ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କୁ, ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଦେଲେ ଦୁଇ ଯୁବକ। ଦୟାକରି କମେଣ୍ଟ କରନ୍ତୁ ଝରାଫୁଲଙ୍କୁ, ହତ୍ୟା କରିଥିବା ପାପୀ ଙ୍କୁ କି ଦଣ୍ଡ ମିଳିବା ଦରକାର…

0

ଆମେ ଅନେକ ଘଟଣା ଶୁଣିବାକୁ ପାଇଛୁ,ଅନେକ ଦୁର୍ଘଟଣା ସମ୍ପର୍କ ରେ ମଧ୍ୟ ଶୁଣିବାକୁ ପାଇଛୁ । ତେବେ ଆଜି କାଲି ଦୁନିଆ ରେ ଆତ୍ମ ହତ୍ୟା, ହତ୍ୟା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ୍ ସାଧାରଣ ହୋଇ ଗଲାଣି। ତେବେ ଆଜି ଆମେ ଆପଣଙ୍କୁ ଏକ ସେମିତି ଘଟଣା ବିଷୟରେ କହିବାକୁ ଯାଉଛୁ। ଯାହା ଶୁଣିଲେ ଆପଣ ମାନଙ୍କ ମନ ରେ ଏକ ଡର ସୃଷ୍ଟି ହୋଇ ଯିବ।ତେବେ ରାସ୍ତା କଡ଼ରୁ ଉଦ୍ଧାର ହେଲା ଛାତ୍ରୀ ଙ୍କ ମୃତ ଦେହ।

ଯାଜପୁର କୁଆ ଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ର ପୁର ପଞ୍ଚାୟତ ମୂଳା ପାଲ୍ ଦିଆଲ୍ ଖଣ୍ଡି ରାସ୍ତା କଡ଼ ରୁ ଯୁବତୀ ଙ୍କ ର ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଦୁଇ ଜଣ ଯୁବକ ସେହି ଯୁବତୀ ଙ୍କୁ ଏକ ସ୍କୁଟି ରେ ନେଉ ଥିବାର କିଛି ଲୋକ ଦେଖିବାକୁ ପାଇ ଥିଲେ । ପରେ ସେହି ରାସ୍ତା କଡ ରେ ଯୁବତୀ ଙ୍କ ମୃତ ଦେହ ଦେଖିବାକୁ ମିଳି ଥିଲା ଏବଂ ଯୁବତୀ ଙ୍କ ମୃତ ଦେହ ପାଖରେ ଏକ ବ୍ୟାଗ୍ ପଡି ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା ।

ତେବେ କୁଆ ଖିଆ ପୋଲିସ୍ ସେହି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ,କିନ୍ତୁ କେମିତି ହେଲା ସେହି ଯୁବତୀ ଙ୍କ ର ମୃତ୍ୟୁ, କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲେ ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ସହ କଣ ଘଟି ଥିଲା । ତେବେ ଏ ସବୁ ନେଇ କିଛି ବି ସୂଚନା ମିଳି ପାରି ନାହିଁ ,ତେବେ ସେ ମୃତ ଯୁବତୀ ଙ୍କ ର ପରିଚୟ ମିଳିଛି। ସେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ତରୁଣ୍ଡି ପଶି ଗ୍ରାମ ର ରମାକାନ୍ତ ନାୟକ ଙ୍କ ଝିଅ ଝରାଫୁଲ୍ ନାୟକ ବୋଲି ଯାହା ବର୍ତ୍ତମାନ ସୂଚନା ମିଳିଛି ।

ତେବେ ସେ ଆର୍ ଡି ଉମେନ୍ସ୍ ବା ରମା ଦେବୀ କଲେଜ୍ ର ଯୁକ୍ତ ତିନି ର ଦ୍ଵିତୀୟ ବର୍ଷ ର ଛାତ୍ରୀ । ତେବେ ଗତ ୨୪ ତାରିଖ ରାତି ରେ ସେ ଏକ ବସ୍ ରେ ଭୁବନେଶ୍ୱର ଯାଇଥିଲେ ଏଠାରେ ତାଙ୍କ ମୃତ ଦେହ କିଏ ପକେଇ ଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସେଥି ଥିବା ଚାଷୀ ମାନେ ବିଲ ରେ ବହୁତ୍ ଜୋର୍ ସେ ପାଟି କରିଥିଲେ ,ସେଠାକୁ ଆସି ଦେଖିଥିଲେ ଯେ ଗୋଟିଏ ମୃତ ଝିଅ କୁ ଦୁଇ ଜଣ ଏକ ସ୍କୁଟି ରେ ଆସି ପକାଇ ଦେଇ ଯାଇଥିଲେ ।

ତେବେ ସେ ଝିଅ ର ବାପା ଙ୍କ କହିବା କଥା ହେଉଛି ସେ ଝିଅ ଟି ତାଙ୍କ ସାର୍ ଙ୍କୁ ଜନ୍ମ ଦିନ ପାଳନ କରିବା ପାଇଁ ଭୁବନେଶ୍ବର ଯାଇଥିଲା ଏବଂ ଏହା ୨୫ ତାରିଖ ରେ ହୋଇଥିଲା ଆଉ ୨୬ ରେ ସେ ବସ୍ ରେ ବସି ଘରକୁ ବାହାରି ଥିଲେ,ହେଲେ ସେ ଆଊ ଘର ପହଞ୍ଚି ନଥିଲେ । ତେବେ ସେ କହିଥିଲେ ଯେ ସେ ତାଙ୍କ ସାଙ୍ଗ ଘରେ ରାତି ରେ ରହିଥିଲେ ଏବଂ ସକାଳେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏହା ଏକ ସନ୍ଦେହ ଜନକ ହତ୍ୟା,ତେବେ ଏହା ର ଖୋଳ ତାଡ଼ କରୁଛି ପୋଲିସ୍, ଆଶା କରୁଛୁ ପ୍ରକୃତ ଅପରାଧୀ ଧରା ପଡିବେ ଏବଂ ତାଙ୍କୁ ଉଚିତ୍ ଦଣ୍ଡ ମଧ୍ୟ ମିଳିବ।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।