ଯଦି ତୁମେ ଧନ ପାଇବାକୁ ଚାହୁଁଛ, ତେବେ ନିଶ୍ଚିତ ଭାବରେ ଏହି ପ୍ରତିକାର କର, ଏହା ଦାରିଦ୍ର୍ୟକୁ ଦୂର କରିବ, ତୁମେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବ |

0

ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ କେବଳ ଗୋଟିଏ ଫେକ୍ଟର ଉପରେ ଅଧିକ ନିର୍ଭର କରୁଛନ୍ତି ଆଉ ତାହା ହେଉଛି ଟଙ୍କା । ପ୍ରକୃତରେ ବର୍ତ୍ତମାନ ସମାଜରେ ଟଙ୍କା ଓ ଧନସମ୍ପଦ ହେଉଛି ସବୁ କିଛି । ଯଦି ଜଣେ ବ୍ୟକ୍ତି ଙ୍କ ପାଖରେ ଟଙ୍କା ପଇସା ଅଛି ତ ତପାଖରେ ସବୁକିଛି ଅଛି ବୋଲି କହିଲେ କିଛି ଅତୃପ୍ତି ହେବ ନାହିଁ । ଏବଂ ଯାହା ପାଖରେ ଏହି ଅର୍ଥନୈତିକ ଅଭାବ ରହିଛି ତାର ସମାଜରେ କୌଣସି ଅସ୍ତିତ୍ବ ନାହିଁ । ଖାଲି ଏତିକି ନୁହେଁ ବରଂ ଅର୍ଥନୈତିକ ଅଭାଵ କାରଣରୁ ଜଣେ ବ୍ୟକ୍ତି ଙ୍କର ପରିବାର ରେ ମଧ୍ୟ ସବୁବେଳେ ଆସନ୍ତି ଲାଗି ରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏମିତି କିଛି ସହଜ ଉପାୟ ଯାହା ମାଧ୍ୟମରେ ଆପଣ ଖୁବଶୀଘ୍ର ଗରିବ ରୁ ଧନୀ ପାଲଟିଯିବେ ।

ଆମ ପୁରାଣଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ବୋଲି କୁହାଯାଏ । ତେବେ ଆପଣଙ୍କ ର ସମସ୍ତ ଆର୍ଥନୀତିକ ସମସ୍ୟା କୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମେ ମା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରୁବାକୁ ହୋଇଥାଏ । ଆମେ ଆଜି ଆପଣଙ୍କୁ ଜାଣେଇବୁ ଯେ କେଉଁ କେଉଁ ମଧ୍ୟମରେ ଆପଣ ମା ଲକ୍ଷ୍ମୀ ଙ୍କର ଆଶ୍ରିର୍ବାଦ ପାଇପାରିବେ ।

୧.କଦଳୀ ବୃକ୍ଷ କୁ ପୂଜା କରନ୍ତୁ :-
ଆମ ପୁରାଣଶାସ୍ତ୍ର ଅନୁସାରେ ଯଦି ଆପଣ ମା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଛନ୍ତି ତ ପ୍ରତିଦିନ କଦଳୀ ଗଛ କୁ ପୂଜାର୍ଚ୍ଚନା କରନ୍ତୁ । ମନେ ରଖିବେ ଯେ ସେହି ବୃକ୍ଷ କୁ ପୂଜ କରିବା ସମୟରେ କଦଳୀ ଗଛ ମୂଳରେ ଦୀପ ଜଳାନ୍ତୁ ଏବଂ ପାଣି ଦିଅନ୍ତୁ । ଏମିତି ନିୟମିତ ଭାବରେ କରିବା ଫଳରେ ମାତା ଲକ୍ଷ୍ମୀ ଙ୍କ ସହ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କର ସମସ୍ତ ପ୍ରକାରର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ ।

୨.ତୁଳସୀ ଗଛ ମୂଳରେ ସୁଦ୍ଧ ଗାଈ ର କ୍ଷୀର ଦେବା :-
ଯଦି ଆପଣ ଚାହୁଁଛନ୍ତି କି ମା ଲକ୍ଷ୍ମୀ ଙ୍କର କରୁଣା ଆପଣଙ୍କ ପରିବାର ଉପରେ ରହୁ ବୋଲି ତେବେ ଆପଣ ପ୍ରତି ଗୁରୁବାର ଦିନ ତୁଳସୀ ଗଛ କୁ ପୂଜା କରିବା ସମୟରେ ତା ମୂଳରେ ଶୁଦ୍ଧ ଗାଈ ର କ୍ଷୀର ଅର୍ପଣ କରନ୍ତୁ ।ଏପରି ନିୟମିତ କରିବା ଦ୍ଵାରା ମାତା ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କ ଉପରେ ଧନ ର ବର୍ଷା କରିବେ ।

୩.ପ୍ରତିଦିନ ରୁଟି ପ୍ରସ୍ତୁତ କରି ଗାଈ କୁ ଖାଇବାକୁ ଦିଅନ୍ତୁ:-
ମାତା ଲକ୍ଷ୍ମୀ ଠାକୁରାଣୀଙ୍କ କୃପାଦୃଷ୍ଟି ଲାଭ କରିବା ପାଇଁ ଆପଣ ପ୍ରତିଦିନ ରୁଟି ପ୍ରସ୍ତୁତ କରିବା ସମୟରେ ପ୍ରଥମ ରୁଟି ଟି ଗାଈ କୁ ଖାଇବାକୁ ଦିଅନ୍ତୁ । କିନ୍ତୁ ମନେରଖିବେ ଯେ ରୁଟି ଟି ବାସୀ ନୁହେଁ ପୂରା ଫ୍ରେସ ହେବା ଦରକାର । ଏପରି ନିୟମିତ ଭାବରେ କରନ୍ତୁ ତାପରେ ଏହାର ଚମତ୍କାର ଦେଖିବେ ।

୪.ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଆପଣ ଆପଣଙ୍କ ଟ୍ରେଜେରି ରେ କିଛି କଉଡ଼ି ଏବଂ ପୁରୁଣା ଚାନ୍ଦି ପଇସା ରଖନ୍ତୁ । ଏହା ଆପଣଙ୍କର ଆର୍ଥନୀତିକ ସମସ୍ୟା କୁ ସମାଧାନ କରିବା ସହ ଆପଣଙ୍କ ଉପରେ ଧନର ବର୍ଷା ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।