ଗୁଗଲ ବ୍ୟବହାର କରୁଥିଲେ ଜାଣିରଖନ୍ତୁ ଏହି କେତୋଟି ଜିନିଷ Srarch କରିଲେ ଯାଇପାରନ୍ତି ଜେଲ୍ ଶିଘ୍ର ପଢନ୍ତୁ ସେସବୁ ଜିନିଷ ଗୁଡିକ କ’ଣ କ’ଣ

0

ଦିନକୁ ଦିନ ଯୁଗ ବଦଳୁଛି ତା ସହିତ ବଦଳୁଛି ମଣିଷ ର ଚଳିବାର ଶୈଳି।ଦିନ ଥିଲା ମଣିଷ ବଣ ଜଙ୍ଗଲ ରେ ବାସ କରୁଥିଲା, ବନ୍ୟପ୍ରାଣୀ ମାନଙ୍କୁ ମାରି ସେମାନଙ୍କ କଞ୍ଚାମାଂସ କୁ ଖାଉଥିଲା। ବଣ ଜଙ୍ଗଲ ରେ ଲଙ୍ଗଳା ବୁଲୁଥିଲା,କଥା କହି ପାରୁନଥିଲା,ଭୁଲ ଠିକ୍ ର ବିଚାର କରି ପାରୁନଥିଲା। ସମୟ ବିତିବା ସହ ସେ ନିଜର ବଞ୍ଚି ବା ର ଶୈଳି କୁ ଉନ୍ନତ କଲା,କଞ୍ଚାମାଂସ ପରିବର୍ତ୍ତେ ତାହା କୁ ପୋଡି ଖାଇଲା,

ବଣ ଜଙ୍ଗଲ ରେ ଲଙ୍ଗଳା ବୁଲିବା ପରିବର୍ତ୍ତେ ଗଛ ର ବକ୍ଳ ଓ ପତ୍ର କୁ ପିନ୍ଧିଲା। ଧିରେ ଧିରେ କଥା କହିବା ଶିଖିଲା। ଭଲ ମନ୍ଦ, ଭୁଲ ଠିକ୍ ର ପାର୍ଥକ୍ଯ ଜାଣିଲା,ତା ପରେ ନିଜର ଞାନ ବ୍ରୁଦ୍ଧି କଲା। ଏହି ଭଳି ଭାବେର ସମାଜରେ ନିଜକୁ ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ କରାଇଲା।

ନିଜକୁ ଶିକ୍ଷିତ ଏବଂ ସର୍ବଶ୍ରେଷ୍ଠ ପ୍ରାଣୀ ର ଆଖ୍ୟା ପାଇବା ପରେ ମଣିଷ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ବହୁତ ଗୋଟାଏ ପୋଥି ଦେଖୁଥିଲା,ବହୁତ ସମୟ ନେଉଥିଲା ତା ପରେ ବହୁ କଷ୍ଟ ରେ ସେହି ପ୍ରଶ୍ନ ର ଉତ୍ତର ସରଳ ଭାବରେ ପାଉଥିଲା,କିନ୍ତୁ ବର୍ତ୍ତମାନ ମଣିଷ ନିଜର ଞାନ କୈଶଳ ଦ୍ବାରା ତାହା କୁ ସମାଧାନ କରିଦେଇଛି। ତାକୁ ଆଉ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇଁ ବହୁ ପୋଥି ଦେଖିବାକୁ ପଡୁନାହିଁ କିମ୍ବା ବହୁ ସମୟ ମଧ୍ଯ ଲାଗୁ ନାହିଁ,

କେବଳ ମାତ୍ର ଗୋଟିଏ କ୍ଲିକ୍ ରେ ସେ ତାହା ର ପ୍ରଶ୍ନ ର ଉତ୍ତର ମାତ୍ର କିଛି ସେକେଣ୍ଡ ରେ ପାଇ ପାରୁଛି। ହଁ ଆଜ୍ଞା କେବଳ ଗୁଗଲ ସର୍ଚ ଇଞିନ ସାହାଯ୍ୟ ରେ ମାତ୍ର କିଛି ସମୟରେ ନିଜର ପ୍ରଶ୍ନ ର ଉତ୍ତର ପାଇ ପାରୁଛି,କିନ୍ତୁ କଣ ଆପଣ ଜାଣନ୍ତି ଗୁଗଲ ସର୍ବଦା ଆପଣ ଙ୍କ ଉପରେ ନଜର ରଖୁଛି। ହଁ ଆଜ୍ଞା ଜାଣି ଆଶ୍ଚର୍ୟ୍ଯ ହେବେ ଆପଣ କଣ କରୁଛନ୍ତି, କୁଆଡେ଼ ଯାଉଛନ୍ତି ଏବଂ କାହା ସହିତ ମିଶୁଛନ୍ତି ସବୁର ଟିକିନିକି ଖବର ଗୁଗଲ ପାଖରେ ରହୁଛି।

ଯେତେବେଳେ ଆପଣ ଫ୍ଲିପ୍କାର୍ଟ କିମ୍ବା ଆମାଜନ୍ ଏବଂ ଅନ୍ୟ ସପିଂ ସାଇଟ୍ ରେ କିଛି ସର୍ଚ୍ଚ କରୁଛନ୍ତି ତାହାହେଲେ ସେହି ସମ୍ବନ୍ଧିୟ ଜିନିଷ ଆପଣଙ୍କ ସୋସିଆଲ ମିଡିଆକୁ ଆସୁଛି। ଏହା ଗୁଗଲ ଆପଣ ଙ୍କ ତଥ୍ଯ ଉପରରେ ନଜର ରଖିଥିବା ହେତୁ ହୁଏ। ତେବେ କିଛି ଜିନିଷ ରହିଛି ଯାହାକୁ କେବେ ଗୁଗଲ ରେ ସର୍ଚ୍ଚ କରିବା କଥା ନୁହଁ। ତାହା ହେଲେ ଆସନ୍ତୁ ଜାଣିବା ସେ ଗୁଡିକ କଣ।

୧-ଆତଙ୍କବାଦ ସମ୍ବନ୍ଧିୟ ତଥ୍ୟ ଯଥା ବମ୍ ବନେଇବା, ହତିଆର ସପ୍ଲାଏ କରିବା , କାରଣ ସବୁ ଦେଶର ପ୍ରଧାନମନ୍ତ୍ରୀ ଆତଙ୍କ ବାଦ କୁ ଅଟକାଇବା ପାଇଁ ଚେ଼ଷ୍ଟା ଚଳାଇଛନ୍ତି।
୨-ନିଜର ନାମ, ଇମେଲ ଆଇଡି, ଫୋନ୍ ନମ୍ବର ଇତ୍ୟାଦି କୁ ସର୍ଚ୍ଚ କରିବା କଥା ନୁହଁ କାରଣ ଏହା ଦ୍ବାରା ଆପଣଙ୍କ ଡାଟା ଗୁଗଲ ରେ ସେଭ୍ ହେଇଯାଏ।

୩-ଖାଦ୍ୟ ସମ୍ବନ୍ଧିୟ ପ୍ରଶ୍ନ ର ଉତ୍ତର ଯଥା କଣ ଖାଇଲେ ଡାଇବେଟିସ ହେବନାହିଁ, କାରଣ ଏହା ସମ୍ବନ୍ଧିୟ ଉତ୍ତର କିଛି ନାହିଁ।
୪-ନିଜ ରୋଗ ର ନିଜେ ଚିକିତ୍ସା କରିବା। ଯଦି ଆପଣ ଙ୍କ ଶରୀର ର କିଛି ଅସୁବିଧା ହୋଇଛି,ତାହା ହେଲେ ଗୁଗଲ ଦେଖି ନିଜେ ଚିକିତ୍ସା କରିବା। ଏପରି ଜମା କରନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣ ଅସୁବିଧା ରେ ପଡି ପାରନ୍ତି।
୫-ଚାଇଲ୍ଡ ପର୍ଣଗ୍ରାଫି ସମ୍ବନ୍ଧିୟ କୈଣସି ତଥ୍ଯ ସର୍ଚ୍ଚ କରନ୍ତୁ ନାହିଁ,ଏହା ଦ୍ବାରା ଆପଣ ଙ୍କୁ ଜେଲ୍ ଜିବା ସହ ଜୋରିମାନା ଦେବାକୁ ପଡିପାରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।