ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ଚନ୍ଦନ ଓ ମାହି ଏହିପରି ଭାବରେ ନିଜର ପରିବାର ଲୋକଙ୍କ ସହ ପାଳନ କଲେ ପ୍ରଥମ ବିବାହ ବାର୍ଷିକ……

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପୋଷାକ ପତ୍ର,ପରିବାର , ଫିଲ୍ମ , ଆଲବମ ,ପ୍ରେମ ତଥା ନିଜର ବୈବାହିକ ସମ୍ପର୍କକୁ ନେଇ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ରେ ରହିଥାନ୍ତି। ଆଉ ଯଦି ସେମାନେ ନିଜର ଜୀବନ ସାଥି ତାଙ୍କର ଫିଲ୍ମ ର ଅଭିନେତା ବା ଅଭିନେତ୍ରୀ କୁ ବଚିଛନ୍ତି ତ ତାଙ୍କର ବୈବାହିକ ସମ୍ପର୍କ ସବୁବେଳେ ଚର୍ଚ୍ଚା ର ବିଷୟ ହୋଇଥାଏ।

ତେବେ ଆମ ଓଡିଶା ର କଳାକାର ଜଗତରେ ଏମିତି ଏକ ଦମ୍ପତି ରହିଛନ୍ତି ଯେଉଁ ମାନେ ପ୍ରଥମେ ଏକ ଟିଭି ସିରିଏଲ ମାଧ୍ୟମରେ ପରସ୍ପର କୁ ଭେଟିଥିଲେ ଏବଂ ପରେ ଉଭୟ ପ୍ରେମ ବିବାହ କରିଥିଲେ । ତେବେ ସେହି ପପୁଲାର ଯୋଡ଼ି ଙ୍କ ମଧ୍ୟରେ ଚନ୍ଦନ ଓ ମାହି ଙ୍କର ଯୋଡି ହେଉଛି ଜଣାଶୁଣା ଅଟେ ।ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ।

ତେବେ ଦୁହିଁଙ୍କ ଭାଇରଲ ହେବାର କାରଣ ହେଉଛି ସେମାନଙ୍କ ର ପ୍ରଥମ ବିବାହ ବାର୍ଷିକୀ। ଆଜ୍ଞା ହଁ ଉଭୟ ଚନ୍ଦନ ଓ ମାହି ତାଙ୍କର ପ୍ରଥମ ବିବାହ ବାର୍ଷିକୀ ନିଜର ପରିବାର ଓ ବନ୍ଧୁ ବନ୍ଧାବ ଙ୍କ ସହ ବେଶ ଧୁମ ଧାମ ରେ ପାଳନ କରିଛନ୍ତି ।ଯାହାର ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ , ଉଭୟ ଚନ୍ଦନ ଓ ମାହି ଓଡ଼ିଆ ଟିଭି ସିରିଏଲ ଯୁଗର ବହୁତ ପରିଚିତ ଚେହେରା ଅଟନ୍ତି ।ଉଭୟ ନିଜ ନିଜ ର ଅଭିନୟ ଦ୍ବାରା ଓଡ଼ିଶା ବାସୀ ଙ୍କର ମନ ମୋହିତ କରିପାରୁଛନ୍ତି। ତେବେ ଚନ୍ଦନ ପ୍ରଥମେ ସାର୍ଥକ ଟିଭି ଚେନାଲ ର ତ ଅଗଣା ର ତୁଳସୀ ମୁଁ ସିରିଏଲ ମାଧ୍ୟମରେ ନିଜର ଅଭିନୟ ଆରମ୍ଭ କରିଥିଲେ ମାତ୍ର ପରେ ସେ ତରଙ୍ଗ ଟିଭି ରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ

ଯେଉଁ ଥିରେ ତାଙ୍କ ସହ ଅଭିନୟ କରୁଥିଲେ ମାହି। ତେବେ ଅଭିନୟ କରିବା ସଙ୍ଗେ ସଙ୍ଗେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ ।ଏବଂ ଜାନୁଆରୀ ୨୦୨୦ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ତେବେ ଚଳିତ ବର୍ଷ ସେମାନେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ନିଜ ପରିବାର ଲୋକ ତଥା ନିଜର ଭଉଣୀ ଓ ଭିନେଇ ଏବଂ ତାଙ୍କର ଦୁଇ ଝିଅ ଏବଂ ଚନ୍ଦନ ଙ୍କର ବନ୍ଧୁ ବାନ୍ଧବ ଙ୍କର ସହ ବେଶ ଖୁସି ଓ ମଜା ମସ୍ତି ରେ ନିଜର ପ୍ରଥମ ବିବାହ ବାର୍ଷିକ ପାଳନ କରିଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଏକ ସାନ୍ତାନ ମଧ୍ୟ ହୋଇଛି ।ଯାହାକି ତାଙ୍କର ଖୁସି କୁ ଅଧିକ ରମାଞ୍ଚକ କରିଛନ୍ତି ବୋଲି କହିଛନ୍ତି ଚନ୍ଦନ ଓ ମାହି । ଏହି ଦମ୍ପତି ଙ୍କର କହିବା ଅନୁସାରେ ସେ ତାଙ୍କର ବିବାହ ବାର୍ଷିକ ନିଜର ଭଉଣୀ ଓ ଭିନେଇ ତଥା ପରିବାର ଲୋକଙ୍କ ସହ ପାଳନ କରି ବହୁତ ଆନନ୍ଦ ପାଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।