ଓଡିଶା ଛାଡିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ ରାଣୀ ପଣ୍ଡା ! ଏହି ଗରିବ ଝିଅକୁ ତାର ପାଠପଢା ପାଇଁ ସାହାର୍ଯ୍ୟ କରିବା ସହିତ ଘର କରିଦେବି ବୋଲି ପ୍ରତିଶୃତି ଦେଲେ ! ରାନୀପଣ୍ଡା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

0

ଆଜିକାଲି ର ଏହି ସମାଜ ରେ ଟେକ୍ନୋଲୋଜି ର ବହୁ ମାତ୍ରା ରେ ଉନ୍ନତି ହେବା କୁ ଲାଗିଲାଣି। ଏବଂ ଏହାର ବହୁଳ ମାତ୍ରା ରେ ବ୍ଯବହାର ମଧ୍ଯ ହେଉଛି। ଯେବେଠାରୁ ଲୋକେ ସୋସିଆଲ ମିଡିଆ ର ବ୍ଯବହାର ବିଷୟ ରେ ଜାଣିଲେଣି ସେବେଠାରୁ ମାତ୍ର କିଛି ସମୟ ରେ ଅନେକ ଗୁଡ଼ିଏ ଘଟଣା ସୋସିଆଲ ମିଡିଆ ସାହାର୍ଯ୍ୟ ରେ ଲୋକ ଙ୍କ ପାଖରେ ପହଞ୍ଚି ପାରୁଛି। ରାତି ପାହିଲେ ଶହ ଶହ ଖବର ସୋସିଆଲ ମିଡିଆ ମାଧ୍ଯମ ରେ ଆମ ପାଖରେ ପହଞ୍ଚି ପାରୁଛି। ତେବେ ନିକଟରେ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଏକ ଝିଅ ମେଣ୍ଢା ଚରେଇବା ର ଦେଖାଯାଉଛି। ତେବେ ଝିଅ ଜଣକ ମେଧାବୀ ଛାତ୍ରୀ ଅଟନ୍ତି। ଏବଂ ତାଙ୍କର ନାମ ହେଉଛି ସସ୍ମିତା ପାଳ। ସସ୍ମିତା ଯେତେବେଳେ ନବମ ଶ୍ରେଣୀ ରେ ପାଠ ପଢୁଥିଲେ ସେତେବେଳେ ତାଙ୍କ ମାଆ ଙ୍କ ର ମ୍ଋତ୍ୟୁ ଘଟିଲା। ଏବଂ ତାଙ୍କ ବାପା ବ୍ଲଡ ପ୍ରେସର, ଇସ୍ୟୁନ ଫୁଲିଆ, ପାରାଲିସ୍, ଏବଂ ଗୋଟିଏ କିଡନି ଖରାପ ହେତୁ ସେ କୌଣସି କାର୍ଯ୍ୟ କରି ପାରୁନଥିଲେ।

ତେଣୁ ସସ୍ମିତା ନିଜେ ମେଣ୍ଢା ରଖି ନିଜର ପାଠପଢା ଖର୍ଚ୍ଚ ସହିତ ବାପା ଙ୍କ ର ଔଷଧ ର ଖର୍ଚ୍ଚ ସେ ସେଥିରୁ ତୁଲଉ ଥିଲେ। ମେଣ୍ଢା ବିକ୍ରୀ କରି ସେହି ଟଙ୍କା ରେ ତାଙ୍କର ପରିବାର ଚଳେ। ବର୍ତ୍ତମାନ ସେ +୩ ର ତୃତୀୟ ବର୍ଷ ର ଛାତ୍ରୀ ଏବଂ ଏହା ସହିତ ସେ ଏକ କମ୍ପ୍ୟୁଟର କୋର୍ସ ମଧ୍ଯ କରୁଛନ୍ତି। ଝିଅ ପିଲା ବୋଲି ତାଙ୍କୁ ଗାଁ ରେ ବହୁତ କଥା କହନ୍ତି,

କିନ୍ତୁ ଉପାୟ ବା କଣ ଅଛି। ଅସହାୟ ସସ୍ମିତା ର ଅନ୍ୟ କେହି ସାହାରା ନାହିଁ। ମେଣ୍ଢା ପାଳିଲେ ତାଙ୍କର ଘର ଚଳେ। ସେଥିରେ ପୁଣି ବାପା ଙ୍କ ଔଷଧ। ସସ୍ମିତା ଙ୍କ କହିବା ମୁତାବକ ତାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳୁନାହିଁ,କେହି ବି ତାଙ୍କ କଥା ବୁଝୁ ନାହାନ୍ତି। ସେ ବହୁ ଥର ସରପଞ୍ଚ ଏବଂ ବ୍ଲକ କୁ ମଧ୍ଯ ଗଲେଣି।

କିନ୍ତୁ କେହିବି ତାଙ୍କ କଥା ବୁଝୁ ନାହାନ୍ତି। ସୋସିଆଲ ମିଡିଆ ରେ ସସ୍ମିତା ଙ୍କ ଏଭଳି ଭିଡିଓ ଦେଖି ଅଭିନେତ୍ରୀ ରାଣୀ ପଣ୍ଡା ବହୁ ଦୁଃଖ ପ୍ରକାଶ କରିଛନ୍ତି। ରାଣୀ ପଣ୍ଡା ଯିଏକି କେବେ କେବେ ଯାତ୍ରା ମଣ୍ଡପ ଏବଂ ରାଜନୀତିର ବିବାଦୀୟ ନାୟିକା। ଗଣ ମାଧ୍ଯମ ରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ସେ କହିଛନ୍ତି ଯେ ଓଡିଶା ଲୋକ ତାଙ୍କୁ ଭଲ ପାଆନ୍ତି ନାହିଁ। ସବୁବେଳେ ତାଙ୍କୁ ଘୃଣା କରନ୍ତି। କିନ୍ତୁ ରାଣୀ ପଣ୍ଡା ଓଡ଼ିଶା ଛାଡି ବାହାର କୁ ଚାଲିଯାଇଥିଲେ ମଧ୍ଯ ଓଡିଶା ବାସୀ ଙ୍କ ସୁଖ ଦୁଃଖ ରେ ସାଥୀ ହୋଇ ଛିଡା ହୁଅନ୍ତି।

ଜଣେ ସରଳ ଝିଅ ନିଜର ପାଠପଢା ଏବଂ ବାପାଙ୍କ ଔଷଧ ପାଇଁ ମେଣ୍ଢା ଚରେଇବା ନେଇ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ରାଣୀ ପଣ୍ଡା କହିଛନ୍ତି ସସ୍ମିତା ଙ୍କୁ ଆଉ ମେଣ୍ଢା ଚରେଇବା ପାଇଁ ପଡିବନି। ସେ ବହୁତ ଖୁସି ରେ ରହିବେ। ରାଣୀ ପଣ୍ଡା ସସ୍ମିତା ଙ୍କ ପାଠପଢ଼ା ଏବଂ ଘର ଖର୍ଚ୍ଚ ପାଇଁ ସବୁପ୍ରକାର ସାହାର୍ଯ୍ୟ କରିବେ। ବାପା, ଝିଅ ଙ୍କ ପାଇଁ ଏକ ଘର ମଧ୍ଯ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।