ଯୁବ ପିଢ଼ି ମାନଙ୍କ ପାଇଁ ଉଦାହରଣ ସାଜିଲେ ଗାଁ ର ଏହି ଝିଅ , କର୍ମମୟୀ ଝିଅଙ୍କ ପାଇଁ କ’ଣ ଗେଟିଏ ସେୟାର କରିପାରିବେନି

0

ଆଜି କାଲି ଯୁବ ପୀଢ଼ି ମାନଙ୍କ ପାଇଁ ସରକାରୀ ଚାକିରୀ ଯେମିତି ଗୋଟିଏ ସ୍ବପ୍ନ ହେଇ ରହି ଗଲାଣି । ଯେତେ ଆଗକୁ ପାଠ ପଢ଼ିଲେ ବି ସରକାରୀ ଚାକିରି ପାଇବାକୁ ଏବେ ବହୁତ୍ କଠିନ ପରିଶ୍ରମ କରିବାକୁ ପଡ଼ୁଛି । ତେବେ ଆଉ କିଛି ଯୁବ ପୀଢ଼ି ମାନଙ୍କ ପାଇଁ ଅର୍ଥ ସାଜୁଛି ବାଧକ ତାଙ୍କ ପାଠ ପଢିବା ପାଇଁ । ତେବେ ଆଜି ଆମେ ଏକ ଏଭଳି ଜଣେ ଯୁବତୀ ଙ୍କ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ବି ତାଙ୍କ ଠୁ କିଛି ଶିଖିବା ପାଇଁ ଇଚ୍ଛା ପ୍ରକାଶ କରିବେ ।

ତେବେ ମନ ବଳ ଯଦି ଦୃଢ଼ ଏବଂ ମନ ରେ ଯଦି କିଛି କରି ଦେଖାଇ ବାର ଇଚ୍ଛା ରହିଛି ତେବେ ଯେ କୌଣସି ଉପାୟ ରେ ସଫଳତା ହାତକୁ ଆସିବ । ଯାହାକୁ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ବଡ଼ ଚଣା ବ୍ଲକ୍ ପନ୍ଦଳ ଗାଆଁ ର ଝିଅ ସୁଭଦ୍ରା ମହାନ୍ତି । ତେବେ ସେ ଉଚ୍ଚ ଶିକ୍ଷିତ ହେବା ପରେ ମଧ୍ୟ କୌଣସି ଚାକିରି ନ ପାଇବାରୁ ସେ ତାଙ୍କର ନିଜସ୍ୱ ଉଦ୍ୟମ ରେ ଆତ୍ମ ନିର୍ଭରଶୀଳ ହୋଇ ପାରିଛନ୍ତି ।

ତେବେ ସେ ଅନ୍ୟ ଯୁବ ପୀଢ଼ି ମାନଙ୍କୁ ମଧ୍ୟ ରୋଜଗାର ର ରାସ୍ତା ଦେଖାଇଛନ୍ତି ,ଯେଉଁ ମାନେ ହାତ ବାନ୍ଧି ଘରେ ବସିଛନ୍ତି । ତେବେ ସୁଭଦ୍ରା ଙ୍କ ନାମ ଟି ଯେମିତି ତାଙ୍କ କାମ ମଧ୍ୟ ସେମିତି । ତେବେ ଅର୍ଥ ଅଭାବ ରୁ ତାଙ୍କ ପାଠ ପଢା ରେ ଡୋରି ବନ୍ଧା ହେଲା ,ହେଲେ ତାଙ୍କ କର୍ମ ତାଙ୍କୁ ଡୋରି ରେ ବାନ୍ଧି ପାରିଲା ନାହିଁ । ତେବେ ସେ ପାଠ ପଢା ସାରିବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

ସେ ଯେତେବେଳେ ଯୁକ୍ତ ଦୁଇ ରେ ପଢୁଥିଲେ ତାଙ୍କ ବାପା ଙ୍କ ର ଆର୍ଥିକ ସ୍ଥିତି ଠିକ୍ ନ ଥିଲା , ଏବଂ ସେ ଗାଆଁ ର କିଛି ପିଲା ଙ୍କୁ ଟିଉସନ କରି ନିଜର ଯୁକ୍ତ ତିନି ପଢା କୁ ପୁରା କଲେ ଏବଂ ସେ ସେହି ଟିଉସନ ରୁ କିଛି ଟଙ୍କା ସଞ୍ଚୟ କରି ଗୋଟିଏ ଛୋଟିଆ ଅଟା କଳ ମଧ୍ୟ ପକାଇଲେ ଏବଂ ସେଥିରୁ କିଛି ଟଙ୍କା ଲାଭ ହେଲା ପରେ ତାଙ୍କ ପରିବାର ର ସପକ୍ଷ ରେ ସେ ଛତୁ ଚାଷ କରିବାକୁ ଚିନ୍ତା କରିଥିଲେ ।

ତେବେ ତାଙ୍କ ବାପା ଙ୍କ ର କହିବା କଥା ଯେ ସରକାର ଯଦି ତାଙ୍କୁ କିଛି ସହାୟତା କରନ୍ତି ତାହେଲେ ସେ ଆହୁରି ମଧ୍ୟ ଆଗକୁ ବଢ଼ି ପାରିବେ । ସେ ନିଜ ପରିବାର ର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛନ୍ତି ସେ । ପ୍ରଥମେ ଟିଉସନ୍ କରି ରୋଜଗାର କରିବା ଆରମ୍ଭ କରିଥିଲେ ସେ ଏହା ପରେ ଏକ ଛୋଟ ଅଟା ଓ ଧାନ କଳ ବସାଇଥିଲେ ମଧ୍ୟ ତଥାପି ସ୍ବାବଲମ୍ବୀ ହେବାର ନିଶା ତାଙ୍କୁ ଅଟକାଇ ପାରିଲା ନାହିଁ । ତେବେ ସେ ଏବେ ଛତୁ ଚାଷ କରୁଛନ୍ତି ,ଦିନ କୁ ୧୫ ରୁ ୨୦ କିଲୋ ଛତୁ ସେ ବିକ୍ରୀ କରୁଛନ୍ତି ଏବଂ ନିଜକୁ ସ୍ୱଚ୍ଛଳ କରି ପାରିଛନ୍ତି ।

ତେବେ ବର୍ତ୍ତମାନ କୋରନା ମହାମାରୀ ଯୋଗୁଁ ଗାଁ ରେ ଥିବା ଦୁଗ୍ଧ ଚାଷୀ ମାନେ ବହୁତ୍ ପ୍ରଭାବିତ ହୋଇଥିଲେ ,ତେବେ ଏହା କୁ ସୁଭଦ୍ରା ଦେଖି ସେ ଗାଆଁ ଗାଆଁ ବୁଲି ଦୁଗ୍ଧ ସଂଗ୍ରହ କଲେ ସୁଭଦ୍ରା । ତେବେ ସେ ଏକ ଦୁଗ୍ଧ କମ୍ପାନୀ ସହ ଯୋଗାଯୋଗ କରି ତାକୁ ବିକ୍ରୀ କରିବାର ରାସ୍ତା ମଧ୍ୟ ବାହାର କରିଥିଲେ । ଏଥିରେ ବି କିଛି ପଇସା ହାତ କୁ ଆସିଥିଲା ତାଙ୍କର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।