ନିଜର ଓଠ ର ରଙ୍ଗ ଗୋଲାପି ଓ ଚିକ୍କଣ କରିବାକୁ ଚାହୁଁଛନ୍ତି କରନ୍ତୁ ଏହି ସରଳ ଘରୋଇ ରିମେଡି ମାତ୍ର ଗୋଟିଏ ସପ୍ତାହ ରେ ଆପଣଙ୍କ ଓଠ ହୋଇଯିବ ଗୋଲାପି

0

ଆମେ ଜାଣିଛୁ ଯେ ସବୁ ଋତୁ ଅପେକ୍ଷା ଶୀତ ଋତୁ ଟି ଆମ ସୁନ୍ଦରତା ପାଇଁ ଏକ ପ୍ରତିବନ୍ଧକ ସଜିଥାଏ ।କାରଣ ଏହି ଋତୁରେ ଆମର ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଇଥାଏ।ଖାସ କରି ଆମର ଓଠ ଯାହାକି ଆମର ସୁନ୍ଦରତା କୁ ପ୍ରତିଫଳିତ କରିଥାଏ ।ଶୀତ ଋତୁରେ ଆମର ପରିବେଶ ଶୁଷ୍କ ଏହା ସହ ମାଟି ର ସନ୍ଧ୍ରତା ହ୍ରାସ ପାଇଥାଏ ଯାହା ଫଳରେ ଆମର ଓଠ ଓ ତ୍ୱଚା ଫାଟିବାକୁ ଆରମ୍ଭ କରିଥାଏ । ଏପରି ହେବା ଦ୍ବାରା ଆମର ସୁନ୍ଦରତା କମିବା ସହ ଓଠ କୁ କଷ୍ଟ ହୋଇଥାଏ ।

ତେବେ ଏହି ଶୀତ ଋତୁରେ ଆମେ ଆମର ଓଠ କୁ ସୁନ୍ଦର ଓ ନରମ କରିବାକୁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାଉ ମାତ୍ର ଏହା ସବୁବେଳେ ଆମ ପାଇଁ ଭଲ ହୋଇନଥାଏ କେବେ କେବେ ଏହାର ବହୁତ ସାଇଡ଼ ଇଫେକ୍ଟ ମଧ୍ୟ ଆମ ଉପରେ ପଡିଥାଏ ।ତେଣୁ ଆମେ ଆଜି ଆପଣ ଙ୍କୁ କେତେକ ଘୋରଇ ଉପଚାର ବିଷୟରେ ଆପଣଂକୁ ଜଣେଇବୁ ଯାହା ବ୍ୟବହାର କରିବା ଦ୍ୱାରା ଆପଣ ଙ୍କର ଓଠ ର ରଙ୍ଗ ବଦଳି ଗୋଲାପି ସହ ଏହା ସୁନ୍ଦର ଓ ନରମ ରଖିଥାଏ ।ତେବେ ଆସନ୍ତୁ ଜାଣିବା ସେହି ରିମେଡି ବିଷୟରେ।

ଆବଶ୍ୟକ ସାମଗ୍ରୀ:-

ଏହି ଘରୋଇ ରିମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ଆପଣ ଙ୍କୁ ନିଜ ଘରେ ଓ ଅତି ସହଜରେ ମିଳିପାରିବ। ତେଣୁ ଏହାକୁ ଆପଣ ଙ୍କୁ ବନେଇବାକୁ ଅଧିକ ସମୟ ବା ଅଧିକ ଟଙ୍କା ର ଆବଶ୍ୟକତା ମଧ୍ୟ ନାହିଁ ।ତେବେ ଏହି ରିମେଡି କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି
୧.ହଳଦୀ ଗୁଣ୍ଡ
୨.ଚିନି
୩.ଆଲବେରା

ପ୍ରସ୍ତୁତ ପ୍ରଣାଳୀ :-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦୁଇ ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ ସେଥିରେ ଦୁଇ ଚାମଚ ଚିନି ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ। ବର୍ତ୍ତମାନ ଆଲବେରା ପତ୍ର କୁ ଆଣନ୍ତୁ ଓ ତାହାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏବେ ଏହାକୁ ୨ ଖଣ୍ଡ କରି କାଟି ଦିଅନ୍ତୁ ଏବଂ ଏହାର ଉପର ଚୋପା କୁ ବାହାର କରି ନିଅନ୍ତୁ ।

 

ଆଲବେରା ପତ୍ର ରେ ଥିବା ଜେଲ ସବୁ କୁ ଚାକୁ ସାହାଯ୍ୟ ରେ ଛୋଟ ଛୋଟ ଆକୃତି ର କାଟି ନିଅନ୍ତୁ ।ଏବେ ସେହି କଟା ଆଲବେରା ଉପରେ ମିକ୍ସ କରି ରଖିଥିବା ହଳଦୀ ଓ ଚିନି କୁ ପକାନ୍ତୁ ଯେପରି ଏହା ଆଲବେରା ର ସମସ୍ତ ଅଂଶ ରେ ଲାଗି ରହିବ ।

ବ୍ୟବହାର କିପରି କରିବେ:-

ଏହି ରିମେଡି ଟି ପ୍ରସ୍ତୁତ କରିବା ପରେ ତାହାକୁ ନିଜ ଓଠ ରେ ଲଗାଇ ପ୍ରାୟ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।ଏହି ପରି ଗୋଟିଏ ସପ୍ତାହ ରେ ୩ ଥର କରନ୍ତୁ। ଏହିପରି ନିୟମିତ ଭାବରେ କରିବା ଦ୍ୱାରା ମାତ୍ର ୨ – ୩ ସପ୍ତାହ ମଧ୍ୟରେ ଆପଣ ଙ୍କ ଓଠ ର ରଙ୍ଗ ଗୋଲାପି ହେବା ସହ , ଚିକ୍କଣ ଓ ନରମ ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।