ଜାଣନ୍ତୁ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ବିଷୟରେ କିଛି ଅଜଣା କଥା ଯାହା ଏବେ ଯାଏଁ କେହି ବି ଜାଣି ନାହାଁନ୍ତି

0

ସମସ୍ତ ଦର୍ଶକ ମାନେ ଭଲ ଭାବରେ ଜାଣିଥିବେ ଓଲିଉଡ ଜଗତ ବିଷୟରେ । ଓଲିଉଡ଼ ଜଗତରେ ସେମିତି ବହୁତ୍ ପ୍ରସିଦ୍ଧ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଆମେ ଜାଣିଚୁ ।ବେଶୀ କରି ସମସ୍ତଙ୍କୁ ସବୁ ଷ୍ଟାର ମାନଙ୍କ ବିଷୟରେ ଜାଣିବାର ବହୁତ୍ ଶୌକ ଥିବ। ଜଣେ ପ୍ରସିଦ୍ଧ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ସେମାନଙ୍କ ପଛରେ ବହୁତ୍ ସୁନ୍ଦର ଜୀବନ କାହାଣୀ ଲୁଚିକି ରହିଥାଏ ।

ସେହିପରି ଭାବରେ ଆମେ ଆଜି ଗୋଟେ ପ୍ରସିଦ୍ଧ କଥା ଚିତ୍ର ଅଭିନେତ୍ରୀ ଙ୍କ ଜୀବନ କାହାଣୀ ବିଷୟରେ ଜାଣିବା ।ତାଙ୍କ ପସନ୍ଦ, ନା ପସନ୍ଦ ,ବାୟୋଗ୍ରାଫି,ବାପା ,ମା ,ଘର ,ସ୍ବାମୀ ,ପିଲା, ପଢା ଏସବୁ ବିଷୟରେ ଜାଣିବୁ ।। ଆଜିକାର ସେହି ଚର୍ଚ୍ଚିତ ଓ ସମସ୍ତଙ୍କର ପ୍ରିୟ ଓଡ଼ିଆ କଥା ଚିତ୍ର ଅଭିନେତ୍ରୀ ହେଉଛନ୍ତି ପ୍ରିୟା ଚୌଧୁରୀ ।ତାଙ୍କର ପୁରା ନାମ ପ୍ରିୟଦର୍ଶିନୀ ଚୌଧୁରୀ , ୨୫ ନଭେମ୍ବର ୧୯୮୮ ମସିହା ରେ ଭୁବନେଶ୍ୱର ଠାରେ ପ୍ରିୟା ଙ୍କ ଜନ୍ମ ।ସେ ଜଣେ ହିନ୍ଦୁ ନାରୀ ,ତାଙ୍କ ମାତା ଙ୍କ ନାମ ଗୀତାଞ୍ଜଳି ଚୌଧୁରୀ ଓ ତାଙ୍କ ପିତା ଙ୍କ ନାମ ପ୍ରତାପ ଚୌଧୁରୀ ସେ ଜାଣେ ସରକାରୀ ଚାକିରିଆ ।

ଏମିତିରେ ପ୍ରିୟଙ୍କା ଉଚ୍ଚତା ହେଇଚି ୫ଫୁଟ୍ ୬ଇଞ୍ଚ ,ତାଙ୍କ ଓଜନ ୬୦ କେଜି । ପ୍ରଫେସନ ରେ ସେ ଜଣେ ଅଭିନେତ୍ରୀ ସହ ମଡେଲ ମଧ୍ୟ,ଏବେ ୨୦୨୧ ସୁଦ୍ଧା ତାଙ୍କ ବୟସ ୩୧ ପହଞ୍ଚିଛି ।ପ୍ରିୟା ଚୌଧୁରୀଙ୍କର ଖାଇବା , ଫ୍ୟାସନ ଡିଜାଇନ କରିବା ଓ ଟ୍ରାଭେଲିଂ ଚଏସ ର କାମ ।ପ୍ରିୟା ଉତ୍କଳ ବିଶ୍ଵ ବିଦ୍ୟାଳୟ ରେ ତାଙ୍କର +୩ ପଢା ଶେଷ କରିଥିଲେ ।ତାଙ୍କର ପ୍ରିୟ ଖାଦ୍ୟ ଥିଲା ନିରାମିଷ। ସେ କୁର୍ତ୍ତା ଆଉ ପାଇ ଜାମା ପିନ୍ଧିବାକୁ ବହୁତ୍ ପସନ୍ଦ କରନ୍ତି ।ପ୍ରିୟା ଙ୍କର ଗୋଟିଏ ବଡ଼ ସ୍ବପ୍ନ ପ୍ଲେ ସ୍କୁଲ ଟିଏ ଖୋଲିବେ,ସେ ମଧ୍ୟ ଏନଡ ଟିଭି ର ନ୍ୟୁଜ ପଢନ୍ତି।

ଏବେ ଆମେ ତାଙ୍କର ଫିଲ୍ମ ବିଷୟରେ ଜାଣିବା ।ସେ ୨୦୦୮ ମସିହା ରେ ପ୍ରଥମେ ଓଡ଼ିଆ ଅଭିନୟ ଜଗତରେ ପାଦ ଥାପିଥିଲେ ।ସେହି ଦିନ ଠାରୁ ତାଙ୍କର ସେହି ଅଭିନୟ ର ଗାଡ଼ି ଗଡି ଚାଲିଛି ।ସେ ପ୍ରଥମେ “ଡ୍ରିମ୍ ଗାର୍ଲ୍” ଫିଲ୍ମ କରି ସମସ୍ତଙ୍କ ଚର୍ଚ୍ଚାର ବିଷୟ କୁ ଆସିଥିଲେ ।ଏହି ଚଳଚ୍ଚିତ୍ରରେ ତାଙ୍କ ଓପର ପକ୍ଷର ଅଭିନେତା ଥିଲେ ସବ୍ୟସାଚୀ,ଅଭିନୟ କରିବା ଆଜି ସେ ବହୁତ୍ ସ୍ଥାନରେ ଉପସ୍ଥାପିକା ମଧ୍ୟ ହେଇଥିଲେ।

ସେଗୁଡିକ ହେଉଛି “ସଙ୍ଗୀତ ସୁରଭି “,”ମିତଟିଏ ଗୀତଟିଏ”,”ଆପଣଙ୍କ ପସନ୍ଦ “,”ହିପ ହିପ୍ ହୁରେ ” ଏବଂ “ପଲିଟିକାଲ ସର୍କସ ” ଆଦି ବହୁତ୍ କିଛି କରିଛନ୍ତି।ସେମିତି ତାଙ୍କର ୨୦୦୯ ମସିହାରେ “ଅଭିମନ୍ୟୁ” ଫିଲ୍ମ ଆଉ ୨୦୧୪ ମସିହା ରେ “ତୋ ବାଟ ଚାହିଁଛି ରାତି ସାରା ” ଫିଲ୍ମ ପ୍ରସିଦ୍ଧ ଲାଭ କରିଛି ।

ସେ ଆହୁରି ମଧ୍ୟ ବହୁତ୍ ଅଭିନୀତ ଫିଲ୍ମ “ରୁମକୁ ଝୁମାନ , ଦସ୍ତି ,ତୋ ପାଇଁ ମୁଁ ,ଚାନ୍ଦିନୀ ଆଇ ମିସ୍ ୟୁ , ହିରୋ, ତୋ ପାଇଁ ମୁଁ ,ଆ ଲୋ ମୋର କଣ୍ଢେଇ , ଏମିତି ବହୁତ୍ କିଛି ଲୋକ ମାନଙ୍କ ଆକୃଷ୍ଟ କରିଛି । ଏବେ ମଧ୍ୟ ପ୍ରିୟା ଚୌଧୁରୀ ଙ୍କର ବିବାହ ସରିଛି ।ସେ ହାଇଦ୍ରାବାଦ ର ସଫ୍ଟୱେର୍ ଡେଭଲପର ଙ୍କୁ ବିବାହ କରିଛନ୍ତି ।ଏବେ ତାଙ୍କର ଗୋଟିଏ ସୁନ୍ଦର ପୁଅ ସନ୍ତାନ ଟିଏ ମଧ୍ୟ ଜନ୍ମ ହୋଇସାରିଛି ,ଆଜି ଆମେ ପ୍ରିୟା ଙ୍କ ବିଷୟରେ ବହୁତ୍ କିଛି ଜାଣିବା ପାଇଁ ପାଇଲୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।