ଆପଣ ଙ୍କର ଗ୍ୟାସ ଚୁଲା (gas burner) ଟି ବହୁତ ଦିନରୁ କଳା ହୋଇପଡ଼ିଛି , କରନ୍ତୁ ଏହି ଉପାୟ ମାତ୍ର ଦୁଇ ଘଣ୍ଟା ରେ ସଫା ହୋଇ ଚକଚକ କରିବ….

0

ଆମକୁ ସୁସ୍ଥ ରହିବା ପାଇଁ କେବଳ ଭଲ ଖାଦ୍ୟ ଓ ପୋଷକ ର ଆବଶ୍ୟକତା ନାହିଁ ବରଂ ତା ସହ ପରିଷ୍କାର ଓ ପରଚ୍ଛନତା ମଧ୍ୟ ଆବଶ୍ୟକ ହୋଇଥାଏ। ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଘର ଓ ତାର ସମସ୍ତ ଜିନିଷ ପତ୍ର ଖାସ କରି ରୋଷେଇ ଘର ଯେତେ ପରିଷ୍କାର ହୋଇଥାଏ ସେହି ଘର ଉପରେ ମାତା ଲକ୍ଷ୍ମୀ ଙ୍କର ସେତିକି ଅଧିକ କୃପା ଦୃଷ୍ଟି ରହିଥାଏ। କିନ୍ତୁ ଅନ୍ୟ ସବୁ ଜିନିଷ କୁ ସଫା କରି ପରିଷ୍କାର କରିବା ତ ସହଜ ହୋଇଥାଏ ମାତ୍ର ଗ୍ୟାସ ର ଚୁଲା କୁ ସଫା କରି ଚକଚକ କରିବା ବହୁତ କଷ୍ଟ ହୋଇଥାଏ ।ଏମିତି କି କେତେକ ପରିବାର ର ଲୋକେ ଏହାକୁ ସଫା କରନ୍ତି ନାହିଁ ମଧ୍ୟ।

କିନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାକି ଅତ୍ୟନ୍ତ ସରଳ ଓ ସହଜ ଉପାୟ ଅଟେ। ଏବଂ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଆପଣ ନିଜର ବ୍ୟାସ ଚୁଲା କୁ ନୂଆ ଚକଚକ ହେଉଥିବାର ଦେଖିବେ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଆବଶ୍ୟକ ସାମଗ୍ରୀ:-

ଏହି ଘରୋଇ ଉପାୟ ଟି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-
୧.ଗୋଟିଏ ଲେମ୍ବୁ
୨.ଗୋଟିଏ ଇନୋ ପ୍ୟାକେଟ (Eno)
୩.ଗରମ ଜଳ

କିପରି ବ୍ୟବହାର କରିବେ:-

ପ୍ରଥମେ ଗ୍ୟାସ ଚୁଲା ର କଏଲ ଦୁଇ ଟୀକୁ ଆଣି ଏକ ପାତ୍ର ରେ ରଖନ୍ତୁ ।ଏବଂ ସେଥିରେ ଗରମ ପାଣି ଆଡ କରନ୍ତୁ ।ଏପରି ଜଳ ଦିଅନ୍ତୁ ଯେପରି ଦୁଇଟି କଏଲ ସମ୍ପୂର୍ଣ୍ଣ ଭାବରେ ଗରମ ପାଣି ମଧ୍ୟରେ ବୁଡି ଯିବ ।ଏହା ପରେ ସେଥିରେ ଗୋଟିଏ ପ୍ୟାକେଟ ଇନୋ (Eno) ଧୀରେ ଧୀରେ କରି ପକାନ୍ତୁ ,

ଧୀରେ ଧୀରେ କରି ପୁରା ପ୍ୟାକେଟ ଇନୋ ପିକେଇ ସାରିବା ପରେ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ।ତେବେ ଦୁଇ ଘଣ୍ଟା ବେଳକୁ ଆପଣ ଦେଖିବେ କି ଗ୍ୟାସ କଏଲ ଟିର ୯୦ ପ୍ରତିଶତ କଳା ହୋଇଥିବା ଭାଗ ଛାଡ଼ି ଯାଇ ତାର ପ୍ରକୃତ ରଙ୍ଗକୁ ଆସିଯିବ।

ତେବେ ଏହିପରି ଭାବରେ ଦୁଇ ଘଣ୍ଟା ପାଣିରେ ରଖିବା ପରେ ଏହାକୁ ବାହାର କରି ଅନ୍ୟ ଏକ ପାତ୍ରରେ ରଖି ନିଅନ୍ତୁ ।ଏବଂ ଆଉ ଯାହାବି କଳା ରହିଯାଇଛି ତାହାକୁ ବାସନ ଧୋଇବା ପାଇଁ ବ୍ୟବହାର କରୁଥିବା ସାବୁନ ବା ଲିକୁଇଡ଼ ସାହାଯ୍ୟ ରେ ଭଲ ଭାବରେ ମାଞ୍ଜି ନିଅନ୍ତୁ ଏବଂ ତାହାକୁ ଧୋଇ ନିଅନ୍ତୁ।

ଏବେ ଦେଖିବେ କି ଆପଣ ଙ୍କର କଳା ହୋଇଥିବା ତଥା ଅପରିଷ୍କାର ଦେଖା ଯାଉଥିବା ଗ୍ୟାସ ଚୁଲା ବା ଗ୍ୟାସ କଏଲ ଟି ନୂଆ ପରି ଚକ ଚକ ଦେଖାଯିବ। ତେବେ ଜେବେବି ଆପଣ ଙ୍କର ଗ୍ୟାସ ଚୁଲା ଅପରିଷ୍କାର ହେଉଛି ତାହାକୁ ପରିଷ୍କାର କରିବା ପାଇଁ ଚିନ୍ତା ନକରି ଏହି ଉପାୟ ଟି କରନ୍ତୁ। ଏହା କରିବା ଦ୍ଵାରା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏହା ଧଳା ଚକ ଚକ ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।