ହେ ଭଗବାନ ! କଟକ ସନ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ପୁରା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ …

0

ଗୋଟିଏ ନୂଆ ଗୁରୁତ୍ଵ ପୂର୍ଣ୍ଣ ଖବର ମିଳିଛି । କଟକର ଏକ ଘରୋଇ ହସ୍ପିଟାଲ ରେ ଏକ ଭୟଙ୍କର ଅଗ୍ନି କାଣ୍ଡ ଘଟିଛି, କିନ୍ତୁ ସୂଚନା ଅନୁସାରେ ଯାହା ଜାଣିବା ପାଇଁ ମିଳୁଚି କି ସେଠାରେ ଥିବା ସମସ୍ତ ହସ୍ପିଟାଲ କର୍ମଚାରୀ ,ସ୍ବାସ୍ଥ୍ୟ ସେବୀ, ସେବିକା ଆଉ ସମସ୍ତ ରୋଗୀ ମାନେ ସୁରକ୍ଷିତ ଅଛନ୍ତି ।ଅଗ୍ନିକାଣ୍ଡ ଘଟିବା ସମୟରେ ସମସ୍ତ ରୋଗୀ ଙ୍କୁ ସୁରକ୍ଷିତ ଅନ୍ୟ ସ୍ଥାନ କୁ ସ୍ଥାନନ୍ତାରଣ କରା ଯାଇଛି ସୂଚନା ମିଳିଛି ।

ଅଗ୍ନିକାଣ୍ଡ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି ,କିନ୍ତୁ ହଁ ଅଗ୍ନିକାଣ୍ଡ ର କାରଣ କଣ ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ହସ୍ପିଟାଲ ର ଉପର ମହଲ ରେ ନିଆଁ ଲାଗିଚି ବୋଲି ଯାହା ସୂଚନା ମିଳିଛି ।ଯେ କୌଣସି ଉପାୟରେ ଯାହା ହେଉ ନିଆଁ କୁ ଅକ୍ତିଆର କରି ହଉଚି,ଆଉ ସମସ୍ତେ ସୁରକ୍ଷିତ ଅଛନ୍ତି ।

ତେବେ କଟକ ର ସନ୍ ହସ୍ପିଟାଲ୍ ଯେଉଁଟା ବିଜୁ ପଟ୍ଟନାୟକ ଛକ ନିକଟରେ ରହିଛି ସେହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ଏବଂ ସଂମ୍ପୂର୍ଣ୍ଣ ହସ୍ପିଟାଲର ଉପର ମହଲା ଭୟଙ୍କର ଭାବରେ ନିଆଁ ରେ ପ୍ରଭାବିତ ହୋଇଛି ହୁ ହୁ ହୋଇ ନିଆଁ ପୂରା ଉପର ମହଲାକୁ ବଢ଼ି ଚାଲିଛି ।ଏହାପରେ ସେଠାରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଏବଂ କଟକ ଡିସିପି ମଧ୍ୟ ଆସି ସେଠାରେ ପହଞ୍ଚି ଘଟଣାକୁ ନିରିକ୍ଷଣ କରୁଛନ୍ତି ।

ଏହା ସହିତ ଚାରି ରୁ ପାଞ୍ଚଟି ଦମକଳ ବାହୀନି ମଧ୍ୟ ଲାଗିଛନ୍ତି ନିଆଁ ଲିଭା କାମରେ ଏବଂ ହସ୍ପିଟାଲ ନିକଟରେ ଥିବା ବିଲ୍ଡିଂ ଗୁଡିକୁ ମଧ୍ୟ ପାଣି ସ୍ପ୍ରେ କରା ଯାଉଛି ।ନିଆଁ ଲାଗିବାର କିଛି ସମୟ ପରେ ସେଠାରେ ମୁନିସ ପାଲଟି କମିଶନର ,ଫାୟାର ଅଫିସର ଏବଂ କଟକ ଡିସିପି ଆସି ପହଞ୍ଚି ଥିଲେ ଓ ସେ ସ୍ଥାନ ରେ ରହି ସମସ୍ତ କାର୍ଯ୍ୟ କୁ ପରିଚାଳନା କରୁଥିଲେ ।ତେବେ ସବୁଠାରୁ ବଡ ଖବର ଆସୁଚି ଯେ ସେତେବେଳେ ଠିକ୍ ସମୟରେ ସମସ୍ତ ରୋଗୀ ଙ୍କୁ ସ୍ଥାନାନ୍ତରଣ କରାଯାଇଛି ଆଉ ସମସ୍ତେ ସୁରକ୍ଷିତ ମଧ୍ୟ ଅଛନ୍ତି ।

ପ୍ରାଥମିକ ସୂଚନା ରୁ ଏହା ଜଣା ପଡିଛି ଯେ, ଯେହେତୁ ଉପର ମହଲାରେ ପ୍ଲା୍ଷ୍ଟିକର ବ୍ୟବହାର ଅଧିକ ହେଉଥିଲା ଏବଂ ରୋଷେଇ ସାମଗ୍ରି ରହିଥିଲା ତେଣୁ ସେହିଠାରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଥିବାର ସନ୍ଦେହ କରା ଯାଉଛି । ହସ୍ପିଟାଲରେ ଥିବା ରୋଗୀଙ୍କୁ ଆମ୍ବୁୁଲାନ୍ସ ସହାୟତାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି ।ତେବେ ଲ୍ୟାଡର ସାହାଯ୍ୟରେ ଅଗ୍ନିଶମାର କର୍ମଚାରୀ ହସ୍ପିଟାଲର ଉପର ମହଲାକୁ ଯାଇଥିଲେ ଏବଂ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି , ସୂଚନା ମିଳିଛି ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ କରାଯାଇ ପାରିଛି ।

କଟକ ଡିସିପିଙ୍କ କହିବା ଅନୁଯାୟୀ ଆଉ କୌଣସି ପ୍ରକାର ଭୟଭୀତ ହେବାର କିଛି ବି କାରଣ ନାହିଁ ନିଆଁ ବର୍ତ୍ତମାନ ଆୟତାଧୀନ ହୋଇପାରିଛି ।ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିରେ କାହାର କିଛି ବି କ୍ଷତି ହୋଇ ନାହିଁ କେବଳ ହସ୍ପିଟାଲର ଜିନିଷପତ୍ର ସବୂୁ ପୋଡି ନଷ୍ଟ ହୋଇଯାଇଛି, କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି କେମିତି ହସ୍ପିଟାଲରେ ନିଆଁ ଲାଗି ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା !

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।