ବଦଳିବ ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ଢାଞ୍ଚା : ଏଥର ୫୦% ମଲଟିପୁଲ୍ ଚଏସ୍ ! ସମ୍ପୂର୍ଣ୍ଣ ଖବର ପଢନ୍ତୁ ଓ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କୁ ସେୟାର କରି ଜଣାନ୍ତୁ

0

କରୋନା ମହାମାରୀ ସମୟ ରେ ସ୍କୁଲ୍ କଲେଜ ସବୁ କିଛି ବନ୍ଦ ହୋଇଥିଲା। ବାହାରେ ଖଟୁଥିବା ଲୋକ ମାନେ ମଧ୍ୟ କରୋନା ଭୟ ରେ ପଳାଇ ଆସିଲେ। ଦେଶ ରେ ଅଭାବ ବହୁତ ମାତ୍ର ରେ ଦେଖା ଦେଲା ଗରିବ ସୀମା ରେଖା ତଳେ ବସବାସ କରୁଥିବା ଲୋକେ ବହୁତ୍ କଷ୍ଟ ଭୋଗିଲେ। ପିଲା ମାନେ ଅବହେଳିତ ହୋଇଗଲେ। ଖାଦ୍ୟ ସାମଗ୍ରୀ ମାନଙ୍କର ଦର ଦମ୍ ବଢ଼ିଗଲା। ପିଲା ମାନେ ପାଠ ପଢ଼ିଲେ ନାହିଁ। ସରକାର ମଧ୍ୟ କରୋନା ଭୟ ରେ କିଛି ନିଷ୍ପତ୍ତି ନେଇ ପରି ନଥିଲେ।ଦେଶ ରେ ବହୁଳ ମାତ୍ରା ରେ ଅଭାବ ଦେଖା ଯିବ ଯୋଗୁ ଧୀରେ ଧୀରେ ଯାତାୟାତ ବ୍ୟବସ୍ଥା ଖୋଲିଥିଲେ।

ଦେଶ ରେ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବା ପାଇଁ ଟ୍ରେନ ବସ ଇତ୍ୟାଦି ଚଳା ଚଳ ଆରମ୍ଭ ହୋଇଥିଲା। ତେବେ ଶିକ୍ଷା କ୍ଷେତ୍ର ରେ ପରିବର୍ତ୍ତନ ପାଇଁ ସରକାର ପରବର୍ତ୍ତୀ ସମୟ ରେ ପରିବର୍ତ୍ତନ କରାଇଥିଲେ। ତେବେ ସେହି ସମ୍ପର୍କ ରେ କିଛି ଖାସ୍ ଖବର ଆପଣ ଙ୍କ ସାମ୍ନା କୁ ନେଇ ଆସିଛୁ।

ତେବେ ସରକାର ଜାନୁୟାରୀ ମାସ ରେ କୋରନା ସ୍ଥିତି କୁ ଲକ୍ଷ୍ୟ କରି ଏବେ ବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସବୁ ଖୋଲା ଯାଇଛି । ତେବେ ଏହା କେବଳ ଶେଷ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୋଲା ଯାଇଛି । ତେବେ ଏହା ପରେ କୋରନା ର ସ୍ଥିତି କୁ ଲକ୍ଷ୍ୟ ରଖି ସମସ୍ତ ନୀତି ନିୟମ କୁ ପାଳନ କରି ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷା ଦାନ କରା ଯାଉଛି

ଏହି ସବୁ କୁ ଆଖି ଆଗରେ ରେ ରଖି ପାଠ ପଢା ଯିବାର ୧୦୦ ଦିନ ପରେ ସମସ୍ତ ପରୀକ୍ଷା ହେବ ବୋଲି କୁହା ଯାଇଛି। ତେବେ ଏହା ସହିତ ମଧ୍ୟ ଶିକ୍ଷାର୍ଥୀ ମାନଙ୍କ ର ସିଲାବସ୍ ମଧ୍ୟ କିଛି ମାତ୍ରା ରେ କମାଇ ଦିଆ ଯାଇଛି , ଏପରିକି ଦଶମ ଶ୍ରେଣୀ ର ପିଲା ମାନେ ୮୦ ମାର୍କ ର ପରୀକ୍ଷା ଦେବେ ବୋଲି ମଧ୍ୟ ମନ୍ତ୍ରୀ ସମିର୍ ରଞ୍ଜନ ଦାସ କହିଛନ୍ତି ।

ତେବେ ଏହି ସମୟରେ ଯୁକ୍ତ ଦୁଇ ପରୀକ୍ଷା ରେ ମଧ୍ୟ ପରିବର୍ତ୍ତନ କିଛି ଦେଖିବାକୁ ମିଳିଛି ଅର୍ଥାତ୍ ପୂର୍ବ ବର୍ଷ ଯେଉଁ ଭଳି ପରୀକ୍ଷା ହୋଇଥିଲା ତେବେ ଏଠାରେ ପରୀକ୍ଷା ରେ ପରିବର୍ତ୍ତନ ଦେଖା ଦେଇଛି । ତେବେ କଣ ସବୁ ପରିବର୍ତ୍ତନ ରହିଛି ଆସନ୍ତୁ ଜାଣିବା । ତେବେ ଏଥର ନୂଆ ଢଙ୍ଗ ରେ ବା ନୂଆ ଢାଞ୍ଚା ରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନ ପତ୍ର ,୫୦ ପ୍ରତିଶତ ରହିବ ମଲ୍ଟିପଲ୍ ଚଏସ୍ ,ଯାହାର ଗୋଟିଏ ଉତ୍ତର ପାଇଁ ୧ ନମ୍ୱର୍ ରହିଥିଲା । ତେବେ ଏହା ପରେ ୩୦ ମାର୍କ ରହିବ ୨ ମାର୍କ ସମ୍ବଳିତ ପ୍ରଶ୍ନ ଏବଂ ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ୨୦ ମାର୍କ ରହିବ ।

ତେବେ ଏହି ଭଳି ଭାବରେ ପ୍ରଶ୍ନ ପତ୍ର ର ଢାଞ୍ଚା ବଦଳିବ ବୋଲି କହିଛନ୍ତି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ତେବେ ବିଶେଷ କରି ଏହି ପ୍ରଶ୍ନ ପତ୍ର ୧୦୧୬ ମସିହା କିମ୍ବା ପରେ ପଞ୍ଜି କୃତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ହ୍ରାସ ହୋଇ ଥିବା ଶିଲାବସ୍ କୁ କିଛି ଆସିବ । ତେବେ ସେହି ପୁରୁଣା ସିଲାବାସ୍ ଅଧିନରେ ଆସୁଥିବା ପରୀକ୍ଷାର୍ଥୀ ମାନେ ଅର୍ଥାତ୍ ୨୦୧୫ ରେ ଯେଉଁ ଶିକ୍ଷାର୍ଥୀ ମାନେ ପଞ୍ଜିକୃତ ହୋଇଛନ୍ତି ସେମାନେ ପୂର୍ବ ବର୍ଷ ପରି ପ୍ରଶ୍ନ ପତ୍ର ଢାଞ୍ଚା ରେ ପରୀକ୍ଷା ଦେବେ।

ତେବେ ଏହି ସବୁ ଘଟଣା ବିଷୟରେ ଜାଣି ସାରିବା ପରେ ଏବେ ପିଲା ମାନେ ନିଶ୍ଚିତ ହୋଇ କରି ନିଜ ପାଠ ପଢା ରେ ମନ ଦେଲେ ଆଗକୁ ଆସୁଥିବା ପରୀକ୍ଷା ରେ ଉତ୍ତମ ଫଳ ହାସଲ କରି ଆଗକୁ ଯାଇ ପାରିବେ । ତେବେ ଏଥି ସହିତ ମଧ୍ୟ ଯେଉଁ ପିଲା ଯେଉଁ କଲେଜ୍ ରେ ପଢୁଛନ୍ତି ସେମାନେ ସେହି କଲେଜ୍ ରେ ପରୀକ୍ଷା ଦେବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।