ଘଟଗାଁ ତାରିଣୀ ମାଙ୍କ ଜାଣନ୍ତୁ ଅଲୌକକତାର କାହାଣୀ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ…..

0

ମା ଘଟଗାଁ ପୀଠର ଅନେକ ରହସ୍ୟ ରହିଛି। ଏହି ମାଁ ଘଟଗାଁ ତାରିଣୀ ଙ୍କ ମହିମା ବଖାଣିବା ଏତେ ସହଜ ନୁହେଁ। କାରଣ ସାଧାରଣ ଲୋକ ଜଣେ ତାଙ୍କର ମହିମା ବୁଝିବା କଷ୍ଟ କର ଅଟେ। ଏହି ମାଆ ତାରିଣୀ ଅନେକ ସମୟରୁ ଏହି ପୀଠ ରେ ପୂଜା ପାଇ ଆସୁଛନ୍ତି। ତାଙ୍କର ପୂଜା ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ସ୍ଥାନକୁ ଆସି ପୂଜା ଅର୍ଚ୍ଚନା କରନ୍ତି। ପ୍ରତିଦିନ ଏହି ପୀଠ କୁ ହଜାର ହଜାର ନଡ଼ିଆ ଭକ୍ତ ମାନେ ଓଡ଼ିଶାର କୋଣ ଅନୁକୋଣ ରୁ ନିଜର ମାନସିକ ପୂରଣ ପାଇଁଁ ପଠାଇ ଥାନ୍ତି। କେନ୍ଦୁଝର ଜିଲ୍ଲାରେ ଏହି ତାରିଣୀ ପୀଠ ରହିଛି। ଯାହା ପରଯ୍ୟଟନସ୍ଥଳୀ ଭାବରେ ମଧ୍ୟ ଅନେକ ଆଦୃତ ଅଟେ।

ଏହି ଘଟଗାଁ ତାରିଣୀ ଙ୍କ ମହିମା ଅନେକ ରହିଛି। ଯାହା ସାଧାରଣ ଭାବରେ ବର୍ଣ୍ଣନା କରିହେବ ନାହିଁ। କାରଣ ମାଆ ତାରିଣୀ ସମସ୍ତଙ୍କୁ କେବେ ଖାଲି ହାତରେ ଏହି ସ୍ଥାନରୁ ବିଦା କରି ନାହାଁନ୍ତି। ଯିଏ ଯେଉଁ ମାନସିକ ରଖି ଗୋଟିଏ ନଡିଆ ତାଙ୍କ ପୀଠ କୁ ପଠାଇଛି ତାର ସବୁ ମାନସିକ ପୂରଣ ହୋଇଛି। କିଏ ରୋଗ ନିବାରଣ ପାଇଁ ତ ଆଉ କିଏ ସନ୍ତାନ ପ୍ରାପ୍ତି ପାଇଁ ଯିଏ ଯେଉଁ ମାନସିକ ରଖି ଏହି ମାଙ୍କ ପୀଠ ଆସିଛି ତାହା ଆପେ ଆପେ ପୂରଣ ହୋଇଛି।

ତେବେ ମାଆ ତାରିଣୀ ଙ୍କ ଆବିର୍ଭାବ ପଛରେ ଏକ ଲୋକ କଥା ଅଛି ଯାହା ତାଙ୍କ ମହିମା ବର୍ଣ୍ଣିତ ଶାସ୍ତ୍ର ରେ ଲେଖା ଅଛି। ଗୋବିନ୍ଦ ଭଞ୍ଜ ରାଜା ଥିବା ସମୟରେ ସେ ଏକ ସ୍ୱପ୍ନାଦେଶ ପାଇଲେ। ଏହି ସ୍ୱପ୍ନାଦେଶ ଅନୁସାରେ ପୁରୀ ରେ ମା ତାରିଣୀ ଅଛନ୍ତି। ସେ ତାଙ୍କ ସହିତ କେନ୍ଦୁଝର ଆସିବାକୁ ଇଛା ପ୍ରକୋଟ କରିଛନ୍ତି। ମାତ୍ର ଯେତେେ ବେଳେ ଗୋବିନ୍ଦ ଚନ୍ଦ୍ର ନିଜେ ଜାଇ ପୁରୀ ପହଞ୍ଚନ୍ତି ଦେଖନ୍ତି ମାଆ ପାତାଳୀ ଅଛନ୍ତି। ଆଉ ପୁରୀରେ ସେତେବଳକୁ ଗଜପତି ମହାରଜାଙ୍କର ଶାସନ ଚାଲିଥାଏ। ମାଆ ଙ୍କୁ ଆଣିବାକୁ ହେଲେ ତାଙ୍କର ଆଦେଶ ମଧ୍ୟ ଆଣିବାକୁ ହେବ।

ତେଣୁ ମାଆ ନିଜେ ଗଜପତି ଙ୍କୁ ସ୍ଵପ୍ନ ଦେଇ ଗୋବିନ୍ଦ ଙ୍କ ସହ ଯିବା ପାଇଁ ଅନୁମତି ଦେଲେ। ଆଉ ମାଆ ଗୋବିନ୍ଦ ଙ୍କ ସହିତ ସିଧସଳଖ କେନ୍ଦୁଝର ଚାଲିଲେ। ଆନନ୍ଦପୁର ଅତିକ୍ରମ କରିବା କ୍ଷଣି ମାଆ ନିଜ ର ଲୀଳା ରଚିଲେ। ରାଜାଙ୍କ ଘୋଡ଼ା ଆଉ ଆଗେଇଲା ନାହି। ସେ ପଛକୁ ବୁଲି ଦେଖିବା କ୍ଷଣି ମାଆ ସେହି ସ୍ଥାନରେ ଜଙ୍ଗଲ ଭିତରେ ପାତାଳୀ ହୋଇଥିଲେ। ଆଉ ସେବେ ଠାରୁ ତାଙ୍କୁ ସେହି ସ୍ଥାନରେ ପୂଜା କରି ଆସୁଛନ୍ତି ଲୋକ ମାନେ। ପ୍ରତି ବର୍ଷ ତାଙ୍କ ପୀଠ ରେ ଆଷାଢ ମାସରେ ଏକ ପର୍ବ ପାଳନ ହୁଏ। ଆଉ ଅନେକ ଭକ୍ତ ନିଜ ମାନସିକ ନେଇ ଆସନ୍ତି ଏହି ସ୍ଥାନକୁ ପୂଜା କରିବାକୁ। ଆଉ ନିଜେ ଆତ୍ମତୃପ୍ତି ହୋଇ ଘରକୁ ଫେରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।