ollywood actress – ଦେଖନ୍ତୁ Live ଭିଡିଓ -ହଠାତ୍ ସୋସିଆଲ୍ ମିଡିଆରେ କାନ୍ଦି ପକାଇଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ବେଦନାର କାରଣ ଜାଣିଲେ , ଆପଣ ବି ଦୁଃଖିତ ହୋଇଯିବେ ।

0

ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ବର୍ତ୍ତମାନ ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ଯାତ୍ରା କଳାକାର। ରାଣୀ ପଣ୍ଡା ଓଡ଼ିଶା ର ଯାତ୍ରା ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଏବଂ ସେ ନିଜର କଥା ବାର୍ତ୍ତା ଏବଂ ବ୍ୟବହାର ପାଇଁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। କାରଣ ବର୍ତ୍ତମାନ ସେ ମିଡ଼ିଆ ଆଗରେ ଏକ ବିବାଦୀୟ କଳାକାର। ତେବେ ଦର୍ଶକ ମାନେ ତାଙ୍କୁ କେବଳ ତାଙ୍କ ଅଭିନୟ ପାଇଁ ଜାଣିନାହାନ୍ତି,

ତାଙ୍କୁ ତାଙ୍କର କଥା ବାର୍ତ୍ତା ଏବଂ ତାଙ୍କର ମିଡ଼ିଆ ଆଗରେ କରୁଥିବା ବ୍ୟବହାର ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ,କାରଣ ସେ ଅନେକ ଘଟଣା ରେ ତାଙ୍କର ବିବାଦୀୟ ମନ୍ତବ୍ୟ କୁ ସାମ୍ନା ରେ ରଖିଥାନ୍ତି।ଯାହା ପାଇଁ ସେ କିଛି ଲୋକ ଙ୍କ ଆଗରେ ଖରାପ୍ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି।

ଆହୁରି ଅନେକ ସମୟରେ ମଧ୍ଯ ସେ ସୋସିଆଲ ମିଡିଆରେ ନିଜ ର ଭିଡିଓ ଦ୍ଵାରା ତାଙ୍କର ମନ୍ତବ୍ୟ ଏବଂ କାର୍ଯ୍ୟକଳାପ ମଧ୍ୟ ଆଗକୁ ଆଣନ୍ତି।ସେ ଯାହା ବି କିଛି ହେଉ ନା କାହିଁକି ,କିନ୍ତୁ ରାଣୀ ପଣ୍ଡା ବହୁତ ଜଣାଶୁଣା ଅଭୀନେତ୍ରୀ।ତାଙ୍କର କଟା କଥା ଏବଂ ତାଙ୍କ ବୟାନ ବାଜି କଥା ପାଇଁ ସେ ସତରେ ବହୁତ୍ ଚର୍ଚ୍ଚିତ ଏବଂ ଲୋକ ପ୍ରିୟ।

ତେବେ ଯେମିତି କି ଆପଣ ମାନେ ଜାଣିଲେ କି ରାନୀ ପଣ୍ଡା ସୋସିଆଲ ମିଡିଆ ରେ ନିଜର ଭିଡିଓ କରି ନିଜର ବିବାଦୀୟ ମନ୍ତବ୍ୟ ଏବଂ କାର୍ଯ୍ୟ କଳାପ ସମସ୍ତ ଙ୍କ ସାମ୍ନା କୁ ଆଣନ୍ତି। ସେହିଭଳି ଏକ ଭିଡିଓ ନିକଟ ରେ ସେ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି। ତେବେ ଏହି ଭିଡିଓ ରେ ସେ କାହାକୁ ଗାଳି ଦେବାର ଦେଖା ଯାଇଛି। ତେବେ ସେ ପ୍ରକୃତ ରେ କାହାକୁ ଗାଳି ଦେଉଛନ୍ତି ତାହା ସଠିକ୍ ଭାବରେ ଜଣା ପଡୁନାହିଁ। ସେ କେବଳ କିଛି ଲୋକ ଙ୍କୁ ସମ୍ବୋଧନ କରି ଗାଳି କରି ଚାଲିଛନ୍ତି।

କାରଣ ତାଙ୍କୁ କିଛି ଝିଅ ଖରାପ କମେଣ୍ଟ କରିଥିବା ହେତୁ ସେ ଏଭଳି ଭାବରେ ରାଗିଯାଇ ଗାଳି କରିଛନ୍ତି। ସେ କହିଛନ୍ତି ମୁଁ ତ ମୋର ରୋଜଗାର କରୁଛି ଏବଂ ଖାଇ, ପିଇ ଚଳୁଛି। ମୋତେ ତ କେହି ସାହାଯ୍ୟ କରୁନାହିଁ। କିଏ ପ୍ରମାଣ ଦେଇପାରିବ ମୁଁ କାହାଠୁ କଣ ଚିତା କାଟି ଖାଇଛି। କିଏ ମୋତେ ଚଳେଇଛି।

ସେ କହିଛନ୍ତି ଯେ ମୁଁ ସତ କଥା କହେ ବୋଲି ସମସ୍ତ ଙ୍କ ବିନ୍ଧରେ ବାଜେ। ସେ ୟୁଟ୍ୟୁବରେ ଦେଖିବା ପାଇଁ ପାଇଲେ ଯେ କିଛି ଲୋକ କହିଛନ୍ତି ଯେ ରାଣୀ ପଣ୍ଡା ଦୁଇ ନମ୍ବର ଧନ୍ଦା କରେ,ନ ହେଲେ ସେ ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ଏତେ ଟଙ୍କା କଉଁଠୁ ଆଣିବ।

ତେବେ ଏହା ର ପ୍ରତି ଉତ୍ତର ରେ ରାଣୀ ପଣ୍ଡା କହିଛନ୍ତି ଯେ କେହି ଦୁଇ ନମ୍ବର ଧନ୍ଦା କରି କଣ ଲୋକ ଙ୍କୁ ସାହାଯ୍ୟ କରେ। ମୁଁ ଗୀତ ଗାଇ, ଅଭିନୟ କରି ପଇସା ଆଣି ଚଳୁଛି ଏବଂ ମ ଖଟଣୀ ପଇସା ରେ ଅନ୍ୟ କୁ ସାହାଯ୍ୟ କରୁଛି । ଦୁଇ ନମ୍ବର ଧନ୍ଦା କରି ନୁହଁ। ମୁଁ ଦୁଇ ନମ୍ବର ଧନ୍ଦା କରି ନିଜେ ଚଳିବି ନା ଅନ୍ୟ କୁ ସାହାଯ୍ୟ କରିବି।

ମୁଁ ଶାଗ ପଖାଳ ଖାଇ ବନ୍ଚିବା ଶିଖିଛି। ଦୟାକରି ଏମିତି ଖରାପ କମେଇ କରନ୍ତୁ ନାହିଁ। ମୋତେ ବହୁତ ଖରାପ ଲାଗୁଛି, କାରଣ ମୁଁ ସେମିତି ଝିଅ ନୁହଁ। ରାଣୀ ପଣ୍ଡା ଗୋଟିଏ ଖୋଲା ବହି ତାକୁ ଭଲ କି ପଢ ତାହା ହେଲେ ରାଣୀ ପଣ୍ଡା କଣ ତାହା ଭଲ ଭାବରେ ବୁଝି ପାରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।