ଦେଖନ୍ତୁ ଭିଡ଼ିଓ – ରାତି ରାଜଧାନୀ ତାତି । ରାଜଧାନୀ ଭୁବନେଶ୍ୱର ରେ ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ…

0

ଆମ ସମାଜ ଯେତେ ମାତ୍ରା ରେ ଉନ୍ନତି କରିବାରେ ଲାଗିଛି, ଲୋକ ମାନେ ଦିନ କୁ ଦିନ ସେତେ ମାତ୍ରା ରେ କଳୁଷିତ ହେବାରେ ଲାଗିଛନ୍ତି। ଚୋରୀ, ବଦମାସି, ଗୁଣ୍ଡାଗିରି ର ସୀମା ଦିନ କୁ ଦିନ ବଢିବାରେ ଲାଗିଛି। ଏମିତି ଏକ ଗୁଣ୍ଡା ଗିରି ଆଜି ଦେଖିବା ପାଇଁ ମିଳିଛି ରାଜଧାନୀ ରେ। ସନ୍ଧ୍ଯା ୬ ଟା ବେଳେ ଦେଖିବା ପାଇଁ ମିଳିଛି ରାଜଧାନୀ ରାସ୍ତା ରେ ଖୁଲମଖୁଲା ଗୁଣ୍ଡା ଗିରି, ଯାହାକୁ ନେଇ ରାଜଧାନୀ ରେ ସ୍ଋଷ୍ଚି ହୋଇଛି ହାଇଡ୍ରାମା।

ଦେଖିବା ପାଇଁ ମିଳିଛି ଯେ ଜଣେ ଯୁବକ ନିଶାସକ୍ତ ଅବସ୍ଥା ରେ ଅନ୍ୟ ଜଣେ ଲୋକ ଙ୍କୁ ମରଣାନ୍ତକ ମାଡ ମାରି ଲହୁଲୁହାଣ କରି ପକେଇଛି। ପରେ ଯୁବକ ଜଣଙ୍କୁ ପୋଲିସ ନିଜ ଅକ୍ତିଆର କୁ ଆଣିଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି କଣ?କଣ ରହିଛି ଏହା ପଛ ର ସତ୍ଯତା?

ରାଜଧାନୀ ଭୁବନେଶ୍ୱର ର ରାଜରାସ୍ତାରେ ରେ ଦେଖିବା ପାଇଁ ମିଳିଛି ଖୁଲମଖୁଲା ଗୁଣ୍ଡା ଗିରି। ଗତ ସନ୍ଧ୍ଯା ରେ ଜଣେ ଯୁବକ ଭୁବନେଶ୍ୱର ର ପଟିଆ ଚନ୍ଦ୍ରଶେଖରପୁର ରୋଡ୍ ରେ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଗୁଣ୍ଡା ଗିରି କରୁଥିବା ର ଦେଖିବା ପାଇଁ ମିଳିଛି। ନିଶାସକ୍ତ ହୋଇ ଜଣେ ବ୍ଯକ୍ତି ଅନ୍ୟ ଜଣେ ଯୁବକ ଙ୍କ ଗାଡି କୁ ଅଟକାଇ ତାଙ୍କୁ ମାଡ ମାରିବାକୁ ଲାଗିଥିଲେ ଏବଂ ତାଙ୍କର ଗାଡି କୁ ମଧ୍ଯ ଫୋପାଡି ଦେଇଥିଲେ।

ତେବେ ନିଶା ରେ ଉବୁଡୁବୁ ଥିବା ବ୍ଯକ୍ତି ଙ୍କ ପାଖ ରେ ଜଣେ ମହିଳା ଉପସ୍ଥିତ ଥିଲେ। ଯିଏକି ଖାଲି କହି ଚାଲିଥିଲେ ମାର୍ ମାର୍ ଯାହା ର ଦୃଶ୍ୟ କ୍ୟାମେରା ରେ ରେକର୍ଡ଼ ହୋଇଛି। ତେବେ ଯୁବକ ଜଣକ ଲୋକ ଟି କୁ ମାରି ଲହୁଲୁହାଣ କରି ଦେଇଥିଲେ ଏବଂ ବ୍ଯକ୍ତି ଜଣକ ନିରୂପାୟ ହୋଇ କାନ୍ଦିବା କୁ ଲାଗିଥିଲେ,ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ଟି କୁ ଅନୁଧ୍ଯାନ କରୁକରୁ ଯୁବକ ଜଣକ ଖସି ଯିବା ପାଇଁ ଚେ଼ଷ୍ଟା କରିଥିଲା, କିନ୍ତୁ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ବହୁ କଷ୍ଟ ରେ କାବୁ କରି ନେଇଥିଲା,ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଯୁବକ ଜଣକ ପୋଲିସ କୁ ଚକମା ଦେଇ ଖସି ଯିବାକୁ ବହୁ ଚେଷ୍ଟା କରିଥିଲେ,କିନ୍ତୁ ପୋଲିସ ତାଙ୍କୁ ସଫଳତା ର ସହ ଧରି ପକେଇ ଥିଲେ। ଯୁବକ ଜଣକୁ ଏହା ବିଷୟ ରେ ପଚରାଉଚରା କରାଯାଇଥିଲା ଏବଂ ଯୁବକ ଜଣକ ମାଡ ମାରିଥିବା କଥା କୁ ଅସ୍ୱୀକାର କରିଥିଲେ। ମାଡ ଖାଇଥିବା ଯୁବକ ଜଣକୁ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

ଯେଉଁ ଯୁବତୀ ତାଙ୍କୁ ମାର୍ ମାର୍ ବୋଲି କହିଥିଲେ ତାଙ୍କ ବିଷୟ ରେ ପଚାରିବା ରୁ ସେ ତାଙ୍କ ସହିତ କେହି ନାହିଁ ବୋଲି କହିଥିଲେ। ତେବେ ପୋଲିସ କୁ ଦେଶର ରକ୍ଷକ ଓ ଜନତା ଙ୍କ ସାଥୀ ବୋଲି କୁହାଯାଏ,ତାହାକୁ ପୋଲିସ ଜଣକ ପ୍ରମାଣ କରି ଦେଇଛନ୍ତି। ବହୁ କଷ୍ଟ ରେ ଯୁବକ ଜଣକୁ କାବୁ କରିଥିବା ର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।