାରିବାରିକ ପରିସ୍ଥିତି ଏତେ ସୁଦୃଢ ନଥିବାରୁ ତାଙ୍କର ବାପା ମା ତାଙ୍କୁ ଜନ୍ମ ଦେବାକୁ ଚାହୁନଥିଲେ।

ଛୋଟ ବେଳୁ ନେହାଙ୍କୁ ଗୀତ ଗାଇବାର ସକ ଥିଲା। ସେ ତାଙ୍କର ଭାଇ ଓ ଭଉଣୀଙ୍କ ଠାରୁ ଗୀତ ଶିଖୁଥିଲେ ଏବଂ ଜାଗରଣ ରେ ଗୀତ ଗାଇ କିଛି ପଇସା ରୋଜଗାର କରୁଥିଲେ ।ସେ ଉଲ୍ଲେଖ କରିଛନ୍ତି ଯେ ଛୋଟ ବେଳେ ତାଙ୍କୁ ଗୋଟିଏ ଜାଗରଣ ରେ ଗୀତ ଗାଇଲେ ତାଙ୍କୁ ୫୦୦ ଟଙ୍କା ମିଳୁଥିଲା । ବର୍ତ୍ତମାନ ସେ ହେଉଛନ୍ତି ବୋଲିଉଡ଼ ଫିଲ୍ମ ଈଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ତଥା ସୁନାମ ଅର୍ଜନ କରିଥିବା ଗାୟିକା ।ତାଙ୍କର ଅତ୍ୟନ୍ତ ଲୋକପ୍ରିୟ ଗୀତ ମଧ୍ୟରେ ମାହି ବେ , ଆଁଖେ ମାରେ , ହାମ ସଫର ଆଦି ସଂଗୀତ ଅନ୍ୟତମ ଅଟେ । ଏକ ନ୍ୟୁଜ ଚେନାଲ ମାଧ୍ୟମ ରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ଗୋଟିଏ ଗୀତ ପାଇଁ ୧୫ ରୁ ୧୮ ଲଷ ଟଙ୍କା ସେ ଦାବି କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।Inspire Post From –Asiant news