ଜୀବନ ଯୁଦ୍ଧରେ ନ ହାରି, ସ୍ବାମୀ ଚାଲିଗଲା ପରେ ଶେଷରେ ପରିବାର ପୋଷଣ ପାଇଁ ଅଟୋ ଚଳାଇବା ଆରମ୍ଭ କରିଛନ୍ତି ମହିଳା..ଏହି “ଭଉଣୀ”ଙ୍କ ସେୟାର ନିଶ୍ଚିତ କରନ୍ତୁ…..

0

ଏହି ଦୁନିଆ ଟା ହେଉଛି ମିଛ ସତର ଦୁନିଆ,ଅଭାବ ଅସୁବିଧା ଏଠାରେ ସବୁବେଳ ଲାଗି ରହିଥାଏ। ଯେତେ ଅଭାବ ଅସୁବିଧା ଆସିଲେ ମଧ୍ଯ କିଛି ବ୍ଯକ୍ତି ଅଛନ୍ତି ଯେଉଁମାନେ ଏହା ର ସାମ୍ନା କରି ଆଗକୁ ବଢି ଚାଲନ୍ତି,ହେଲେ ଏମିତି କିଛି ବ୍ଯକ୍ତି ରହିଛନ୍ତି ଯେଉଁ ମାନେ ଅଭାବ ଓ ଅସୁବିଧା ରେ ପଡିଲେ ସେମାନ ଙ୍କ ମନ ଦୁର୍ବଳ ହୋଇଯାଏ। ସେହି ପରିସ୍ଥିତି କୁ ସାମ୍ନା ନ କରି ସେମାନେ ଆଗକୁ ବଢି ପାରନ୍ତି ନାହିଁ।

ଯାହା ପାଇଁ କେହି କେହି ବ୍ଯକ୍ତି ନିଜର ଭାଗ୍ଯ କୁ ନିନ୍ଦିବା ପାଇଁ ପଛାନ୍ତି ନାହିଁ ଏବଂ ଆଉ କେହି କେହି ବ୍ଯକ୍ତି ବ୍ୟବସ୍ଥା ଉପରକୁ ଆଙ୍ଗୁଠି ଉଠାନ୍ତି। ସମାଧାନ ର ବାଟ ଖୋଜି ପାଇବା ସହଜ ହୋଇନଥାଏ,କିନ୍ତୁ ଆଜି ଆମେ ଏମିତି ଜଣେ ମଣିଷ ଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନ କୁ ଆଣିବାକୁ ଚେଷ୍ଟା କରୁଛୁ ।

ଯାହାଙ୍କ ବିଷୟରେ ଜାଣିବା ମାତ୍ରେ ଜଣେ ସଚେତନଶୀଳ ବ୍ଯକ୍ତି ଘଡିଏ ଚିନ୍ତା କରିବା ପାଇଁ ବାଧ୍ଯ ହେବ। ତେବେ ଆଜିର ଏହି ବିଞ୍ୟାନ ଏବଂ ଅଧୁନିକ ସଭ୍ୟତା ର ଯୁଗର ମାତା ପିତା ମାନେ ଝିଅ କୁ ଏକ ଅଭିଶାପ ବୋଲି ଭାବନ୍ତି। ଝିଅ କୁ ଏକ ବୋଝ ବୋଲି ଭାବନ୍ତି। ଯେଉଁଥିପାଇଁ ସେମାନେ କନ୍ଯା ଭୃଣ ହତ୍ଯା ଭଳି ଅସାମାଜିକ କାର୍ଯ୍ୟ କରିବା ପାଇଁ ପଛାଉନାହାନ୍ତି।

ସରକାର ଙ୍କ ତରଫରୁ ଏଥିପାଇଁ ଯେତେ ସଚେତନତା କାର୍ଯ୍ୟ ଆରମ୍ଭ କରାଗଲେ ମଧ୍ଯ କନ୍ଯା ସନ୍ତାନ କୁ ଆଜିବି ଅନେକ ପିତା ମାତା ନିଜ ପାଇଁ ଏକ ଅଭିଶାପ ବୋଲି ମଣୁଛନ୍ତି,ଯାହା ଫଳରେ ଆଜି ଏ ଦେଶ ରେ ଝିଅ ମାନଙ୍କ ସଂଖ୍ଯା କମିବାରେ ଲାଗିଛି। ତେବେ ବର୍ତ୍ତମାନ ସମୟରେ ଜ୍ୟୋତିର୍ମୟୀ ନାମକ ଏକ ବିଧବା ମହିଳା ଏଭଳି କିଛି କାମ କରି ଦେଖେଇଛନ୍ତି ଯାହା ଦ୍ବାରା ଏଭଳି ଖରାପ ଚିନ୍ତା ଧାରା ଥିବା ବାପା ମାଆ ଙ୍କ ଚିନ୍ତା ଧାରା ବଦଳିଯିବ।

ଆଠଗଡ ସହର ର ବାଣିକଣ୍ଠ ନଗର ର ଜ୍ୟୋତିର୍ମୟୀ ଯିଏକି ସମସ୍ତ ମହିଳା ଜାତୀ ପାଇଁ ଏକ ପରିଚୟ ସୃଷ୍ଚି କରିଛନ୍ତି। ୧୦ ମାସ ତଳେ ତାଙ୍କ ସ୍ୱାମୀ କଟକ ରୁ ଅଟୋ ଭଡ଼ା ସାରି ଫେରିବା ପରେ ଏକ ଦୁର୍ଘଟଣା ର ଶିକାର ହୋଇଥିଲେ ଏବଂ ଏହି ଦୁର୍ଘଟଣା ରେ ସେ ପ୍ରାଣ ହରେଇ ଥିଲେ। ଯେହେତୁ ତାଙ୍କ ପରିବାର ରେ ତାଙ୍କ ସ୍ୱାମୀ ଏକାକୀ ରୋଜଗାର କରୁଥିଲେ। ସ୍ବାମୀଙ୍କର ମୃତ୍ୟୁ ପରେ ତାଙ୍କ ଶାଶୂ ଘରେ ଘୋର ଅଭାବ ଅନଟନ ଦେଖାଦେଲା। ତେଣୁ ସେ ନିଜ ଦୁଇ ପୁଅ ଝିଅ କୁ ଧରି ଆଠଗଡ଼ ସ୍ଥିତ ବାପ ଘରକୁ ଚାଲିଆସିଲେ।

ତାଙ୍କର ବାପା କିଛି ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ ସେଥିପାଇଁ ବାପ ଘର ର ପରିସ୍ଥିତି ବି ବହୁତ ଖରାପ ଥିଲା। ପିଲା ମାନଙ୍କ ଭବିଷ୍ଯତ ପାଇଁ ସେ ଏକ ଭଙ୍ଗା ଅଟୋ କୁ ସଜାଡ଼ି ସେ ନିଜେ ଅଟୋ ଚଳାଉଛନ୍ତି। ସେହି ଟଙ୍କା ରେ ପରିବାର ଖର୍ଚ୍ଚ ଚଳୁଛି ଏବଂ ଗାଡି କିସ୍ତି ମଧ୍ଯ ଦେଉଛନ୍ତି। ତେବେ ବର୍ତ୍ତମାନ ସୁଧା ତାଙ୍କୁ ଘର ଟିଏ କିମ୍ବା ବିଧବା ଭତ୍ତା କୈଣସିଟେବି ମିଳିନାହିଁ। ଆଠଗଡ଼ ଜିଲ୍ଲାପାଳ କହିଛନ୍ତି ବହୁ ଶୀଘ୍ର ଜ୍ୟୋତିର୍ମୟୀ ଙ୍କୁ ପ୍ରଶାସନ ତରଫରୁ ସୁବିଧା ସୁଯୋଗ ସବୁ ପ୍ରଦାନ କରାଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।