କାହିଁକି ଝିଅମାନେ ରାଜି ହେଇଯାଆନ୍ତି ଆରେଞ୍ଜ ମ୍ୟାରେଜ୍ କରିବାକୁ ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ କଣ ?…..

0

ଆମ ଦେଶରେ ଅନେକ ପରମ୍ପରା ରହିଛି ,ତେବେ ତା ଭିତରୁ ବାହାଘର ଏକ ବଡ ପରମ୍ପରା । ଏହା ଏକ ସୁନ୍ଦର ପବିତ୍ର ସମ୍ପର୍କ ବୋଲି ମଧ୍ୟ କୁହା ଯାଏ। ତେବେ ଏହି ବାହାଘର ରେ ଅନେକ ସୁନ୍ଦର ସୁନ୍ଦର ରୀତି ନୀତି ହୁଏ,ଯାହା କୁ ସମସ୍ତେ ବହୁତ ସୁନ୍ଦର ଭାବେ କରି ଥାନ୍ତି।  ତେବେ ଆମ ଦେଶ ରେ ବିବାହ କହିବାକୁ ଗଲେ ଦୁଇ ପ୍ରକାର,ଯଥା ଅରେଞ୍ଜ୍ ମେରେଜ ଆଉ ଲଭ ମେରେଜ । ତେବେ ବିବାହ କରିବା ସବୁ ପୁଅ ବା ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ, ଏହି ବିବାହ ପାଇଁ ସବୁ ବହୁତ ଖୁସି ଥାନ୍ତି। ତେଣୁ ପ୍ରାୟ ଝିଅ ବାପା ମା ଙ୍କର କହିବା ଅନୁସାରେ ଅରେଞ୍ଜ୍ ମେରେଜ କରିନିଅନ୍ତି। ତେବେ ସମସ୍ତେ କୁହନ୍ତି କି ଅରେଞ୍ଜ୍ ମେରେଜ ଗୋଟେ ଝିଅ ପାଇଁ ଭଲ ବୋଲି , ହେଲେ ସବୁ ଝିଅ ଏହା କୁ ବାଧ୍ୟତାମୂଳକ ଭାବରେ କରି ଥାନ୍ତି,କାହିଁକି କରି ଥାନ୍ତି ଆସନ୍ତୁ ଜାଣିବା।

*ଘର ଲୋକ ଙ୍କର ପ୍ରେସର: –
ତେବେ ଆମ ଦେଶ ଅଗେଇଛି ସତ,ହେଲେ ଦେଶରେ ରହୁଥିବା ଲୋକମାନେ ଏବେ ବି ସେମିତି ଚିନ୍ତାଧାରା ନେଇକି ରହିଛନ୍ତି। ତେବେ ଏବେ ବି ବହୁତ ପରିବାର ରହିଛି , ଯେଉଁ ମାନେ କି ନିଜ ଇଚ୍ଛା ରେ ଝିଅ ର ବିବାହ କରି ଦିଅନ୍ତି। ସେହି ଝିଅ ଉପରେ ବିଭିନ ପ୍ରକାର ପ୍ରେସର ପକାନ୍ତି। ତେବେ ଯେଉଁଥି ପାଇଁ ଝିଅ ଟି ବାହା ହବା କୁ ରାଜି ହେଇ ଯାଏ।


*ବୟସ ଅଧିକ ହେବା:-
ତେବେ ବହୁତ ଝିଅଙ୍କର ବୟସ ଅଧିକ ହୋଇ ଯାଇଥାଏ,ଯାହା ପାଇଁ ତଙ୍କୁ ଭଲ ବର ମିଳି ପାରେ ନାହିଁ ଏବଂ ସେମାନେ ମଧ୍ୟ ବୁଝି ଯାନ୍ତି କି ଏବେ ଆଉ ତାଙ୍କୁ ବୟ୍ ଫ୍ରେଣ୍ଡ ମିଳିବ ନାହିଁ,ତାଙ୍କୁ ଏବେ ଆରେଞ୍ଜ୍ ମେରେଜ କରିବା କୁ ପଡିବ ବୋଲି। ତେଣୁ ସେମାନେ ବାଧ୍ୟ ହୋଇ ଆରେଞ୍ଜ୍ ମେରେଜ କରି ଥାନ୍ତି।


*ବୟ ଫ୍ରେଣ୍ଡ ନ ହେବା: –
ତେବେ ଅନେକ ଝିଅ ନିଜ ପଢା ଓ ଚାକିରୀ କରିବା ସମୟରେ ବୟ ଫ୍ରେଣ୍ଡ କରି ପାରନ୍ତି ନାହିଁ। ତେବେ ବୟ ଫ୍ରେଣ୍ଡ କରିବାରେ ସେମାନେ ଅସଫଳ ହୋଇ ଯାନ୍ତି। ଏହା କିଛି ଝିଅ କୁ ନିଜ ପସନ୍ଦ ର ପୁଅ ମିଳି ନ ଥାଏ ଓ ଆଉ କିଛି ଝିଅଙ୍କ ପାଇଁ ନିଜ କ୍ୟାରିୟର୍ କୁ ଆଗକୁ ନେବା ପାଇଁ ବୟ ଫ୍ରେଣ୍ଡ କରନ୍ତି ନାହିଁ।ତେଣୁ ସେମାନେ ଆରେଞ୍ଜ୍ ମେରେଜ କରନ୍ତି।


*ଭଲ ଚାକିରୀ ଥିବା ପୁଅ :-
ତେବେ ଆଉ କିଛି ଝିଅ ପଇସା ଲୋଭରେ ଆସି ଭଲ ଚାକିରିଆ ବର ଦେଖିକି ବାହା ହୁଅନ୍ତି। ତେବେ ଅନେକ ଝିଅ କୁ ଆରାମରେ ରହିବା କୁ ପସନ୍ଦ କରନ୍ତି। ତେଣୁ ସେମାନେ ଅରେଞ୍ଜ୍ ମେରେଜ କରିବାକୁ ପସନ୍ଦ କରନ୍ତି।


*ଲଭ୍ ରେ ଧୋକା: –
ତେବେ ଅନେକ ଝିଅ ଅଛନ୍ତି , ଯେଉଁ ମାନେ ନିଜ ଲଭ ଜୀବନ ରେ ବହୁତ ଥର ଧୋକା ପାଇଛନ୍ତି,ତେଣୁ ଲଭ ଉପରେ ତାଙ୍କର ବିଶ୍ୱାସ ରହି ନଥାଏ। ତେଣୁ ସେମାନେ ଏସବୁ ଠୁ ଦୁରେଇ ରହି ଅରେଞ୍ଜ୍ ମେରେଜ କରି ଯାନ୍ତି।


*ଆଦର୍ଶବାଦି ଝିଅ: –
ତେବେ ଅନେକ ଝିଅ ଅଛନ୍ତି ,ଯେଉଁ ମାନେ ବହୁତ ସଂସ୍କାରି ହୋଇ ଥାନ୍ତି। ସେମାନେ ତାଙ୍କ ବାପା ମାନଙ୍କ ଉପରେ କିଛି କୁହନ୍ତି ନାହିଁ। ତାଙ୍କ ବାପା ମା ଙ୍କ କହିବା ଅନୁସାରେ ସେମାନେ ଯାହା କୁ କୁହନ୍ତି , ଏହି ଝିଅ ମାନେ ବିବାହ କରି ନିଓନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।