ଓଲିଉଡ୍ ର ବହୁ ଲୋକପ୍ରିୟ ସିଙ୍ଗର୍ ଓ ନାମୀ ଦାମୀ ଚେହେରା ହେଲେ ନମିତା ଅଗ୍ରୱାଲ।ଆସନ୍ତୁ ଜାଣିବା ନମିତା ଅଗ୍ରୱାଲ ଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ

0

ଆମେ ମାନେ ଆଜି କାଲି ଆମର ଲାଇଫ୍ ରେ ବହୁତ ବିଜି ରହୁଛୁ ନିଜ ନିଜର କାମ କୁ ନେଇ,କାମ କରି କରି ଲୋକ ମାନେ ବିରକ୍ତି ମଧ୍ୟ ହେଉଯାଉଛନ୍ତି। କିନ୍ତୁ ଗୋଟେ ଲୋକ କୁ ସବୁ ଚିନ୍ତା ଏବଂ କଷ୍ଟ ରୁ ରିଲାକ୍ସ ଦେଇଥାଏ ସଙ୍ଗୀତ। ଯିଏ ଯେତେ ବି ଚିନ୍ତା ରେ ଥାଉ କିମ୍ବା କଷ୍ଟ ରେ ଥାଉ ସେ ଏକ ଗୀତ ଶୁଣିଦେଲେ ତା ମନ ନିଶ୍ଚିତ ଭାବେ ଟିକେ ନା ଟିକେ ହାଲ୍କା ହୋଇଯାଇଥାଏ। ଆଉ ଆମ ଓଲିଉଡ୍ ହେଉ କିମ୍ବା ବଲିଉଡ୍ ହେଉ ସେଥିରେ ଏମିତି ଅନେକ ସିଙ୍ଗର୍ ଅଛନ୍ତି,

ଯେଉଁ ମାନଙ୍କ ଗୀତ ଶୁଣି ଲୋକ ମାନେ ବହୁତ ପସନ୍ଦ କରିବା ସହ ଅନେକ ଭଲପାଇବା ଦେଉଛନ୍ତି। ଯେଉଁ ମାନେ ସଙ୍ଗୀତ ପ୍ରେମୀ ସେମାନେ ସିଙ୍ଗର୍ ମାନଙ୍କର ବହୁତ ବଡ ବଡ ଫ୍ୟାନ୍ ମଧ୍ୟ ହେଇଯାଉଛନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଜଣେ ବହୁତ ଲୋକପ୍ରିୟ ସିଙ୍ଗର୍, ଯାହାଙ୍କୁ କି ଆମ ଓଡିଶା ରେ ଲୋକ ମାନେ ଅନେକ ଭଲପାଇବା ଏବଂ ପସନ୍ଦ କରିବା ସହ ସେ ଓଲିଉଡ୍ ରେ ନିଜର ଏକ ସ୍ୱତନ୍ତ୍ର ଯାଗା ତିଆରି କରିଦେଇଛନ୍ତି ତାଙ୍କ ର ରିଏଲ୍ ଲାଇଫ୍ ର ଷ୍ଟାଇଲ୍ ସମ୍ପର୍କରେ କହିବୁ।


ତେବେ ସେହି ବହୁ ଲୋକପ୍ରିୟ ସିଙ୍ଗର୍ ଜଣକ ହେଉଛନ୍ତି ଓଲିଉଡ୍ ର ବହୁ ନାମୀ ଦାମୀ ଚେହେରା ନମିତା ଅଗ୍ରୱାଲ। ନମିତା ଅଗ୍ରୱାଲ ଓଲିଉଡ୍ ରେ ବହୁତ ସାରା ଗୀତ ଗାଇଛନ୍ତି ଏବଂ ଓଡିଶା ବାସୀ ତାଙ୍କ ଗୀତ କୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି। ନମିତା ଙ୍କ ର ଘର ହେଉଛି କଟକ ର ତୁଳସୀ ପୁର। ସେ ୧୯୬୯ ମସିହା ରେ ଜନ୍ମ ଗ୍ରହଣ କରିଥିଲେ, ନମିତା ଅଗ୍ରୱାଲ ଙ୍କ ସ୍ୱାମୀ ମଧ୍ୟ ଓଡିଶାରେ ବହୁତ ଜଣାଶୁଣା ଏବଂ ତାଙ୍କ ନାମ ହେଉଛି ସୀତାରାମ ଅଗ୍ରୱାଲ।ସୀତାରାମ ଅଗ୍ରୱାଲ ଙ୍କ ଘର ହେଉଛି ପୁରୀ ଜିଲ୍ଲାରେ। ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ମ୍ୟୁଜିକ୍, ସିଦ୍ଧାର୍ଥ ଚ୍ୟାନେଲ ଓ 91.9 ଏଫ୍ଏମ୍ ର ପ୍ରତିଷ୍ଠାତା ଅଟନ୍ତି।


ସେମାନଙ୍କ ର ଏକ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ସମ୍ପର୍କରେ ଆପଣ ମାନେ ନିହାତି ଜାଣିଥିବେ ଏବଂ ସିଏ ହେଉଛନ୍ତି ସିଦ୍ଧାର୍ଥ ଅଗ୍ରୱାଲ। ନମିତା ଙ୍କ ର ପିଲା ଟି ଦିନ ରୁ ହିଁ ସଙ୍ଗୀତ ପ୍ରତି ଅନେକ ଆଗ୍ରହ ଥିଲା ଏବଂ ସେ ପିଲା ଦିନ ରୁ ହିଁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଦେଇଥିଲେ। ୧୯୮୬ ମସିହା ରେ ଆକାଶବାଣୀ ରେ ସେ କାର୍ଯ୍ୟ କରୁଥିଲେ। ଏହାପରେ ୧୯୯୨ ମସିହାରେ ନମିତା ଅଗ୍ରୱାଲ ଙ୍କ ର ପ୍ରଥମ ଅଡିଓ କେସେଟ୍ ରିଲିଜ୍ ହୋଇଥିଲା। ଏହାକୁ ଲୋକ ମାନେ ଅନେକ ପସନ୍ଦ କରିବା ସହ ଏହା ସୁପରହିଟ୍ ମଧ୍ୟ ହୋଇଥିଲା। ନମିତା ଅଗ୍ରୱାଲ ଓଡିଆ ଓ ହିନ୍ଦୀ ର ଅନେକ ଭଜନ, ଶ୍ଳୋକ ଓ ଗୀତ ଆଦି ରେ ନିଜର କଣ୍ଠଦାନ କରିଛନ୍ତି। ନମିତା ଅଗ୍ରୱାଲ ଙ୍କୁ ସମସ୍ତେ ନିବେଦିତା ନାମ ରେ ଜାଣିଛନ୍ତି।


ତାଙ୍କ ର ନିଜସ୍ୱ ଏକ ଚ୍ୟାନେଲ ଥିଲା ଯାହାର ନାମ ଥିଲା ସାର୍ଥକ, ଏଥିରେ ସେ ଅନେକ ଆଲ୍ବମ୍ ଏବଂ ଫିଲ୍ମ ମଧ୍ୟ କରିଛନ୍ତି। ଏବେ କିନ୍ତୁ ସେ ନିଜର ସେହି ଚ୍ୟାନେଲ ଟି କୁ ବିକ୍ରି କରି ଦେଇଛନ୍ତି। ତାହାକୁ ବିକ୍ରି କରିଦେବା ପରେ ସେ ଏବେ ଜି ମ୍ୟୁଜିକ୍ କମ୍ପାନୀ ସହ ନିଜର ଅନେକ ଗୀତ ରିଲିଜ୍ କରୁଛନ୍ତି।ଏଥି ସହିତ ତାଙ୍କର ଅନେକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି। ଯାହାକି ଓଡିଶାର ନମ୍ବର ୱାନ୍ ୟୁ ଟ୍ୟୁବ୍ ଚ୍ୟାନେଲ ଭାବରେ ଜଣା ଶୁଣା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।