Aajira Anuchinta – ଗାଧେଇବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ମୃତ୍ୟୁ ପିଛା ଛାଡିବ ନାହିଁ

0

,ଭଗବାନ ଆମ ମନୁଷ୍ୟ ଜାତି ସମସ୍ତ ପ୍ରାଣୀ ଙ୍କ ଠାରୁ ଭିନ୍ନ ଏବଂ ସ୍ଵତନ୍ତ୍ର ଭାବରେ ଗଢିଛନ୍ତି । ତେବେ ଏହି ମାଂସ ପେଶୀ ଦ୍ୱାରା ଗଠିତ ଶରୀରରେ ଆମକୁ ସବୁବେଳେ ଯତ୍ନ ନେବାକୁ ହୋଇଥାଏ ଟିକିଏ ଅସାବଧାନତା ଯୋଗୁଁ ଆମ୍ଭେ ବହୁ ସମସ୍ୟା ର ସମୁଖୀନ ମଧ୍ୟ ହୋଇଥାଉ ।ତେବେ ଆପଣ ମାନେ ଦେଖିଥିବେ କି ଆମ ସାମଜ ରେ ଏମିତି ବି କିଛି ଲୋକ ରହିଥାନ୍ତି ଯେଉଁମାନେ କି ପ୍ରତିଦିନ ଗାଧେଇବା କୁ ପସନ୍ଦ କରନ୍ତି ନାହିଁ।

ତେବେ ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁ ରେ ପ୍ରାୟ ଅଧିକାଂଶ ଲୋକ ଶୀତ ଭୟରେ ଗାଧେଇ ନଥାନ୍ତି ବ୍ୟକ୍ତି ର ଗାଧେଇବା ଓ ନଗାଧେଇବା ତାର ଇଚ୍ଛା ଉପରେ ନିର୍ଭର କରିଥାଏ । କିନ୍ତୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କର ଗାଧେଇବା ଉପରେ ମଧ୍ୟ ତାର ସୁଖ ସମୃଦ୍ଧି ର ଜୀବନ ନିର୍ଭର କରିଥାଏ ଏବଂ ଏମିତି ମଧ୍ୟ କୁହାଯାଏ କି ଉଚିତ ସମୟରେ ଏବଂ ଉଚିତ ନିଯମ ରେ ଗାଧେଇବା ଫଳରେ ଜଣେ ବ୍ୟକ୍ତି ତାର ସମ୍ପୂର୍ଣ୍ଣ ଜୀବନ ସୁଖ ଶାନ୍ତି ରେ କଟିଥାଏ ।ତେବେ ଆସନ୍ତୁ ଜାଣିବା ଗାଧେଇବା ବେଳେ କେଉଁ କେଉଁ ନିୟମ ରହିଥାଏ ।

୧.ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ ।କାରଣ ଆମ ଶାସ୍ତ୍ର ଅନୁସାରେ ଏହି ଦିଗ ଟି ଜମ ରାଜା ଙ୍କର ଆଡ଼କୁ ହୋଇଥାଏ। ଆଉ ଦେଖିଥିବେ କି ମରିଯାଇଥିବା ଲୋକ ଙ୍କୁ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରାଯାଇଥାଏ ।ଏବଂ ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ଶୁଭ ହୋଇଥାଏ।

୨.ପ୍ରତିଦିନ ଗାଧେଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏହା ବହୁତ ଶୁଭ ହୋଇଥାଏ ଏବଂ ଆପଣ ଙ୍କର ଦିନ ଟି ବହୁତ ଭଲରେକଟିଥାଏ

୩.ଗାଧେଇ ସାରିବା ପରେ ବାଲ୍ଟି କୁ ଖାଲି କରନ୍ତୁ ନାହିଁ ଏଥିରେ ପାଣି ପୂର୍ଣ୍ଣ କରି ରଖିବା ଉଚିତ ହୋଇଥାଏ।ଖାଲି ବାଲ୍ଟି ରଖିବା ଫଳରେ ଘରେ ଅର୍ଥ ଅଭାବ ଦେଖାଦେଇଥାଏ ।

୪.ଆପଣ ମାନେ ଦେଖିଥିବେ କି ଅନେକ ଲୋକ ଗାଧେଇବା ପରେ ଓଦା ଲୁଗାକୁ ବାର୍ଥରୁମ ରେ ରଖିଥାନ୍ତି ,ମାତ୍ର ଏହା ଭୁଲ ଅଟେ ।ଏହା ଆପଣ ଜୀବନ ପ୍ରତି ବିପଦ ଆଣିଥାଏ ।ତେଣୁ ଓଦା ଲଗା କୁ ଗାଧେଇବା ପରେ ଶୁଖାଇ ଦେବା ଉଚିତ ।

୫.ଗାଧେଇବା ସମୟରେ ଚପଲ ନପିନ୍ଧି ଖାଲି ପାଦରେ ଗାଧେଇବା ଶୁଭ ହୋଇଥାଏ ଏବଂ ଗାଧେଇବା ବେଳେ ପ୍ରଥମ ଜଳ ପାଦ ରେ ପକେଇବା ଭଲ ଅଟେ ।କିନ୍ତୁ ଗାଧେଇ ସାରିବା ପରେ ପାଦରେ ପାଣି ଦେବା ଅଶୁଭ ଅଟେ।

୬.ଗାଧେଇବା ପରେ ଭୁଲ ରେ ବି ନଖ କାଟିବା କିମ୍ବା ଶେଭିଂ କରିବା ଅନୁଚିତ ଅଟେ ।ଏପରି କରିବା ଦ୍ୱାରା ଘରେ ଆର୍ଥିକ ଅଭାବ ଓ ଅଶାନ୍ତି ଦେଖାଦେଇଥାଏ ।

୭.ବିବାହିତ ମହିଳାମାନେ ଗାଧେଇ ସାରି ଖାଲି ପେଟରେ ସିନ୍ଦୂର ଲଗେଇବା ବା ସଜବାଜ ହେବା ଅନୁଚିତ ଅଟେ ।ଏପରି କରିବା ଦ୍ୱାରା ସ୍ୱାମୀ ଙ୍କର ଆୟୁଷ ହାନି ହୋଇଥାଏ ତେଣୁ ସ୍ନାନ ସରିବା ପରେ ପୂଜା କରନ୍ତୁ ଓ ପରେ କିଛି ଖାଦ୍ୟ ଗ୍ରହଣ କରିବା ପରେ ସିନ୍ଦୂର ଲଗାଇ ସଜବାଜ ହୁଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।