Vastu Tips – ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାବେଳେ କରନ୍ତୁନାହିଁ ଏହିସବୁ ଭୁଲ୍ ନଚେତ୍ ସବୁକିଛି ଅନର୍ଥ ହୋଇଯିବ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ଆପଣ ସୂର୍ଯ୍ୟ ନମସ୍କାର କରିବା ସମୟରେ କଣ କଣ କରିବା ଉଚିତ ଏବଂ କଣ ସବୁ କରିବା ଅନୁଚିତ ବା ହାନିକାରକ ହୋଇଥାଏ ।

ଆମର ପୁରାଣ ଶାସ୍ତ୍ର ଅନୁସାରେ , ପ୍ରତ୍ୟେକ ବ୍ୟକ୍ତି ସବୁଦିନ ଗାଧେଇବା ପରେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଶୁଭ ହୋଇଥାଏ। ଏହି ସମୟରେ ତମ୍ବା ପାତ୍ରରେ ଏବଂ ସୂର୍ଯ୍ୟ ଙ୍କର ମନ୍ତ୍ର କୁ ଜୋପ କରିବା ବହୁତ ଲାଭଦାୟକ ହୋଇଥାଏ ।ଏମିତି ମଧ୍ୟ କୁହାଯାଏ କି ଯେଉଁ ବ୍ୟକ୍ତି ମାନଙ୍କ ର ଦେହ ସବୁବେଳେ ଅସୁସ୍ଥ ରହିଥାଏ ସେମାନେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଆରାଗ୍ୟ ଲାଭ କରିଥାନ୍ତି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଂକୁ ଜଣେଇବୁ ଯେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ସମୟରେ କେଉଁ ସବୁ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ।
୧.ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସବୁବେଳେ ପୁର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରିବା ଆବଶ୍ୟକ ।ଏବଂ ଧ୍ୟାନ ରଖିବେ କି ,ଯେତେବେଳେ ସୂର୍ଯ୍ୟ ପୁର୍ବ ଦିଗରେ ଅବସ୍ଥାନ କରିଥାନ୍ତି ଆପଣ ସେହି ସମୟରେ ଜଳ ଚଡ଼ାନ୍ତୁ ନଚେତ ଏହାର କୌଣସି ମୁଲ୍ୟ ରହିବ ନାହିଁ ।

୨.ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ବେଳେ ଧ୍ୟାନ ରଖନ୍ତୁ ଯେପରି ସୂର୍ଯ୍ୟ ଙ୍କୁ ଚଢ଼ାଉ ଥିବା ଜଳ ଟିକିଏ ବି ଆପଣ ଙ୍କର ପାଦ ଉପରେ ନପଡ଼େ ବୋଲି ।ଏପରି ହେଲେ ସୂର୍ଯ୍ୟଦେବ କ୍ରଧିତ ହୋଇଥାନ୍ତି।

୩. ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ ସମୟରେ ଏହି ମନ୍ତ୍ର ଟୀକୁ ନିଶ୍ଚିତ ଜୋପ କରନ୍ତୁ ।ମନ୍ତ୍ର ଟି ହେଉଛି “ଓଁ ସୂର୍ଯ୍ୟାୟ ନମଃ”।ଏପରି କରିବା ଦ୍ଵାରା ସୂର୍ଯ୍ୟଦେବ ପସନ୍ନ ହୋଇଥାନ୍ତି।

୪.ଭୁଲ ରେ ବି ଗାଧେଇବା ପୂର୍ବରୁ ବା ନଗାଧେଇ ସୂର୍ଯ୍ୟଦେବ ଙ୍କୁ ଜଳ ଚଡ଼ାନ୍ତୁ ନାହିଁ ଏହା ବହୁତ ଭୟଙ୍କର ହୋଇଥାଏ ।ଏପରି କରିବା ଫଳରେ ସୂର୍ଯ୍ୟ ଦେବ ରିଷ୍ଟ ହୋଇଥାନ୍ତି ଏବଂ ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ହୋଇଥାନ୍ତି ।

୫.ସୂର୍ଯ୍ୟ ଦେବଙ୍କୁ ସଦାସର୍ବଦା ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ତାହା ମଧ୍ୟ ବ୍ରହ୍ମ ମୁହୂର୍ତ୍ତରେ ।କାରଣ ଏହି ବ୍ରହ୍ମ ସମୟ ଟି ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ର ସୁବର୍ଣ୍ଣ ସୁଯୋଗ ହୋଇଥାଏ।

୬.ସୂର୍ଯ୍ୟଦେଵ ଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ଅରୁଆ ଚାଉଳ ଏବଂ ଲାଲ ମନ୍ଦାର ଫୁଲ ନିଅନ୍ତୁ ।ଏବଂ ଜଳ ଅର୍ପଣ ସମୟରେ ଜଳ ଧାରା ରେ ସୂର୍ଯ୍ୟଙ୍କୁ ଦେଖିବା ଶୁଭ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।