ଅପୂର୍ବ ମିଳନ ସ୍ଵପ୍ନ ରେ ଆସି କହିଲେ “ମତେ ସାତ ହାତ ତଳୁ ବାହାର କର”ଦେବୀ ମା ଙ୍କର ଏହି ଅଦ୍ଭୂତପୂର୍ବ ଲୀଳା ବିଷୟରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ……..

0

ଭଗବାନ ଙ୍କ ରୂପ ଅନେକ। ଯେପରି ତାଙ୍କର ନାମ ଅନେକ ସେପରି ତାଙ୍କର ରୂପ ମଧ୍ୟ ଅନେକ। କେଉଁ ରୂପରେ କେବେ କହାକୁ ଦେଖା ଦିଅନ୍ତି ତାହା ତାଙ୍କର ଇଛା ଅନୁସାରେ ପରିଚାଳିତ ହୁଏ। ତେଣୁ ପ୍ରକୃତ ଭକ୍ତ ପାଇଁ ଭଗବାନ ସଦା ସର୍ବଦା ନିଜର କୃପା ଦୃଷ୍ଟି ରଖି ଥାନ୍ତି। ତେଣୁ ଭଗବାନଙ୍କ ମହିମା ତାଙ୍କୁ ହିଁ କେବଳ ଜଣା। ଭଗବାନ ନିଜ ମହିମା ପ୍ରତି ପାଦନ କରିବା ପାଇଁ ଅନେକ ଲୀଳା ଖେଳା କରନ୍ତି। କେବେ ନିଜକୁ ପଥର ରୂପେ ତ ଆଉ କେବେ ବୃକ୍ଷ ର ଦାରୁ ରୂପେ। ତେବେ ତାଙ୍କର ଏପରି ଏକ ଅଦ୍ଭୂତ ଲୀଳା ଦେଖିବାକୁ ମିଳେ।

ତେବେ ଆମେ ଆଜି ଭଗବାନ ଙ୍କର ଏମିତି ଅଦ୍ଭୂତପୂର୍ବ ଲୀଳା ବିଷୟରେ ଜଣେଇବୁ ଯାହା ଆପଣ ପୂର୍ବରୁ କେବେ ବି ଜାଣିନଥିବେ। ମା ନିଜେ ସ୍ୱପ୍ନ ରେ ଆସି ଉଭା ହୋଇଛନ୍ତି ଏକ ଗରିବ ପରିବାର ର ଘରେ ସେ ବି ଉଇ ଉଙ୍କା ର ରୂପ ନେଇ ।ଘଟଣା ଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା ଅଟେ ।ତେବେ ଏହିପରି ଏକ ଘଟଣା ଘଟିଛି ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ।ତେବେ ଆସନ୍ତୁ ଜାଣିବା କଣ ଥିଲା ପ୍ରକୃତ କାହାଣୀ ।

ତେବେ ଜଗତସିଂହପୁର ର ଜଣେ ମହିଳାଙ୍କ ଘରେ ଦେବୀ ମା ନିଜେ ଆବିର୍ଭାବ ହୋଇଛନ୍ତି ତାହା ବି ବିଗତ ୪୦ ବର୍ଷ ପୂର୍ବରୁ ଆଉ ଏବେ ପର୍ଯ୍ୟନ୍ତ ପୂଜା ପାଉଛନ୍ତି ସେହି ମହିଳାଙ୍କ ଘରେ ।ମହିଳା ଙ୍କର କହିବା ଅନୁସାରେ ୧୯୮୨ ମସିହାରେ ବନ୍ୟା ଯୋଗୁଁ ତାଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ପରିସ୍ଥିତି ସୁଦୃଢ଼ ହେବା ପରେ ସେମାନେ ଭାଙ୍ଗିଯାଇ ଥିବା ଘର ଥିବା ସ୍ଥାନରେ ଏକ ପକା ଘର କରିବାକୁ ଆରମ୍ଭ କରିଥିଲେ। ତେବେ ଘର ର ଅଧା କାନ୍ଥ ଉଠିବା ପରେ ରାତିରେ ସେହି ମହିଳା ଙ୍କୁ ସ୍ୱପ୍ନ ହୋଇଥିଲା କି “ମୁଁ ଏହି ଘରର କୋଣ ରେ ସାତ ହାତ ତଳେ ରହିଛି ମତେ ବାହାର କର” କିନ୍ତୁ ସେମାନେ ଏକଥା ବୁଝିପାରିଲେ ନାହିଁ ।

ତେବେ ତିନି ହାତ ଖୋଳିବା ପରେ କିଛି ନବହାରିବା ରୁ ସେମାନେ ଭାବିଲେ ମିଛ ବୋଲି। କିନ୍ତୁ ତାର କିଛି ଦିନ ପରେ ସେହି ସ୍ଥାନରେ ଏକ ଉଇ ଉଙ୍କା ବାହାରିଲା ସେ ବି ଉପରକୁ ତ୍ରିଶୂଳ ଆକାର ର ।ତେବେ ମହିଳା ଜଣଙ୍କ ପ୍ରଥମେ ଏହାକୁ ଭାଙ୍ଗି ଦେଲେ ।କିନ୍ତୁ ସେ ପୁଣି ବାହାରିଲା ।ପରେ ମହିଳା ବୁଝିପାରିଲେ ନାହିଁ କି ସେ କଣ କରିବେ ।ତେବେ ଲୋକ ମାନଙ୍କ କହିବା ଅନୁସାରେ ସେ ଆଉ ଏହାକୁ ଭାଙ୍ଗିଲେ ନାହିଁ ଆଉ ପୂଜା କରିବା ଆରମ୍ଭ କରିଦେଲେ ।

ତେବେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ସେହି ଉଇ ଉଙ୍କା ଟି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ମାତ୍ର ରେ ବଢ଼ିବାରେ ଲାଗିଛି ।ଏବଂ ମହିଳାଙ୍କ ଘରେ ପୂଜା ପାଉଛନ୍ତି ।ମହିଳା କହିଛନ୍ତି ଯେ ମା ଏ ଘରକୁ ଆସିବା ପରେ ତାଙ୍କର ସମସ୍ତ ଦୁଃଖ ଓ ଅଶାନ୍ତି ଦୂର ହୋଇଯାଇଛି। ଏବଂ ସେମାନେ ଖୁସି ରେ ରହୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।