ଘରେ ଅଶାନ୍ତି ଲାଗି ରହୁଥିଲେ ଜାଣନ୍ତୁ ଘରେ କେଉଁ ପ୍ରକାର ବାସ୍ତୁ ଦୋଷ ରହିଛି ।

0

ଘରେ ଅଶାନ୍ତିର ବାତାବରଣ ଦେଖାଯାଉଥିଲେ ଅମେ ଏହାକୁ କିପରି ଆମ ଘର ମଧ୍ୟରୁ ଦୂର କରିପାରିବା ଏବଂ ଆମ ଘରେ କେଉଁ ବାସ୍ତୁ ଦୋଷ ରହିବା ଯୋଗୁ ଏପରି ସମସ୍ୟା ଉପୁଜୁଛି ତାହାର ନିରାକରଣ କରିବା ପାଇ ମଧ୍ୟ କିଛି ଉପାୟ ରହିଥାଏ । ସମସ୍ତେ ଚାହିଥାନ୍ତି ଘରେ ସର୍ବଦା ହସ ଖୁସୀରେ ରହିବା ସହିତ ଘରେ ସର୍ବଦା ଶାନ୍ତିର ବାତାବରଣ ସର୍ବଦା ରହିଥାଉ । ସେଥିପାଇ ସେମାନେ ଘରର ସମସ୍ତ ନୀତି ନିୟମ ଅନୁସାରେ ଘରଟିଏ ତିଆରି କରିଥାନ୍ତି । ଏହି ସମସ୍ତ ନୀତି ନିୟମ ଅନୁସାରେ ଘର ତିଆରି କରିଥିଲେ ମଧ୍ୟ ଘରେ ଆଶାନ୍ତିର ବାତାବରଣ ଦେଖାଯାଇଥାଏ। ଏହା ଦେଖାଯିବାର କାରଣ ମଧ୍ୟ ରହିଛି । ଅପଣ ମାନେ ପଇସା ଲଗାଇଛନ୍ତି ,ମିସ୍ତ୍ରୀ ଲଗେଇଛନ୍ତି , ପ୍ଲାନ ଲଗେଇଛନ୍ତି ଯଦି ଘର କାନ୍ଥର ଯେଉ ବାଲି, ଗୁଡି , ଇଟା ,ପଥର ଲଗାଇଛନ୍ତି ସେ ସମସ୍ତ ଜିନିଷ କେବେହେଲେ ଗବେଷଣା କରିଛନ୍ତି ।

ଆପଣ ମାନେ ଜାଣି ନଥିବେ ଯେଉଁଠାରୁ ଆପଣ ବାଲି ଆଣୁଛନ୍ତି ସେହି ବାଲିରେ କୌଣସି ମୃତ ଛୋଟ ଶିଶୁକୁ ପୋତାଯାଇନାହିଁ ବା ସେହି ବାଲିରେ ଦଶାହ କ୍ରିୟା ସହିତ ବିଧବା ସ୍ତ୍ରୀ ତାର ଚୁଡି ଭାଙ୍ଗି ପକି ନଥିବେ ଏହାର କୌଣସି ଗ୍ୟାରେଣ୍ଟି ଦେଇ ପାରିବେ । ସେଥିପାଇ କୁହାଯାଇଛି ଭାଗ୍ୟରେ ଥିଲେ ଉତ୍ତମ ବାସ୍ତୁ ଓ ଘରେ ଶାନ୍ତି ପ୍ରତିଷ୍ଠା ଆପେ ଆପେ ପାଇ ପାରିବେ ।

ଉତ୍ତର – ପୂର୍ବର କୋଣକୁ ଐଶାନ୍ୟ କୋଣ କୁହାଯାଏ ଏବଂ ଇଶ୍ୱରଙ୍କର କୋଣ ମଧ୍ୟ କୁହାଯାଏ । ସେହି କୋଣେ ଇଶ୍ୱରଙ୍କୁ ପୂଜା କରାଯାଇଥାଏ ଏବଂ ପୂର୍ବ – ଦକ୍ଷିଣ ଦିଗକୁ ଅଗ୍ନିକୋଣ କୁହାଯାଇଥାଏ ସେଥିରେ ରନ୍ଧନ କାର୍ଯ୍ୟ କରାଯାଇଥାଏ । ଯଦି ଆପଣ ପୂର୍ବ ଦିଗରେ ଏକ ପାତ୍ରରେ ଜଳ ରଖି ପୂଜା କରିଥାନ୍ତି ତେବେ ଏହା କରିବା ଦ୍ୱାରା ଘରେ ଅନେକ ଶୁଭ ଫଳ ମିଳିଥାଏ ।

ଉତ୍ତର ଦିଗକୁ ଶାନ୍ତିର ଦିଗ କୁହାଯାଇଥାଏ ସେଥିପାଇ ଯଦି ଆପଣ ଘର ମଧ୍ୟରେ ଶୀତଳତା ରହିବା ପାଇ ଚାହୁଥାନ୍ତି ତେବେ ଉତ୍ତର ଦିଗକୁ ଗୋଟିଏ ଝରକା ରଖିବେ । ଏହା ସହିତ ଯଦି ଆପଣ ଘର ମଧ୍ୟରେ ବାୟୁ ଓ ଆଲୋକ ପାଇବା ପାଇ ଚାହୁଥାନ୍ତି ତେବେ ଆପଣଙ୍କୁ ଦକ୍ଷିଣ ପଟକୁ ଝରକାଟିଏ ରଖିବେ ଏବଂ ବାୟୁ ପାଇବା ପାଇ ଉତ୍ତର ଦିଗକୁ ଝରକା ରଖିବେ ।

ଆପଣଙ୍କର ଯଦି ଘରେ କୌଣସି ଜିନିଷ ଯଥା ଫ୍ରିଜ, ଗଡରେଜ ,ୱାସିଙ୍ଗ ମେସିନ ପରି ସମସ୍ତ ଜିନିଷ ଘରର ଉତ୍ତର ଦିଗକୁ ରଖିବେ । ଏହା ଦ୍ୱାରା ଆପଣଙ୍କ ଘରେ ଇଲେକ୍ଟ୍ରି ସମସ୍ୟା ଦେଖାଯାଇ ନଥାଏ । ଦକ୍ଷିଣେ ଶୁଅନ୍ତୁ ଅର୍ଥାତ୍ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଆପଣଙ୍କର ଉଦର ପୀଡା ହୋଇ ନଥାଏ ଏବଂ ଗ୍ୟାସ ଜନିତ ସମସ୍ୟା ଦୂର ହୋଇଥାଏ । ସେଥିପାଇ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ମଙ୍ଗଳ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।