ଏବେ ଏବେ ଆସିଲା ଲୁଚି ରହିଥିବା ଏହି ସତ୍ୟତା ଜାଣନ୍ତୁ ଏହି ଗୁପ୍ତ କଥା ବୈଜ୍ଞାନିକ ମହାକାଶ ରୁ ପୃଥିବୀ କୁ କିପରି ଫେରନ୍ତି ?

0

ମହାକାଶରେ ବୁଲିବାର ସୁଯୋଗ ବା କିଏ ହାତଛଡ଼ା କରିବ, ଯେତେବେଳେ ଲୋକ ଚନ୍ଦ୍ରକୁ ଗଲେଣି , ମଙ୍ଗଳ ଗ୍ରହରେ ଜାଗା କିଣି ରହିବେ ଭାବିଲେଣି ସେଠି ଆପଣଙ୍କ ମନରେ ଏଭଳି ସ୍ବପ୍ନ ଆସିଯାଉଥିବ।ଆପଣ ଅନେକ ସମୟରେ ଭାବୁଥିବେ ମହାକାଶ କୁ ଗଲେ ଆଉ ଫେରି ହେବକି ନାହିଁ।ତେବେ ମହାକାଶକୁ ଯେଉଁ ଯନ୍ତ୍ର ଯାଏ ତାହାକୁ ସ୍ପେସ କ୍ରାଫ୍ଟ କୁହାଯାଏ।ଆପଣ ଜାଣି ରଖନ୍ତୁ କି ରକେଟ୍ ଥରେ ଗଲେ ଆଉ ଭୂପୃଷ୍ଠ କୁ ଫେରି ନଥାଏ,କାରଣ ରକେଟ୍ ଓ ସ୍ପେସ କ୍ରାଫ୍ଟ ଦୁଇଟି ଅଲଗା।ତେବେ ଆସନ୍ତୁ ଜାଣିବା ଏହା ସଂପର୍କରେ

1.ଏଥିରେ କୌଣସି ରୋବର୍ଟ କିମ୍ବା ସାଟେଲାଇଟ କୁ ମହାକାଶ କୁ ପଠା ଯାଇପାରିବ। ସାଟେଲାଇଟ ଓ ରୋବର୍ଟ ମହାକାଶରେ ରହି ନିଜର କାମ କରିଥାନ୍ତି।ଏହାକୁ ଫେରେଇ ଆଣିବାର କୌଣସି ଆବଶ୍ୟକତା ନଥାଏ ତେଣୁ ଏହାକୁ ରକେଟ୍ ନେଇଥାଏ।ଏହି ରକେଟ୍ ର ଚାରିପଟେ ବୁଷ୍ଟର ରକେଟ୍ ଲାଗିଥାଏ ଯାହା ପୃଥିବୀ ଉପରକୁ ନେବାରେ ସାହାଯ୍ୟ କରେ। ଏହା କିଛି ବାଟ ଗଲାପରେ ରକେଟ୍ ଠାରୁ ଅଲଗା ହୋଇଯାଏ। ଶେଷରେ ମହାକାଶ କୁ ଯାଏ ସାଟେଲାଇଟ।

2.ଏଭଳି ରକେଟ୍ ସାହାଯ୍ୟରେ ମନୁଷ୍ୟ ସ୍ପେସ କ୍ରାଫ୍ଟ ସାହାଯ୍ୟରେ ବସି ମହାକାଶ କୁ ଯାଇଥାଏ। ମନୁଷ୍ୟକୁ ମହାକାଶ କୁ ପଠାଇବା ପାଇଁ ଏହି ରକେଟ୍ ବ୍ଯବହାର କରାଯାଇଥାଏ।ଏହି ସ୍ପେସ କ୍ରାଫ୍ଟ ଏରପ୍ଲେନ୍ ଭଳି ହୋଇଥାଏ,ଏହାର ଆଗ ପଟେ ପୁରା କଣ୍ଟ୍ରୋଲ ସିଷ୍ଟମ୍ ରହିଥାଏ।ଏହି ସ୍ପେସ କ୍ରାଫ୍ଟ ରକେଟକୁ ଦୁଇଟି ବୁଷ୍ଟର ରକେଟ୍ ସହାୟକ ହୋଇଥାଏ। ବୁଷ୍ଟର୍ ରକେଟ୍ ସ୍ପେସ କ୍ରାଫ୍ଟ କୁ ପୃଥିବୀ ର ଉପରକୁ ଉଠାଇବାରେ ସାହାଯ୍ୟ କରେ।ଯେମିତି ଏଥିରୁ ଇନ୍ଧନ ସରିଯାଏ ତାହା ସ୍ପେସ କ୍ରାଫ୍ଟ ଠାରୁ ଅଲଗା ହୋଇଯାଏ।

ସ୍ପେସ କ୍ରାଫ୍ଟ କୁ ମହାକାଶରେ ସାହାଯ୍ୟ କରେ ମେନ୍ ଇଞ୍ଜିନ,ଯେମିତି ସ୍ପେସ କ୍ରାଫ୍ଟ ମହାକାଶରେ ପହଞ୍ଚେ ମେନ୍ ଇଞ୍ଜିନ ମଧ୍ୟ ଅଲଗା ହୋଇଯାଏ।ଏହି ସ୍ପେସ କ୍ରାଫ୍ଟ କୁ ପାଇଲଟ ଏରୋପ୍ଲେନ୍ ଭଳି ଚଳାଇ ଥାନ୍ତି, ଏଥିରେ ଆଡଭାନସ୍ ଟେକ୍ନୋଲୋଜି ର ସେଂସର୍ ଓ ଯନ୍ତ୍ର ଲାଗିଥାଏ ଯାହା ସାହାଯ୍ୟରେ ମହାକାଶଚାରୀ ସେଠାରେ ରହି ରିସର୍ଚ୍ଚ କରି ଥାନ୍ତି । ମହାକାଶରେ ରିସର୍ଚ୍ଚ ସରିବା ପରେ ସମୟ ଆସେ ପୃଥିବୀ କୁ ଫେରିଯିବାର।

ସ୍ପେସ କ୍ରାଫ୍ଟ ପୃଥିବୀକୁ ଫେରିବା ପୁର୍ବରୁ ଏହା ପୃଥିବୀର କକ୍ଷ ଚାରିପଟେ ଘୁରିବୁଲେ ଓ ପୃଥିବୀର ବାତାବରଣ ରେ ପ୍ରବେଶ କରିବାରେ ଲାଗେ।ପୃଥିବୀକୁ ଫେରିବା ବାଟରେ ଖୁବ୍ ଜୋର୍ ପବନର ସାମ୍ନା କରିବାକୁ ପଡ଼େ। ଯେମିତି ଏହା ପୃଥିବୀ କୁ ପ୍ରବେଶ କରେ ଏହା ବିମାନ ଭଳି ଉଡ଼ି ଥାଏ ଓ ବିମାନ ଭଳି ଏହାର ଚକା ଖୋଲିଯାଇଥାଏ କିନ୍ତୁ, ଲାଣ୍ଡିଁ ସମୟରେ ଏହା ବିମାନ ଠାରୁ ୪ ଗୁଣ ଅଧିକ ସ୍ପିଡ୍ ଥାଏ। ଏଥିପାଇଁ ଏହା ଲଣ୍ଡିଁ କରିବା ସମୟରେ ଏହା ପଛରେ ଏକ ପାରାଚୁଟ ଥାଏ ଓ ଏହା ଖୋଲିଯାଇଥାଏ ଫଳରେ ଏହାର ସ୍ପିଡ୍ କମିଯାଇଥାଏ।ଏହି ସ୍ପେସ କ୍ରାଫ୍ଟ ରି ଇଉଜ୍ କରାଯାଇଥାଏ ଅର୍ଥାତ୍ ଏହାକୁ ପୁଣି ଥରେ ମହାକାଶକୁ ପଠାଇ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।