ପାତାଳ ଭୁବନେଶ୍ୱର ଗୁମ୍ଫା , ଯେଉଁଠାରେ ପୃଥିବୀକୁ ମସ୍ତକରେ ଧାରଣ କରିଛନ୍ତି ଶେଷ ନାଗ ଆପଣଙ୍କର ଭଗବାନଙ୍କ ପ୍ରତି ବିଶ୍ବାସ ଥିଲେ ଗୋଟିଏ ସେୟାର ମିଶ୍ଚୟ କରିବେ

0

ଆମ ଭାରତ କୁ ଦେବତା ମାନଙ୍କର ବାସ ସ୍ଥାନ ବୋଲି କୁହାଯାଏ। ଏହି ମାଟି ରେ ସବୁ ଦେବା ଦେବୀ ନିଜ ନିଜର ଅନେକ ରୂପ ଧାରଣ କରିଛନ୍ତି। ଭାରତ ମାଟି କୁ ଏକ ପବିତ୍ର ମାଟି ବୋଲି କୁହାଯାଏ। ଆମ ଦେଶର ନାମ ମଧ୍ୟ ଭରତ ରାଜା ଙ୍କ ନାମାନୁସାରେ ନାମକରଣ କରାଯାଇଛି। ଆମ ଦେଶର ପ୍ରାୟ ଅନେକ ସ୍ଥାନରେ ଦେବା ଦେବୀ ମାନଙ୍କ ର ଅନେକ ରହସ୍ୟ ରହିଛି,

ଯେଉଁ ସମ୍ପର୍କରେ ହୁଏତ ଆମ ମାନଙ୍କୁ ଜ୍ଞାତ ନଥିବ। ଆମେ ଆଜି ଆପଣ ମାନଙ୍କୁ ସେହିପରି ଏକ ସ୍ଥାନ ସମ୍ପର୍କରେ କହିବୁ,ଯାହାର ନାମ ହେଉଛି ଉତ୍ତରାଖଣ୍ଡ ର ପାତାଳ ଭୁବନେଶ୍ୱର ଗୁମ୍ଫା। ବିଶ୍ୱାସ କରାଯାଏ କି ଏଠାରେ ଶେଷନାଗ ପୃଥିବୀ କୁ ନିଜ ମସ୍ତକ ରେ ଧାରଣ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ସମ୍ପର୍କରେ।

ଉତ୍ତରାଖଣ୍ଡ ରେ ରହିଛି ପାତାଳ ଭୁବନେଶ୍ୱର ଗୁମ୍ଫା।ଏଠାରେ ଅନେକ ପୌରାଣିକ ରହସ୍ୟ ମଧ୍ୟ ଲୁଚି ରହିଛି। ସ୍କନ୍ଦ ପୁରାଣ ରେ ଏହି ଗୁମ୍ଫା ବିଷୟ ରେ ବର୍ଣ୍ଣନା କରାଯାଇଛି। ଏଠାରେ ଏକାଥରେ 4 ଧାମ ର ଦର୍ଶନ ଓ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ କରାଯାଏ। ବିଶ୍ୱାସ କରାଯାଏ ଏଠାରେ ସମ୍ପୂର୍ଣ୍ଣ ଭାବରେ 33 କୋଟି ଦେବା ଦେବୀ ବାସ କରନ୍ତି। ପ୍ରକୃତି ର ଅପରୋପ ସୌନ୍ଦର୍ଯ୍ୟ ମଧ୍ୟ ରେ ଦେବଦାରୁ ଗଛ ର ଜଙ୍ଗଲ ମାନଙ୍କ ମଝିରେ ଏକ ଛୋଟ ମନ୍ଦିର ରହିଛି ଏହାକୁ ମହାପ୍ରଭୁ ଶିବସମ୍ଭୁ ଙ୍କ ସାଧନା ସ୍ଥଳ ବୋଲି କୁହାଯାଏ।

ପୁରାଣରେ ଉଲ୍ଲେଖ ରହିଛି ଏହି ସ୍ଥାନ ପାଣ୍ଡବ ମାନଙ୍କର ଅଜ୍ଞାତ ବାସସ୍ଥଳୀ ମଧ୍ୟ ଥିଲା। ସାମ୍ନା ରୁ ଏହା ଏକ ଛୋଟ ମନ୍ଦିର ବୋଲି ଦେଖାଯାଏ। ପାଖକୁ ଗଲେ ସେହି ଠାରୁ 90 ଫୁଟ୍ ତଳ କୁ ରହିଛି ଅସଲ୍ ରହସ୍ୟ। ଏହା ଗୁମ୍ଫା ରାସ୍ତା ରେ କେବଳ ଜଣେ ହିଁ ଗଳି ଯାଇପାରିବ। ଯାଉ ଯାଉ ପ୍ରଥମେ ନଜର ଆସିବେ ଶେଷନାଗ ଙ୍କର ପ୍ରତୀକ, ଯାହାକୁ ଦେଖିଲେ ଲାଗିବ ଏଠାରେ ଶେଷନାଗ ପୃଥିବୀକୁ ନିଜ ମସ୍ତକ ରେ ଧାରଣ କରିଛନ୍ତି। ଏହିଠାରେ ଆକାଶ ପୃଥିବୀ ଓ ପାତାଳ ସବୁକିଛି ରହିଛି।

ଆଗକୁ ଗଲେ ଦେଖାଯିବ ପାନପତ୍ର ଆକୃତିର ରହିଛି ଏକ ଯଜ୍ଞକୁଣ୍ଡ,ଏଠାରେ ରାଜା ପରୀକ୍ଷିତଙ୍କ ପାଇଁ ସର୍ପ ଯଜ୍ଞ କରାଯାଇଥିଲା। ରାଜା ପରୀକ୍ଷିତ ଅଭିଶାପ ପାଇଥିଲେ ତକ୍ଷତ ନାଗ ଦଂଶନରେ ତାଙ୍କର ମୃତ୍ୟୁ ହେବ ସେଥିପାଇଁ ଏହି ଯଜ୍ଞ କରାଯାଇଥିଲା, କିନ୍ତୁ ଶେଷରେ ତକ୍ଷତ ନାଗଙ୍କ ଦଂଶନ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏଠାରେ ତକ୍ଷତ ନାଗଙ୍କ ର ଚିତ୍ର ମଧ୍ୟ ଦେଖିବାକୁ ମିଳେ,ଏଠାରେ ବାସୁକି ନାଗଙ୍କ ଚିତ୍ର ମଧ୍ୟ ରହିଛି।

ଏଠାରେ ଆହୁରି ଏକ ବିଶ୍ୱାସ ରହିଛି ନିଃସନ୍ତାନ ଦମ୍ପତି ଏହି ଯଜ୍ଞ କୁଣ୍ଡରେ ଚାଉଳ ପୁର୍ଣ୍ଣ କରିଦେଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ। ଏଠାରେ ଇଚ୍ଛାଧାରୀ ନାଗ ମାନେ ମଧ୍ୟ ରହିଛନ୍ତି ଯେଉଁ ମାନଙ୍କ ମାନେ ସ୍ୱତନ୍ତ୍ର ଗୁମ୍ଫା ମଧ୍ୟ ରହିଛି ଏହାର ନାମ ହେଉଛି ଶେଷାବତୀ ଗୁମ୍ଫା। ଲୋକ ମାନେ ଏଠାରେ ଇଚ୍ଛାଧାରୀ ନାଗ ମାନଙ୍କୁ ଦେଖିଥିବା କଥା ଦାବି କରନ୍ତି।

ଏଠାରେ 4 ଯୁଗ ପାଇଁ ମଧ୍ୟ 4ଟି ପଥର ରହିଛି,ସେଥିମଧ୍ୟରୁ ଗୋଟିଏ ପଥର କୁ କଳିଯୁଗ ର ପ୍ରତୀକ ବୋଲି କୁହାଯାଏ। ଏହି ପଥର ଟି ଧିରେ ଧିରେ ଉପର କୁ ଉଠିବାରେ ଲାଗିଛି। ଯେଉଁ ଦିନ ସମ୍ପୂର୍ଣ୍ଣ ଭାବେ ଏହି ପଥର ଟି ଉପର କୁ ଉଠି କାନ୍ଥ ରେ ପିଟି ହେବ ସେହିଦିନ କଳିଯୁଗ ଶେଷ ହେବ ବୋଲି ବିଶ୍ୱାସ କରାଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।