ଦେଖନ୍ତୁ ଭିଡିଓ – ବାବାଜୀ ବେଶରେ ପ୍ରେମିକା କୁ ଭେଟିବାକୁ ଆସି ପ୍ରେମିକ ହେଲା ହଟହଟା , ଦେଖନ୍ତୁ ଏହି ଭଣ୍ଡ ବାବାଜୀଙ୍କୁ 44 ହଜାର ରୁ ଅଧିକ ଲୋକ ଦେଖି ସାରିଲେନି

0

ପ୍ରେମ ପାଇଁ ଆଜିର ଯବଗୋଷ୍ଠୀ ଅନେକ କିଛି କାର୍ଯ୍ଯ ଏଵଂ ହରକତ କରୁଛନ୍ତି। ପ୍ରେମ କୁ ନେଇ ପ୍ରତିଦିନ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ସେହିପରି ଏକ ଘଟଣା ଆଜି ଯାଜପୁର ଜିଲ୍ଲା ରେ ଦେଖି ବାକୁ ମିଳିଛି। ପ୍ରେମିକା କୁ ଦେଖା କରିବାକୁ ଆସି ଏହି ପ୍ରେମିକ ଜଣକ ହଟହଟା ହେଇଛନ୍ତି।

ଏହି ଖବର ଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏକ ମଜାଦାର ଏବଂ କୌତୁହଳ ସୃଷ୍ଟି କରିଛି। ତେବେ ପ୍ରେମିକ ର ଏପରି ପାଗଳାମି ଥିଲା ଏକଦମ୍ ନିଆରା ଏବଂ ଚଲଚିତ୍ର ର ଦୃଶ୍ୟ ସଦୃଶ। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ଟି କିପରି ଘଟିଥିଲା।

ଏହି ଯୁବକ ଜନକ ହେଲେ +୩ ର ଛାତ୍ର । କଲେଜ ଏବେ କରୋନା ପାଇଁ ବନ୍ଦ ଥିବାରୁ ସେ ନିଜ ପ୍ରେମିକା କୁ ଅନେକ ସମୟ ହେବ ଦେଖା କରି ପାରି ନାହାଁନ୍ତି। ଆଉ ତାଙ୍କର ପ୍ରେମିକା କୁ ଦେଖା କରିବା ପାଇଁ ମନସ୍ଥ କରି ନିଜେ ଆଜି ବିପଦରେ ପଡିଛନ୍ତି। ତେବେ ଯାହା ଆଜିର ଖବକାଗଜମାନଙ୍କରେ ବାହାରିଛି ସେହି ତଥ୍ୟ ଅନୁସାରେ, ଏହି ପ୍ରେମିକ ଜଣକ ନିଜର ପ୍ରେମିକା କୁ ଦେଖା କରିବା ପାଇଁ ବାବାଜୀ ବେଶ ଧରି ଆସିଛନ୍ତି। ଆଉ ଏହି ସମୟରେ ସେ ନିଜେ ଲୋକ ମାନଙ୍କ ହାତରେ ଧରା ପଡିଛନ୍ତି।

ସୂଚନା ଅନୁସାରେ ଏହି ଛାତ୍ର ଜଣକ ବାବାଜୀ ବେଶ ଧରି ପ୍ରେମିକା ଘରକୁ ଯିବା ବାଟରେ କେହି ଜଣେ ବ୍ୟକ୍ତି ତାଙ୍କୁ କେଉଁଠୁ ଆସିଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଆଉ ଏହି ଯୁବକ ଯିଏ କି ବାବାଜୀ ବେଶ ଧରି ଆସିଥିଲେ ସେ ହିମାଳୟ ରୁ ଆସିଛନ୍ତି ବୋଲି ଓଡ଼ିଆରେ ଉତ୍ତର ଦେଇଥିଲେ। ଏହା ପରେ ସେହି ବ୍ୟକ୍ତି ଙ୍କୁ ଟିକେ ସନ୍ଦେହ ଆସିଥିଲା। ସେ ତାଙ୍କୁ ପଚାରିଥିଲେ କି ହିମାଳୟ ରେ ବି କଣ ଓଡ଼ିଆ ଲୋକେ ଅଛନ୍ତି। ଆଉ ଏହାପରେ ଡରରେ ସେହି ଯୁବକ ଜନକ ସେହି ସ୍ଥାନ ରୁ ଜୋର୍ ରେ ଚାଲିବାକୁ ଲାଗିଲେ।

ଏହି ପ୍ରେମିକ ଜନକ ଯିଏ ବାବାଜୀ ବେଶ ଧାରଣ କରିଥିଲେ ସେ ଦେଖିବାକୁ ଟିକେ କମ୍ ବୟସ ର ଥିଲେ। ମାତ୍ର ତାଙ୍କର ଦାଢ଼ି ଅନେକ ଲମ୍ବା ଥିବାରୁ ଏହି ବ୍ୟକ୍ତି ଙ୍କୁ ତାଙ୍କର କାର୍ଯ୍ଯ କଲାପ ଉପରେ ସନ୍ଦେହ ଲାଗିଥିଲା। ଆଉ ସେ ବାଧ୍ୟ ହୋଇ ତାଙ୍କର ହାତ ଧରି ପଚରା ଉଚରା କରିଥିଲା। ଆଉ ଗ୍ରାମ ଲୋକେ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କୁ ମାଡ ମାରି ଭିଡ଼ିଓ କରିଥିଲେ। ଆଉ ଯାଜପୁର ପୋଲିସ୍ ଘଟଣା ସ୍ଥଳରେ ଆସି ତାଙ୍କୁ ଥାନା କୁ ନେଇ ପଚରା ଉଚରା କରିବା ପରେ ସତ କଥା ସାମ୍ନା କୁ ଆସିଥିଲା। ନିଜ ପ୍ରେମିକା କୁ ଭେଟିବା ପାଇଁ ବାବାଜୀ ବେଶ ଧାରଣ କରିଥିଲା। ଆଉ ଏଥିପାଇଁ ମଧ୍ୟ ଅନେକ ହଇରାଣ ହରକତ ହେବାକୁ ପଡିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।