ହେ ଭଗବାନ ! ସ୍ତ୍ରୀକୁ ଦେଢ ବର୍ଷ ଧରି ଶୌଚାଳୟରେ ବନ୍ଦ କରି ରଖିଥଲା ସ୍ବାମୀ , ରଖିବା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ …ଏମିତି ସ୍ବାମୀ କୁ କିଭଳି ଦଣ୍ଡ ଦେବା ଦରକାର

0

ଆଜିର ଶିକ୍ଷିତ ସମାଜ ଯେତେ ସଭ୍ୟତା ଆଡକୁ ଗତି କରୁଛି ଲୋକ ମାନଙ୍କ ର ମାନସିକତା ରେ ମଧ୍ଯ ସେତେ ପରିବର୍ତ୍ତନ ଦେଖା ଦେଉଛି। ଆଜିକାଲି ର ଦୁନିଆ ରେ ମଣିଷ ପାଖ ରେ ମଣିଷ ପଣିଆ ର ଘୋର ଅଭାବ ଦେଖା ଦେଉଛି,ଯାହା ଦ୍ବାରା ମନୁଷ୍ଯ ଅନିତି ଏବଂ ଅତ୍ୟାଚାର ଭଳି ଘୋର ଅନ୍ୟାୟ ର ସବୁ ଚରମ ସୀମା କୁ ଉଲଙ୍ଘନ କରୁଛି। ତେବେ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରେ ସମାଜ ର ଏମିତି ଘଟଣା ଗୁଡିକ ବିଷୟ ରେ ଦେଖିବା ପାଇଁ ପାଉଥିବେ।

ଏମିତି କିଛି ଘଟଣା ଆପଣ ମାନେ ଶୁଣିବା କୁ ପାଉଥିବେ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରି ଦେଇଥିବ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ।

ହରିୟାଣା ର ପାନିପାଟ ଜିଲ୍ଲା ର ଷିଷପୁର ଗ୍ରାମ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଯେଉଁଠି ଜଣେ ବ୍ଯକ୍ତି ନିଜର ସ୍ତ୍ରୀ କୁ ଶୌଚାଳୟ ମଧ୍ଯ ରେ ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହେବା କୁ ଲାଗିଛି। ସେହି ବିବାହିତା ମହିଳା ଜଣଙ୍କ ର ବୟସ ହେଉଛି ୩୫ ବର୍ଷ ଏବଂ ସେ ୩ ଟି ସନ୍ତାନ ର ମାଆ ମଧ୍ଯ। ମହିଳା ଜଣଙ୍କୁ ଜିଲ୍ଲା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ର ଅଧିକାରୀ ଏକ ଟିମ୍ ଗଠନ କରି ବୁଧବାର ଦିନ ଦୁର୍ଗନ୍ଧ ଯୁକ୍ତ ଏକ ଛୋଟ ଶୌଚାଳୟ ମଧ୍ଯ ରୁ ଉଦ୍ଧାର କରିଥିଲେ। ଏହା ପରେ ପୀଡିତା ଜଣ ଙ୍କୁ ସିଭିଲ୍ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ ତାଙ୍କୁ ତାଙ୍କର ଘର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ସୂଚନା ମିଳିଛି।

ତେବେ ସୂଚନା ମୁତାବକ ସେହି ମହିଳା ଜଣ କ ୧୫ ବର୍ଷ ତଳେ ନରେଶ କୁମାର ନାମକ ଜଣେ ଯୁବକ ଙ୍କୁ ବିବାହ କରିଥିଲେ ଏବଂ ସେ ତିନୋଟି ସନ୍ତାନ ର ମାଆ ହୋଇଥିଲେ। ତାଙ୍କର ଗୋଟିଏ ୧୫ ବର୍ଷ ର ଝିଅ ଏବଂ ୨ ପୁଅ ମଧ୍ଯ ଅଛନ୍ତି। ସେହି ମହିଳା ଜଣ କୁ ଦୀର୍ଘ ଦେଢ ବର୍ଷ ଧରି ଅମାନୁଷିକ ଭାବରେ ବନ୍ଦୀ କରାଯାଇଥିଲା। ତାଙ୍କୁ ଉପଯୁକ୍ତ ଭାବରେ ଖାଦ୍ୟ ପାନୀୟ ଦିଆ ଯାଉନଥିଲା ଏବଂ ସେ ଚାଲିବା ପାଇଁ ମଧ୍ଯ ସକ୍ଷମ ନଥିଲେ। ପୀଡିତା ଙ୍କୁ ଯେତେବେଳେ ରୁଟି ଖାଇବା ପାଇଁ ଦିଆଯାଇଥିଲା ସେତେବେଳେ ସେ ୮ ପଟ ରୁଟି ଖାଇ ଦେଇଥିଲେ। ନରେଶ କୁମାର ଙ୍କୁ ଯେତେବେଳେ ପଚରା ଉଚରା କରାଯାଇଥିଲା

ସେତେବେଳେ ସେ କହିଥିଲେ ତାଙ୍କ ସ୍ତ୍ରୀ ମାନସିକ ରୋଗରେ ପୀଡିତ ଥିଲେ। ଏଥିପାଇଁ ତାଙ୍କୁ ଏକୋଟିଆ ରଖା ଯାଉଥିଲା କିନ୍ତୁ ଯେତେବେଳେ ମହିଳା ଜଣଙ୍କୁ ପଚରା ଗଲା ସେତେବେଳେ ପରିବାର ର ସମସ୍ତଙ୍କୁ ଚିହ୍ନି ସମସ୍ତ ପ୍ରଶ୍ନ ଉତ୍ତର ପ୍ରାଞ୍ଜଳ ଭାବରେ ଦେଇଥିଲେ। ଏହାପରେ ନରେଶ ନିଜ ସ୍ତ୍ରୀ ର ମାନସିକ ରୋଗର କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ସେ ନିଜ ସ୍ତ୍ରୀ କୁ ଖାଇବା କୁ ଦେଉନଥିଲେ ବୋଲି ସ୍ୱୀକାର କରିଛନ୍ତି। ଆଇପିଏସ୍ ଧାରା ୪୯୮ ଏ ଏବଂ ୩୪୨ ଅନୁଯାୟୀ ତାଙ୍କର ନାମ ରେ ଏକ ମାମଲା ରୁଜୁ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।