ଦେଖନ୍ତୁ ଭିଡ଼ିଓ ! ଏମିତି ଏକ ଅଦ୍ଭୁତ ଗାଁ, ଯେଉଁଠାରେ ରିଷ୍ଟ ଖଣ୍ଡନ ପାଇଁ ଶିଶୁ ପୁତ୍ରକୁ ବିବାହ କରାଯାଏ କୁକୁର କନ୍ୟା ସହିତ ବାହାଘର ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0

ଲୋକ ମାନେ ରିଷ୍ଟ ଖଣ୍ଡନ ପାଇଁ ବହୁତ୍ କିଛି କାମ କରନ୍ତି। ତେବେ ଆହୁରି ମଧ୍ୟ ଏମିତି କିଛି କାମ କରନ୍ତି ଯାହା ଅବିଶ୍ବାସ ନୀୟ ଅଟେ। ଆଜି ର ଦୁନିଆ ରେ ମଣିଷ ଯାଇ ବହୁ ଉଚ୍ଚ ସ୍ଥାନ ରେ ଜାଗା ପାଇଲାଣି, ତେବେ ମଣିଷ ଜାତି ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧ ବିଶ୍ୱାସ କୁ ସାଙ୍ଗରେ ନେଇ ଏବେ ଯାଏ ମଧ୍ୟ ଚାଲିଛି ।

ବହୁତ୍ ଲୋକ ରୀଷ୍ଟ ଖଣ୍ଡନ ପାଇଁ କେତେ କଣ ପୂଜା କରନ୍ତି, ଆମେ ଆପଣ ମାନଙ୍କୁ ଏକ ଏହି ବିଷୟରେ ଯାହା କିଛି କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ଆମେ ଜାଣିବାକୁ ପାଇଲୁ ଯେ ଏକ କୁକୁର ଛୁଆ କୁ ନୂଆ ଡ୍ରେସ୍ ପିନ୍ଧାଇ ତାର ବାହାଘର ଚାଲିଛି, ତେବେ ଆପଣ ମାନେ ପୂର୍ବରୁ କେବେ ଏହି ଭଳି କୁକୁର ବାହାଘର ଦେଖି ନ ଥିବେ। ପରମ୍ପରା ନାମ ରେ ଚାଲିଥିଲା ସେଠି ଅମାନବୀୟ ର ଦୃଶ୍ୟ ।

ତେବେ ସେହି କୁକୁର ସହ ଚାଲିଥିଲା ଏକ ଶିଶୁ ର ବାହାଘର,ତେବେ ଏହି ଘଟଣା ଟି ହେଉଛି ମୟୂରଭଞ୍ଜ ର।ତେବେ ଏହି ପରମ୍ପରା ଟି ମୟୂରଭଞ୍ଜ ର ଆଜି ର ନୁହେଁ ,ଏହା ଶହ ଶହ ବର୍ଷ ପୁରୁଣା ଅଟେ। ତେବେ ଏହା ମକର ପର୍ବ ଠାରୁ ଶିବ ରାତ୍ରି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲାରେ ଘୋ ସମ୍ପ୍ରଦାୟ ମାନ ଲୋକ ମାନଙ୍କ ର ଏହା ଏକ ବିଚିତ୍ର ବା ନିଆରା ପରମ୍ପରା। ତେବେ ଶିଶୁ ଜନ୍ମ ହେବା ପରେ ପ୍ରଥମ ଦାନ୍ତ ଯଦି ଉପର ମାଢି ରେ ବାହାରିଲା ତେବେ ସେଠାକାର ଲୋକ ମାନେ ତାହାକୁ ଅଶୁଭ ଭାବନ୍ତି ।

ତେବେ ସେହି ଦାନ୍ତ କୁ କୁକୁର ଦାନ୍ତ ବୋଲି କହି ଥାନ୍ତି, ଏଥି ପାଇଁ କୁକୁର ସହିତ ଶିଶୁ କୁ ବାହାଘର କରି ଥାଆନ୍ତି ସେହି ଘୋ ସମ୍ପ୍ରଦାୟ ର ଲୋକେ । ତେବେ ସେମାନଙ୍କର ଲୋକ ମାନଙ୍କ ମନ ରେ ବିଶ୍ୱାସ ଅଛି ଯେ ଏହି ଦାନ୍ତ ବାହାରିଲେ ଭବିଷ୍ୟତରେ ରେ ଶିଶୁ ପ୍ରତି ବହୁତ୍ ବିପଦ ରହିଛି । ତେବେ ସେମାନଙ୍କ ର ପୂର୍ବ ପୁରୁଷ ବି ଏହି ଭଳି କରୁଥିଲେ ଏବଂ ଏମାନେ ଆଜି ବି ଠିକ୍ ସେହି ଭଳି କରୁଛନ୍ତି ।

ରିଷ୍ଠ ଖଣ୍ଡନ ପାଇଁ ପ୍ରଥମେ ଦୁଇ ଛକ ନିକଟରେ ପୂଜା ଅର୍ଚ୍ଚନା ହୁଏ ଏବଂ ପୂଜାର୍ଚ୍ଚନା ସରିବା ପରେ ପୁତ୍ର ଘର ର ଲୋକ ମାନେ ଝିଅ ଘର ତଥା କୁକୁର ଛୁଆ ରଖିଥିବା ଘର କୁ ଯାନ୍ତି ହାଣ୍ଡିଆ ନେଇ ଏବଂ ସେଠାରେ ପହଞ୍ଚିବା ପରେ କୁକୁର ର ମାଲିକ ବର ଘର ଲୋକ ମାନଙ୍କ ର ପାଦ ଧୋଇ ଚର୍ଚ୍ଚା କରିଥାନ୍ତି । ସେଠାରେ ଉଭୟ ପକ୍ଷ ରେ ଆଲୋଚନା କରି ବାହାଘର ପାଇଁ ସ୍ତିର କରାଯାଏ ସମୟ ।

ବାହାଘର ଠିକ୍ ହେବା ପରେ କନ୍ୟା କୁକୁର କୁ ମାଦଲ ବଜାଇ ପାରମ୍ପରିକ ନୃତ୍ୟ ପରିବେଷଣ କରି ବର ଘରକୁ ଅଣା ଯାଇ ଥାଏ। ବର ଓ କନ୍ୟା କୁ ପାଖରେ ବସାଇ ପାରମ୍ପରିକ ପ୍ରଥା ଅନୁସାରେ ସିନ୍ଦୂର ପିନ୍ଧାଇ ବାହାଘର ବି ହୁଏ । ତେବେ ଏହା ମୟୂରଭଞ୍ଜ ଜିଲ୍ଲାର ସୁକ୍ରୁଳି ବ୍ଲକ ଅନ୍ତର୍ଗତ ନାଉ ପନା ଗାଆଁ ର ତାଡୁ ସାହି ରେ ଚାଲିଥିଲା ଏମିତି ଏକ ବିଚିତ୍ର ବିବାହ । ଏହା ଦେଖି ବା ଶୁଣି ଆପଣ ମାନେ ସତରେ ବହୁତ୍ ଚିନ୍ତା ରେ ପଡିଯିବେ,କାରଣ ଏହା ଭବିଷ୍ୟତ ରେ ଶିଶୁ ପାଇଁ କେଉଁ ଭଳି ପରିସ୍ଥିତି ଆଣିବ ଆମେ ସମସ୍ତେ ଅଜଣା । ତେବେ ଏହି ଭଳି ଅନ୍ଧ ବିଶ୍ୱାସ ର ପରମ୍ପରା କୁ ଆମେ ପ୍ରଶୟ ଦେଉ ନାହୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।