Health Tips – ଲବଙ୍ଗ ଓ ଲବଙ୍ଗର ତେଲ ମୂଳରୁ ଶେଷ କରିଥାଏ ଏହି 10 ଟି ଗମ୍ଭୀର ରୋଗ ଆଉ ମାତ୍ର ପାଞ୍ଚ ମିନିଟରେ ଦୂର ହୋଇଯିବ ଏହି ସମସ୍ୟା

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ ।ମାତ୍ର ଏହି ଜ୍ଞାନବିଜ୍ଞାନ ମଧ୍ୟ କେବେକେଵ ହାର ମାନିଥାନ୍ତି ଆମ ପ୍ରାକୃତିକ ସମ୍ପଦ ତଥା ଆୟୁର୍ବେଦ ସମ୍ନା ରେ । ତେବେ ଆପଣ ମାନେ ଦେଖିଥିବେ କି ବହୁତ ସମୟରେ ଆମେ ଡାକ୍ତରି ଔଷଧ ନଖାଇ ଆୟୁର୍ବେଦ ବା ଚେର ମୁଲି ଖାଇବା ଦ୍ବାରା ଆମ ଦେହ ସୁସ୍ଥ ରହିଥାଏ ।ତେବେ ଆମେ ଆଜି ଆପଣ ଙ୍କୁ ଆଜି ଲବଙ୍ଗ ର ଉପକାରୀତା ବିଷୟରେ ଜଣେଇବୁ ।

ସାଧାରଣ ଭାବରେ ଆମେ ଲବଙ୍ଗ କୁ ସ୍ୱାଧୀସ୍ଟ ତରକାରୀ କରିବା ପାଇଁ ବ୍ୟବହାର କରିଥାଉ ।କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ଲବଙ୍ଗ ଦ୍ବାରା ଆମ ଶରୀରରେ କେଉଁ କେଉଁ ରୋଗ ଭଲ ହୋଇଥାଏ ଏବଂ ଏହାର ଉପକାରୀତା ବିଷୟରେ ।

୧.ଦାନ୍ତ ବିନ୍ଧା ଭଲ କରିଥାଏ :-

ଯଦି ଆପଣଙ୍କର ଦାନ୍ତ ବିନ୍ଦୁ ଥାଏ ତ ଆପଣ ସେହି ସ୍ଥାନରେ ଗୋଟିଏ ଲବଙ୍ଗ ବା ଲବଙ୍ଗ ତେଲ କୁ ପକେଇଦିଅନ୍ତୁ ।ଏହା ସଙ୍ଗେ ସଙ୍ଗେ ଏଥିରୁ ମୁକ୍ତି ଦେଇଥାଏ ।

୨.ଗ୍ୟାସ ବା ଏସିଡିଟି :-

ପ୍ରତିଦିନ ସକାଳେ ୨-୩ଟି ଲବଙ୍ଗ ର ଗୁଣ୍ଡ କୁ ଅଧା କପ ପାଣିରେ ଫୁଟାଇ ପିଇବା ଫଳରେ ଗ୍ୟାସ ଓ ଏସିଡିଟି ଭଳି ପେଟ ରୋଗ ଭଲ ହୋଇଥାଏ ।

୩.ହେକୁଟି ଆସିବା:-

ଯଦି ଆପଣଙ୍କୁ ଅଧିକାଂଶ ସମୟରେ ହେକୁଟି ଆସିଥାଏ ।ତାହେଲେ ଆପଣ ୨ଟି ଲବଙ୍ଗ କୁ ପାଟିରେ ପୁରାଇ ଚୁଶାନ୍ତୁ ।ଏହା ସଙ୍ଗେ ସଙ୍ଗେ ହେକୁଟି ଭଲ କରିଥାଏ ।

୪.ପାଟି ରୁ ଦୁର୍ଗନ୍ଧ ଆସୁଥିଲେ:-

ଆପଣ ଦେଖି ଥିବେ ଯେ ବହୁତ ଲୋକଙ୍କ ର ପାଟିରୁ ଦୁର୍ଗନ୍ଧ ଆସିଥାଏ ।ତେବେ ଆପଣ ପ୍ରତିଦିନ ଲବଙ୍ଗ ଖାଇବା ଉଚିତ ଏହା ସେ ଦୁର୍ଗନ୍ଧ କୁ ଦୂର କରିଥାଏ ।

୫.କ୍ୟାନ୍ସର କୁ ରୋକିବା ରେ ସାହାଯ୍ୟ କରେ:-

ଏକ ରିସର୍ଚ୍ଚ ଅନୁସାରେ ,ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ଲବଙ୍ଗ ସେବନ କରିଥାନ୍ତି ତାଙ୍କୁ କ୍ୟାନ୍ସର ହୋଇନଥାଏ ।ଏବଂ କ୍ୟାନ୍ସର ରୋଗୀ ଏହାକି ଖାଇବା ଦ୍ବାରା ଏହା ଅଧିକ ବ୍ୟାପକ ହୋଇନଥାଏ ।

୬.ଡାଇବେଟିସ ରକିଥାଏ:-

ଡାଇବେଟିସ ରୋଗୀ ମାନେ ନିୟମିତ ଭାବରେ ଲବଙ୍ଗ ସେବନ କରିବା ଦ୍ବାରା ତାଙ୍କ ରକ୍ତ ରେ ସୁଗାର ନିୟନ୍ତ୍ରଣ ହୋଇଥାଏ ।

୭.ଆଣ୍ଠୁ ଗଣ୍ଠି ବାତ :-

ନିୟମିତ ଭାବରେ ୨ଟି ଲେଖା ଲବଙ୍ଗ ଖାଇବା ଦ୍ବାରା ଆଣ୍ଠୁ ଗଣ୍ଠି ବାତ ଭଲ ହୋଇଥାଏ ।ଗୋଟାଏ ମୁଠା ଲବଙ୍ଗ କୁ ଗୁଣ୍ଡ କରି ତାହାକୁ ଵିନ୍ଧୁ ଥିବା ସ୍ଥାନରେ ଲଗେଇଲେ ମଧ୍ୟ ଏହା ଭଲ ହୋଇଥାଏ ।

୮.ଥଣ୍ଡା ଓ କାଶ ଭଲ ହୋଇଥାଏ:-

ଯଦି ଆପଣଙ୍କୁ ସଧାରଣ ଥଣ୍ଡା ହୋଇଥାଏ ତ ଆପଣ ୫ଟି ଲବଙ୍ଗ କୁ ୨ ଟି ଗୋଲମରିଚ ସହ ମିଶାଇ ଖାଇବା ଦ୍ବାରା ଏହା ୨ଦିନରେ ଭଲ ହୋଇଥାଏ ।

୯.ମୁହଁରେ ଥିବା ବ୍ରଣ କୁ ଭଲ କରିଥାଏ :-

ଏହି ଲବଙ୍ଗ କୁ ଗୁଣ୍ଡ କରି ଫେସପ୍ୟାକ ସହ ମିଶାଇ ଲଗେଇବା ଦ୍ବାରା ମୁହଁର ବ୍ରଣ ଭଲ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।